Arati Sahoo

Tragedy Inspirational

2  

Arati Sahoo

Tragedy Inspirational

ଟୋପାଏ ଜୀବନ

ଟୋପାଏ ଜୀବନ

2 mins
409



ମାମା , ମୁଁ କେଉଁଠି ?


କବାଟ କୋଣରୁ କର୍ଣ୍ଣର ସାର୍ଟ ଟି ଦେଖା ଯାଉଥିଲେ ହେଁ ସୁଭଦ୍ରା ମିଛିମିଛିକା ଖୋଜନ୍ତି ତାକୁ । ଖଟତଳ , ଆଲମାରୀ ପଛ , ଏମିତିକି ଆଲମାରୀ ଡ୍ର ଭିତର , କିନ୍ତୁ କବାଟ କୋଣ ଆଡ଼କୁ ଯାଆନ୍ତି ନାହିଁ । ଥକିଯାଇ ବସିପଡନ୍ତି ।


ଓ ବାବା , କର୍ଣ୍ଣ ତୋତେ ଖୋଜି ପାଉନାହିଁ ରେ । ତୁ କେଉଁଠି ?


ଭୋଃ , ହା ହା ହା , ତୁମେ ହାରିଗଲ ମାମା ।


******


ମାମା ମୁଁ ଏନ ଡି ଏ ଜଏନ୍ କରିବି , ପ୍ଲିଜ ।


ସିମ୍ପଲି ନୋ , ମିନ୍ସ ନୋ । ୟୁ ବେଟର ଅଣ୍ଡରଷ୍ଟେଣ୍ଡ ।


ମାମା , ପ୍ଲିଜ ନା ।


ନୋ , ଡୋଣ୍ଟ ଇରିଟେଟ ମି , ଏଣ୍ଡ ରିମମ୍ବର , ଡୋଣ୍ଟ ଏଭର ଆସ୍କ ମି ।


ଚୁପଚାପ ମେଡିକାଲ ପାଇଁ ପ୍ରିପରେସନ କର୍ ।


ବଟ୍ , ମାମା , ବାୟୋଲୋଜି ଇଜଣ୍ଟ କୁଲ ଫର ମି ।


ହଇରେ , ବାପା ଡାକ୍ତର , ମାଆ ଡାକ୍ତର , ଏମିତିକି ମାମୁଁ ଓ ଦାଦା ମଧ୍ୟ ଡାକ୍ତର । ଆଉ ଏକୁ ବାୟୋଲୋଜି କୁଲ ନୁହେଁ । ପଢ଼ିଲେ ସବୁ କୁଲ ଲାଗିବ ।


****


ଜରୁରୀ ଅଛି , ପରିବାରରେ ସମସ୍ତେ ଡାକ୍ତର ହେବେ । ତାର ଇଚ୍ଛା ଥିଲା ଯଦି ଏନ ଡି ଏ ପାଇଁ , ଯାଇଥାନ୍ତା । ରବିନ୍ ଭି ତ ଗୋଟିଏ ସନ୍ତାନ ତା ମାଆ ବାପର । ତାକୁ କେମିତି ଛାଡ଼ିଦେଲେ । କଣ ତୁମର ମାନସିକତା ସୁଭଦ୍ରା ? ମଫୁ ଭଳିଆ ।


ହଁ ହଁ , ମୁଁ ମଫୁ । ମୋର କଲିଜା ଏତେ ବଡ଼ ନୁହେଁ । କେମିତି କେଜାଣି ମାଆ ବାପା ନିଜ ସନ୍ତାନକୁ ଛାଡ଼ି ଦିଅନ୍ତି ମରିବା ପାଇଁ ।। ତୁମେ ଯାହା କୁହ , ମୁଁ କିନ୍ତୁ ପାରିବିନି ।


****


ମାମା , ମୁଁ ଷ୍ଟଡି ଟୁରରେ ଯାଉଛି ହିରାକୁଦ ।


ଠିକ ଅଛି , କିନ୍ତୁ ସାବଧାନ ରହିବୁ ବାପା । ଆଉ ତୋର ବାୟୋଲୋଜି କୁଲ ହେଲା ନା ନାହିଁ ? 


