ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ସୂର୍ଯ୍ୟଦେବଙ୍କ ବାହାଘର

ସୂର୍ଯ୍ୟଦେବଙ୍କ ବାହାଘର

1 min
7.4K


ଥରେ ମର୍ତ୍ତ୍ୟରେ ଖବର ମିଳିଲା ଯେ, ସୂର୍ଯ୍ୟଦେବଙ୍କର ବାହାଘର ହେଉଛି । ଏ ଖବର ପାଇ ଜୀବଜନ୍ତୁ ସବୁ ଖୁସି ହୋଇଗଲେ । ଜୀବଜନ୍ତୁ ଭାବିଲେ ସୂର୍ଯ୍ୟଙ୍କ ସ୍ତ୍ରୀ ଆସିବେ, ତାପରେ ତାଙ୍କର ବହୁତ ପିଲାଛୁଆ ହେବ । ଏବଂ ଏହିପରି ବହୁତ ସୂର୍ଯ୍ୟ ହୋଇଯିବେ । ବହୁତ ସୂର୍ଯ୍ୟ ହୋଇଗଲେ ଖରା ବଢିଯିବ ଏବଂ ବର୍ଷାଦିନେ ଓ ଶୀତଦିନେ ଜମି ଆଉ ସନ୍ତସନ୍ତିଆ ରହିବନାହିଁ ।

ଏମିତି ଖୁସିରେ ଅନ୍ୟାନ୍ୟ ଜନ୍ତୁମାନଙ୍କ ସାଙ୍ଗରେ ବେଙ୍ଗ ମଧ୍ୟ ଭାଗ ନେଲା । ଦିନେ ଗୋଟିଏ ବୁଢା ବେଙ୍ଗ ଅନ୍ୟ ବେଙ୍ଗମାନଙ୍କୁ ଡାକିକରି କହିଲା “ଆମେ ଖାଲି ଅଜଥାରେ ଖୁସି ହେଉଛୁ, କାରଣ ଅନେକ ସୂର୍ଯ୍ୟ ହେଲେ ଆମର ହିଁ ବହୁତ କ୍ଷତି ହେବ । ସନ୍ତସନ୍ତିଆ ଯାଗା ସବୁ ଶୁଖିଗଲେ ଆମେ ସବୁ ରହିବା କେଉଁଠି?” ତାପରେ ସେ ବେଙ୍ଗମାନେ ନିଜ ନିଜର ଭୁଲ୍ ବୁଝିପାରିଲେ ।

ଯାହା ଜଣଙ୍କ ପାଇଁ ଭଲ ଅନ୍ୟ ଜଣଙ୍କ ପାଇଁ ତାହା କଦାପି ବି ଭଲ ନ ହୋଇପାରେ ।


Rate this content
Log in

Similar oriya story from Children