ସୂର୍ଯ୍ୟ,ସମୁଦ୍ର ଓ ଚନ୍ଦ୍ର
ସୂର୍ଯ୍ୟ,ସମୁଦ୍ର ଓ ଚନ୍ଦ୍ର
K
ସଞ୍ଜ ହୋଇ ଯାଇଥିଲା। ସୂର୍ଯ୍ୟ ଓ ସମୂଦ୍ର ଖୁସିଗପ କରୁଥିଲେ। ପୂର୍ବ ଦିଗରେ ଚନ୍ଦ୍ର ଚାହିଁ ରହିଥିଲେ। ଚନ୍ଦ୍ରକୁ ଦେଖି ସୂର୍ଯ୍ୟ ଓ ସମୁଦ୍ର ସ୍ବାଗତ ସତ୍କାର କଲେ ତ ଚନ୍ଦ୍ର ବଡ଼ ରାଗର ସହିତ କହିଲେ-ହେ ସମୁଦ୍ର ଆପଣ ପୃଥିବୀରେ ବୋହି ଚାଲିଥିବା ସମସ୍ତ ନଦୀଙ୍କର ଜଳକୁ ଧାରଣ କରି ସାଇତି ରଖୁଛନ୍ତି କାହିଁକି? ଦେଖ ଆଜିକାଲି ସାରା ସଂସାରର ପ୍ରାଣୀ ଆଉ ଉଦ୍ଭିଦ କେମିତି ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ବୈଶାଖର ଝାଞ୍ଜି ଆଉ ଖରା ହେଉଛି କିନ୍ତୁ ଆପଣ ସମସ୍ତ ନଦୀର ଜଳକୁ ଧାରଣ କରି ସାଇତି ରଖିଛନ୍ତି କାହିଁକି? ଆପଣଙ୍କୁ କ'ଣ ଏମିତିରେ ବିଲକୁଲ୍ ସନ୍ତୋଷ ମିଳୁଛି?
ନୀରବରେ ଶୁଣୁଥିଲେ ସମୁଦ୍ର। ସେ ଦେଖି ପାରୁଥିଲେ ପ୍ରାଣୀ ଓ ଉଦ୍ଭିଦ ଦୁଃଖକଷ୍ଟ ଆଉ ବୁଝି ବି ପାରୁଥିଲେ କି ଚନ୍ଦ୍ରଙ୍କର ଆକୁଳତା। ପ୍ରାଣୀ ଓ ଉଦ୍ଭଦ କେମିତି ଖରାର ଯନ୍ତ୍ରଣା ସହି ନ ପାରି ଛଟପଟ ହୋଇ ଝାଉଁଳି ପଡୁଛନ୍ତି କିନ୍ତୁ କରାଯାଇ ପାରେ କ'ଣ? ସେ ତ ଈଶ୍ବରଙ୍କର ଦାସ। ତାଙ୍କୁ ସମସ୍ତ ନଦୀର ଜଳ ଧାରଣ କରିବାକୁ ପଡ଼ିବ ହିଁ ପଡ଼ିବ। ଏଇ ବୈଶାଖରେ ହିଁ ତାକୁ ସୂର୍ଯ୍ୟଙ୍କ ସାହାଯ୍ୟ ଦରକାର। ଧାରଣ କରିଥିବା ପାଣିକୁ ବାଷ୍ପ କରି ଉପରକୁ ଉଠାଇବାରେ ସୂର୍ଯ୍ୟ ଆଉ ବୃକ୍ଷ ହିଁ ମାଧ୍ୟମ। ବୃକ୍ଷସବୁ ତ ଏବେ ଝାଉଁଳି ପଡିଲେଣି ମାତ୍ର ସୂର୍ଯ୍ୟ ହିଁ ଏକମାତ୍ର ସାହାରା କହିଲେ ଅତ୍ୟୁକ୍ତି ହେବ ନାହିଁ। ସୂର୍ଯ୍ୟ ହିଁ କେବଳ ସମୁଦ୍ରର ସାଇତା ପାଣିକୁ ଉପରକୁ ଉଠାଇ ପାରିବ। ଭୀଷଣ ଗରମ ନ ହେଲେ ପାଣି ଉଠିବ କେମିତି ଆଉ ବର୍ଷା ଦିନରେ ମୂଷଳ ଧାରାରେ ବର୍ଷା ହେବ କେମିତି? ଯଦି ଏବେ ଗରମ ଅସହ୍ୟ ବୋଲି ଅନୁମେୟ ହେଉଛି ତେବେ ବର୍ଷା ଦିନରେ ବର୍ଷା ହେବ ନାହିଁ କି ସଂସାର ଚାଲିବ ନାହିଁ। ଏହା ତ ମୋର ବିଲକୁଲ୍ ଉତ୍ତରଦାୟିତ୍ଵ ନୁହେଁ କି? ଏ କଥାକୁ ଭୁଲି ଯାଉଛନ୍ତି କାହିଁକି ଚନ୍ଦ୍ରଦେବ?
ନୀରବରେ ଶୁଣୁଥିଲେ ଚନ୍ଦ୍ରଦେବ। ସେ ନିଜର ଭୁଲକୁ ସ୍ବୀକାର କଲେ। ବୈଶାଖର ଝାଞ୍ଜି ଆଉ ଖରା ଯେ ସଂସାର ପ୍ରତି ହିତକର ଏ କଥା ବୁଝିବା କ୍ଷଣି ଅନୁତାପ ସହ କ୍ଷମା ପ୍ରାର୍ଥନା କଲେ। ସମୁଦ୍ର କହିଲେ-ଚନ୍ଦ୍ରଦେବ ନିଜକୁ ଭୁଲ ମାଗିବାର କୌଣସି ଆବଶ୍ୟକତା ନାହିଁ। ତୁମ ପରି ଉଦ୍ଭିଦ ଓ ପ୍ରାଣୀ ମଧ୍ୟ ଏହି କଥା ଚିନ୍ତା କରୁଛନ୍ତି ଓ କରିବେ ମଧ୍ଯ କିନ୍ତୁ ସୃଷ୍ଟିର ସର୍ଜନା ସକାଶେ ସଭିଙ୍କୁ ବୈଶାଖର ଝାଞ୍ଜି ଆଉ ଖରା ସହିବାକୁ ପଡ଼ିବ ହିଁ ପଡ଼ିବ।
ସତରେ ! ସମୁଦ୍ର କି ସୂର୍ଯ୍ୟଙ୍କର କୌଣସି ଭୁଲ ହିଁ ନାହିଁ। ଦୀର୍ଘ ଭବିଷ୍ୟତ ସକାଶେ ଈଶ୍ବରଙ୍କ କାର୍ଯ୍ୟ କରିବା ତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ଅଟେ। ସବୁ ଉଦ୍ଭିଦ ଓ ପ୍ରାଣୀ ଚନ୍ଦ୍ରଦେବଙ୍କ ପରି ଆକୁଳତା ପ୍ରକାଶ କରୁଛନ୍ତି କିନ୍ତୁ ଭବିଷ୍ୟତ କଥାକୁ ବିଲକୁଲ ଭୁଲି ଯାଉଛନ୍ତି। ହେ ସୂର୍ଯ୍ୟଦେବ ଆଉ ସମୁଦ୍ର ଆପଣଙ୍କର ଜୟ ହେଉ।
ଚନ୍ଦ୍ରଙ୍କ ଆଖିରେ ଲୁହ।