STORYMIRROR

Mr.GAGAN BIHARI NAYAK

Inspirational

3  

Mr.GAGAN BIHARI NAYAK

Inspirational

ସୁଚରିତା

ସୁଚରିତା

4 mins
446



                ସ୍ନିଗଧ ସକାଳର କିରଣରେ ଉଦଦ୍ଭାସିତ ଧରଣୀ । ଖରା ଦିନେ ସକାଳୁଆ ଅଫିସ । ସଚ୍ଚିକାନ୍ତ ତତରବରେ ବାହାରି ଯାଆନ୍ତି ଅଫିସ । ଯିବାକୁ ହୁଏ ଦଶ ବାର କିଲୋ ମିଟର ରାସ୍ତା । ଗାଁ ବସରେ ଠେଲା ପେଲା ହେଇ । ସେଇ ବସରେ କେତେ କିଏ ଭିତରୁ ଗୋଟିଏ ସୁନ୍ଦରୀ ଝିଅଟିଏ ଯାଏ । ହେଲା ଝିଅଟିର ବସ କଣ୍ଡକ୍ଟର ସହିତ ମନ ଖୋଲା କଥାହେବାକୁ ଦେଖି ସହି ପାରନ୍ତି ନାହିଁ ସଚ୍ଚିକାନ୍ତ ।ଯୁଗକୁ ଦାୟୀ କରି କହନ୍ତି- କିଯୁଗ ଆସିଲା, ଝିଅଟା ଟିକେ ଲାଜ ସଙ୍କୋଚ ଭିତରେ ନ ରହି, କେମିତି ହିଁ-ହିଁ ହେଇ ଗୋଟାଏ କଣ୍ଡକ୍ଟର ସହିତ ହସୁଛି । ନିଜ ଝିଅ ମାନୀର ବୟସ ସହିତ ଝିଅଟିର ବୟସ । ତେଣୁ ସ୍ଵାଭାବିକ ରାଗ ଲାଗେ ସଚ୍ଚି ବାବୁଙ୍କ ମନରେ । କିନ୍ତୁ କରିବେ କଣ । ମନା କରି ପାରନ୍ତି ନାହିଁ । 


