Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Bidyut lata Mishra

Tragedy

3  

Bidyut lata Mishra

Tragedy

ଟେଡି ଡେ

ଟେଡି ଡେ

3 mins
479



   ଅନେକ ଦିନ ପରେରିୟା ଏବେ ମୋରି ସହରରେ ,ରିୟା ଏବେବି ଅବିବାହିତା । କଣ ହୋଇଥିବ ସେ ଅବିବାହିତାରହିବା ପଛରେ କାରଣ । ରିୟା ମୋର ସହପାଠୀ ଥିଲା । ପିଲାଦିନରୁ ହିଁ ଟେଡି ତାର ବହୁତ ପସନ୍ଦ। ଆଜି ମୋତେ ସେ ତାରୁମ କୁ ଡାକିଥିଲେ। ସଂଯୋଗ ବଶତଃ ଆଜି ଥିଲା ଫେବ୍ରୁଆରୀ ୧୦ ଟେଡ଼ି ଡେ। ଭାରି ଇଚ୍ଛା ଥିଲା ଟେଡି ଟିଏ କିଣିବାକୁ। ଦିନ ୪ ଟାରେ ଯେଉଁ ଦୋକାନ ପାଖରେ ଗାଡି ଅଟକାଇଲି ସେଇଠି ମାତ୍ର ଦୁଇଟି ଟେଡି ଥିଲା । ଗୋଟିଏ ପିଙ୍କ ଆଉ ଅନ୍ୟ ଟିରେଡ୍। ପିଙ୍କ କୁ ନବାଛି ମୁରେଡ୍ ଟେଡି ଟି ବାଛିଲି। କହିବା ଠିକ୍ ହେବ ଯେ ଘରେ ମୋର ସ୍ତ୍ରୀ ଆଉ ୩ ବର୍ଷର କୁନି ଝିଅରିୟା ଥିଲା। ହଁରିୟା କୁ ମୁ ବହୁତ ଭଲ ପାଉଥିଲି କିନ୍ତୁ ମନ କଥା କହିବା ପୂର୍ବରୁ ସେ ସେଇ ସହର ଛାଡିଦେଲା। ଆଜି କିନ୍ତୁ ମୋ ଅଜାଣତରେ ପୁଣି ଟାଣି ହୋଉଥିଲିରିୟା ଆଡକୁ।

   ଘୋଷରା ମଇଳା ପୋଷାକ ପିନ୍ଧି ସେଇ ଲୋକଟାରେଡ୍ ଟେଡି ଟି ଆଖି ପିଛୁଳାକେ କିଣି ନେଇଗଲା। ଅଜାଣତରେ ଘୃଣା ଆସିଲା ଲୋକ ଟା ଉପରେ। ଏଡ଼େ ସୁନ୍ଦର ଟେଡି କଣ କରିବ ନେଇ। ମନ ଦୁଃଖରେ ପିଙ୍କ ଟେଡି ନେଇ ଗାଡିରେ ବସିଲି। କିଛିବାଟ ଯାଇଛି ହଠାତ ଗୋଟିଏ ସାଇକେଲ ଆସି ଧକ୍କା ଦେଲା। ଇଏ ସେହି ଲୋକ ଥିଲା ଯିଏ ସେଇ ଟେଡ଼ି ଟି କିଣିଥିଲା। ଲୋକଟିର କିଛି ହୋଇନଥିଲା କିନ୍ତୁ ସାଇକେଲର ଚେନ ଟି ଛିଡ଼ି ଯାଇଥିଲା। ପାଖରେ ଥିବା ସାଇକେଲ ମାର୍ଟରେ ସାଇକେଲ ଟିକୁ ଦେଇ ଲୋକଟିକୁ ମୋ କାର୍ରେ ବସିବାକୁ କହିଲି। ଲୋକଟିକୁ ମୁଁରେଡ୍ ଟିକୁ ମୋତେ ଦେଇ ପିଙ୍କ ଟେଡି ଟି ନେବାକୁ କହିଲି । ରୋକଠୋକ ମନା କଲା ଲୋକଟି। କହି ଉଠିଲା,

-ମୋ ଝିଅର ଏହି ଟେଡି ଟି ଭାରି ପସନ୍ଦ ବହୁତ ଦିନରୁ ଖୋଜୁଥିଲି ଏଇମିତି ନାଲି ଟେଡି ଟିଏ। ଆଜି କାମରୁ ଫେରି ଦେଖେ ଭାରି ସୁନ୍ଦରିଆ ନାଲି ଟେଡି ଟିଏ ଅଛି ମୁଁ ଦେଇପାରିବିନି ବାବୁ ମୋ ଝିଅ ଗୁଡିଆ ଭାରି ଖୁସି ହେବ ଏହି ଟେଡି ଦେଖି।