ଓ , ଡୋଣ୍ଟ ୱରି ମାମା। ଆଇ ଆମ ନଟ ଏ କିଡ୍ । ଏଣ୍ଡ ଅଫକୋର୍ସ , ବାୟୋଲୋଜି ଇଜ ଦ କୁଲେଷ୍ଟ ୱନ ।


*****


ନା ନା , ଏମିତି ହେଇ ପାରେନା । କର୍ଣ୍ଣ ତୁ କେଉଁଠି ବାପା ? କେଉଁଠି ଲୁଚିଛୁ ମୋ ଧନ ? ଧନରେ , ମୋର କଲିଜା ଏତେ ବଡ଼ ନୁହେଁ ବାପା । ଫେରି ଆ କର୍ଣ୍ଣ । ଫେରି ଆ ମୋ ଧନ ।


***


ହି ଇଜ ବ୍ରେନ ଡେଡ । କିନ୍ତୁ ହୋସରେ ଥିଲା କିଛି ସମୟ ପୂର୍ବରୁ । ସେ ଅର୍ଗାନ ଡୋନେସନ କଥା କହୁଥିଲା । କିନ୍ତୁ ଆପଣ ମାନଙ୍କ ଆସିବା ଜଷ୍ଟ ପୂର୍ବରୁ ହିଁ ହି କୋଲାପ୍ସଡ । ସୁଭଦ୍ରା ମେଡମ , ଆପଣ ମାନେ ମଧ୍ୟ ଡାକ୍ତର । ଶୀଘ୍ର କିଛି ନିଷ୍ପତ୍ତି ନିଅନ୍ତୁ । 


 ହ୍ଵେର ଆର୍ ଦ ଡକ୍ୟୁମେଣ୍ଟସ । ଏଣ୍ଡ ହ୍ଵେର ଟୁ ସାଇନ୍ ।


*****


ଆଣ୍ଟି , ମୁଁ କେଉଁଠି ? 


ସୁଭଦ୍ରାଙ୍କ ହୃଦୟଗତି ତୀବ୍ରତର । କିଏ ସିଏ ? କର୍ଣ୍ଣ ?


 ଓହୋ !! ଏ ତ କର୍ଣ୍ଣର ଚାହାଣୀ , ସେଇ ଆଖି । ସେଇ ଦୃଷ୍ଟି ।


ବାପା , ଫେରି ଆସିଲୁ କିରେ ?


****


ହଁ ଇଏ କର୍ଣ୍ଣର ଆଖି । ଓ ସେହି ଝିଅଟିର ଛାତିରେ କର୍ଣ୍ଣର ହୃଦୟ । କର୍ଣ୍ଣ ଅମର । ନାମ ଅନୁସାରେ ସେ ଦାନବୀର ।

ଯଦିଓ ଅର୍ଗାନ ଡୋନେସନ ଡିସ୍କଲୋଜ କରାଯାଏ ନାହିଁ , କିନ୍ତୁ ଆପଣ ଜଣେ ଡାକ୍ତର ତା ଛଡ଼ା ଆପଣଙ୍କ ପ୍ରଗଳ୍ଭତା ଦେଖି ଡିସକ୍ଲୋଜ କରାଗଲା ।


****


ସୁଭଦ୍ରାଙ୍କ ଦୁଇ ପାଖରେ ଦୁଇଟି ଛୁଆ । ଝିଅଟିଏ ଓ ପୁଅଟିଏ ।


ଦୁଇଟି କର୍ଣ୍ଣ । 


କର୍ଣ୍ଣ ମରି ନାହିଁ !!


ବରଂ!!!!


ମୃତ୍ୟୁ ଆଜି ହାରି ଯାଇଛି ................... 




Rate this content
Log in

Similar oriya story from Tragedy