              ଏମିତ ସବୁ ବେଳେ । ଗଲା ବେଳେ ସେଇ ବିରକ୍ତିକର ହସ ହସ ମୁହଁଟି ଯେମିତି ତାଙ୍କ ବାଟ ଚାହିଁ ବସିଥାଏ । ସକାଳୁଆ ଗାଡିରେ ତାଙ୍କ ସହିତ ଯିବାକୁ, ଗାଁ ରୁ ସହର । ଝିଅଟିକୁ ଦେଖିଲେ ଅତି ଆପଣାର ଲାଗେ । ସତେ ଯେମିତି କେଉଁ ଜନମରୁ ତା’ ସହିତ ରହିଛି ଅଜଣା ସମ୍ପର୍କ । ସେ’ ଯେମିତି ଖୋଜିଲା ଖୋଜିଲା ଆଖିରେ ସଚ୍ଚିକାନ୍ତଙ୍କୁ ଚାହିଁ ରହେ । କିଛି କହିବାକୁ ଭାବି କହି ପାରେନା । ସେଦିନ ତା’ ସହିତ ବୁଢା ଲୋକଟିଏ ଆସିଥିଲା, ଜଣା ଯାଉଥିଲା ତା’ର କେହି ଆତ୍ମୀୟ । ନାଆଁ ନେଇ ଡାକିଲା ବେଳେ ସଚ୍ଚିକାନ୍ତ ଜାଣି ପାରିଲା ଝିଅତିର ନାଆଁ – ମଧୁ । ହେଇପାରେ ମଧୁଛନ୍ଦା,ମଧୁମିତା, ମଧୁସ୍ମିତା କିମ୍ବା ମଧୁଜ୍ୟୋତ୍ସ୍ନା । ଏଣିକି ସେ ଆଉ ଏକା କଲେଜ ଯାଉନାହିଁ । ତା ସହିତ ରହିଛି କେହିଜଣେ ପୁରୁଷ ବନ୍ଧୁ । ବେଳେ ବେଳେ ବସ ଗାଡିର ତିନିଟିକିଆ ସିଟରେ ବସିକି ଯାଆନ୍ତି । କେବେ କେବେ ଝିଅଟିର ପୁରୁଷ ବନ୍ଧୁ ବୟୋଜ୍ୟୋଷ୍ଠ ଭାବି ସଚ୍ଚି ବାବୁଙ୍କୁ ବସିବାକୁ ଜାଗା ଦିଅନ୍ତି । ଏପରିକି ନିଜେ ଠିଆ ହେଇ ପଡନ୍ତି । କେହି ବସିଥିଲେ ତାକୁ ଅନୁରୋଧକରି କହନ୍ତି –ମଉସାଙ୍କୁ ବସିବାକୁ ଦିଅନ୍ତୁ । ଏଇମିତି ଚିରାଚରିତ ହେଇ ଗଲାଣି ବୟସ ଯାତ୍ରା । ହେଲେ ସଚ୍ଚି ବାବୁ କେବେ ହେଲେ ସେଇ ଭଳି ପୁଅ ଝିଅଙ୍କ ମନ ଖୋଲା ମିଳା ମିଶା ବ୍ୟବହାରକୁ ପସନ୍ଦ କରନ୍ତି ନାହିଁ। ଖରା ଦିନେ ପାଣି ନେଇ ଯିବାକୁ ସତର୍କ ଥିବା ସତ୍ତ୍ୱେ ସଚ୍ଚି ବାବୁ ପାଣି ବୋତଲ ଛାଡି ଦେଇ ଚାଲି ଯାଇଥିଲେ । ବସରେ ଯାଉ ଯାଉ ଅଧାବାଟରେ ହଠାତ ଅଚେତ ହେଇ ପଡିଲେ । ସମସ୍ତ ଯାତ୍ରୀ ହତାଶାରେ ଭାଙ୍ଗି ପଡିଲେ । ବେଶି ଭାଙ୍ଗି ପଡିଥିଲେ ସେଇ ଝିଅ ଓ ତାର ପୁରୁଷ ବନ୍ଧୁ-ସମୀର । ମଉସାଙ୍କ ଏମିତି ଅବସ୍ଥା ଦେଖି କଣ୍ଡକ୍ଟରକୁ ଗାଡି ଅଟେକେଇବାକୁ କହି, ପାଖରେ ଥିବା ସଦର ହସ୍ପିଟାଲକୁ ନେଇ ଗଲେ ଦୁଇଜଣ । କିଛି ସମୟ ଅଂଶୁଘାତ ରୁମରେ ରଖି ସେବା ଶୁଶ୍ରୂଷା କଳା ପରେ ଚେତା ଫେରି ଆସିଲା ସଚ୍ଚି ବାବୁଙ୍କର । ଦେଖିଲା ବେଳକୁ ପାଖରେ ବସିଥିଲେ ସେଇ ଦୁଇଜଣ । ଯାହାଙ୍କୁ ଦେଖି ସଚ୍ଚି ବାବୁ ଚିଡି ଚିଡି ହୁଅନ୍ତି ।