ଆଉ ବେସି କହିବାକୁ ଭଲ ଲାଗିଲାନି । ରାସ୍ତାରେ ଗୋଟିଏ ଅପନ୍ତରା ଜାଗାରେ ଲୋକଟି ଓଲ୍ହାଇ ପଡିଲା। ମୁଁ କିଛି ବାଟ ଯାଇଛି କି ନାଇଁ ଦେଖିଲି ଲୋକଟି ଗୋଟିଏରୁମାଲ ମୋ କାର୍ରେ ଛାଡ଼ି ଯାଇଛି । ରୁମାଲର ଗୋଟିଏ କୋଣରେ କିଛି ଖୁଚୁରା ପଇସା ବନ୍ଧା ହୋଇଛି। ମୁଁ ଗାଡି ବୁଲେଇଲି ପଛକୁ ଯେଉଁଠି ଲୋକଟିକୁ ଛାଡିଥିଲି କିନ୍ତୁ ଲୋକଟି ସେଇଠି ନଥିଲା । ଟିକେ ପଛକୁ ଯାଇ ଦେଖେ ତ ଗୋଟିଏ ମଶାଣି। ଏଇଠି ଲୋକ ଟି କଣ କରୁଛି। ଲୋକ ଟି ମଶାଣିର ବାମପାର୍ଶ୍ୱରେ ଗୋଟିଏ ଜାଗାରେ ଆଣ୍ଠୁ ମାଡି ବସିଥିଲା। ଟେଡି ଟିକୁ ସେଇଠିରଖି କଣ ସବୁ ଗୁଣୁ ଗୁଣୁ ହୋଇ କହୁଥିଲା।


କିଛି ସମୟ ପାଇଁ ଯେମିତି ହୃଦସ୍ପନ୍ଦନ ବନ୍ଦ ହୋଇଗଲା ମୋର। କିଛି ଦୂରରେ ଥିବା ଲୋକଙ୍କ ଠୁ ଯାହା ଶୁଣିଲି ଲୁହକୁରୋକି ପାରିଲି ନାହିଁ। ଲୋକଟି ମୂଲିଆ କାମ କରୁଥିଲା । ଘରେ ଏକମାତ୍ର ଝିଅ । ଝିଅଟି ଦିନେ ଜିଦ୍ କରେ ନାଲି ଟେଡି ଟିଏ ପାଇଁ । ବହୁତ କଷ୍ଟରେ ଲୋକଟି ଟଙ୍କା ଯୋଗାଡ଼ କରିଥିଲା। ସାଇକେଲ ଆଗରେ ଝିଅକୁ ବସେଇ ଟେଡି କିଣିବାକୁ ଯିବା ବାଟରେ ସଡକ ଦୁର୍ଘଟଣା ହୋଇ ଗଲା। ଝିଅଟି ଘଟଣା ସ୍ଥଳରେ ମୃତ୍ୟ ବରଣ କଲା।

ଏଇମିତି ପ୍ରତି ବର୍ଷ ଲୋକଟି ନାଲି ଟେଡି ଟିଏ ଆଣି ଏଇଠି ଦିଏ ଆଉ ବସିରୁହେ କିଛି ସମୟ। ଘର ଲୋକ ଆସି ଖୋଜି ଖୋଜି ପୁଣି ନିଅନ୍ତି ତାକୁ।

 ମୁଁ ଏକ ଲୟରେ ଦେଖୁଥିଲି ଲୋକଟିକୁ। କେତେ ନିରୀହ ଆଉ ନିଷ୍ପାପ ଥିଲା ତା ଆଖି ଯୋଡିକ। ଟଙ୍କା ଥିବାରୁମାଲ ଟି ତାକୁ ଦେଇ ଫେରୁଥିଲି। ମନରେ ଆଉରିୟାର ଭାବନା ନଥିଲା। ମୁଁ ଗାଡି ବୁଲାଉଥିଲି ଘର କୁ । ମୋ ଝିଅରିୟାର ନିରୀହ ,ନିଷ୍ପାପ ମୁଁହ ମୋ ଆଖି ଆଗରେ ନାଚୁଥିଲା। ଘରେ ପହଂଚିରିୟା ହାତରେ ପିଙ୍କ ଟେଡି ଟି ଦେଇ କହି ଉଠିଲି ," ଟେଡି ଫର୍ ଇୟୁରିୟା,ମାଇଁ ଏଞ୍ଜେଲ। ଲଭ ଇୟୁ ବେଟା। "

ରିୟା ବି କହି ଉଠିଲା ,"ହେପି ଟେଡି ଡେ ଡାଡି। "



Rate this content
Log in