ସମୀର ଓ ମଧୁଛନ୍ଦାକୁ ଦେଖି ସଚ୍ଚି

ବାବୁ କହିଲେ - ତୁମ ପାଇଁ ମୁଁ ଆଜି ମରଣ ମୁହଁରୁ ବଞ୍ଚିଗଲି । ଦୁଇ ଆଖିରୁ ଝରୁ ଥିବା ଲୁହରେ ଧୋଇ ହେଇ ଯାଉ ଥିଲା ସଚ୍ଚି ବାବୁଙ୍କ ଅନ୍ତର ତଳେ ଥିବା ଏଇ ଯୁବ ସାମାଜ ପ୍ରତି କଠୋରତା । ସେ ଭାବୁଥିଲେ, ମୁଁ ଯାହା ଭାବିଥିଲେ ସତରେ ଏମାନେ ସେମିତି ବିଶ୍ରୁଙ୍ଖଳିତ ପିଲା ନୁହନ୍ତି । ଏମାନଙ୍କ ଭିତରେ ଯଥୋଚିତ ମାନବିକତା ଅଛି । ଏମାନେ ଗାନ୍ଧୀ ଗୋପବନ୍ଧୁଙ୍କ ଠାରୁ କେଉଁ ଗୁଣରେ ଅବା କମ । ମଧୁଛନ୍ଦା, ସଚ୍ଚି ବାବୁଙ୍କ ପାଦକୁ ଆଁଉସୀ ଦେଉ ଦେଉ କହିଲା- ମଉସା, ଆପଣଙ୍କ ଘରକୁ ଖବର ଦେବାକୁ କିଛି ଯୋଗାଯୋଗ ଫୋନ ନମ୍ବର ଅଛିକି ? ସଚ୍ଚି ବାବୁ ମୁଣ୍ଡ ହଲେଇ ନିଜ ଝିଅ ଫୋନ ନମ୍ବରଟି ଦେଉ ଦେଉ କହିଲେ – ନିଆ ମା’, ଏଇ ମୋ ଝିଅ ନମ୍ବରରେ ଫୋନ କରି ଜଣେଇଁ ଦିଅ । ହେଲେ ମୋ ଝିଅ ମାନୀ ଠାରୁ ତୋ’ ସେବା କେଉଁ ଗୁଣରେ କମ ଅଛିରେ-ମା । ମୁଁ ତୁମ ମାନଙ୍କୁ ଭୁଲ ବୁଝିଥିଲି । ମୁଁ ମୋ ଯେଉଁ ନଜରରେ ଦେଖୁ ଥିଲି ବାସ୍ତବରେ ଦୁନିଆଁ ସେମିତି ନୁହେଁ । ତୁମେ ଆମ ଭଳି ସେଇ ପାଞ୍ଚ ହଜାର ବର୍ଷର ରୀତି ନିତୀ ନେଇ ଫେଡାଣ,ମିଶାଣ ଓ ହରଣ କରୁଥିବା ପାପୀ ମଣିଷ ନୁହଁ । ଏ କଥା ସହଜରେ ସମୀର ଓ ମଧୁଛନ୍ଦା ବୁଝି ପାରୁ ନ ଥିଲେ । ସେ ଭାବୁଥିଲେ । ମଉସା ଡିହାଇଡ୍ରେସନ ହେଇ ମନରୁ ବିକୃତ୍ତ କଥା ଗୁଡାକ ପାଗଳ ଭଳି ଗପୁଛନ୍ତି । ତେଣୁ ତାଙ୍କୁ ଟିକେ ଆରାମ ଦରକାର । ତାଙ୍କ ବେଡ଼ ପାଖରୁ ମଧୁଛନ୍ଦା ଉଠିକି ଯାଉ ଯାଉ ହାତକୁ ଟାଣି ଧରି ସଚ୍ଚି ବାବୁ କହିଲେ – ଏ ବୁଢା ପୁଅକୁ ଛାଡି କୁଆଡେ ଯାଉଛୁ ମୋ-ମା । ମୋ ଝିଅ ଆସିଲେ ତା’ ସହିତ ଦେଖା କରେଇ ଦେବି । ତା’ ଭିତରେ ମୁଁ ଏଇ ଗୁଣ ଦେଖିବାକୁ ଚାହେଁ । ସେଇ ଗୁଣ ଭିତରେ ଦେବ ଦର୍ଶନର ଦିବ୍ୟ ଶକ୍ତି ସଂପନ୍ନତା ଥାଏ । ଯାହା ଦେବତା ହିଁ ଚିନ୍ତା କରିଥାନ୍ତି । ମୁଁ ଦିନେ ତୁମ ମାନଙ୍କର ଏ ଅବାଧ ମିଳାମିଶାକୁ ଘୃଣା କରୁଥିଲି ଓ ଯୁବ ସମାଜର ଚରିତ୍ରକୁ ସମାଲୋଚନା କରୁଥିଲି । ଆଜି ମୋର ସେ ଭ୍ରମ ଦୂର ହେଇ ଯାଇଛି । ଯୁଗ ବଦଳିବାରେ ଲାଗିଛି । ତୁମେ ଯୁଗପୋଯୋଗୀ ବଂଶଧର । ସେଦିନ ମୁଁ ଯେଉଁ ଦୃଷ୍ଟିରେ ତୁମ ଚରିତ୍ରକୁ ଦେଖୁଥିଲି ବାସ୍ତବରେ ସେ ଚରିତ୍ର ଭିତରେ ଅନାବିଳତାକୁ ମୋ ଆବିଳ ମନରେ ଦେଖି ପାରୁ ନ ଥିଲି । କାରଣ ମୋ ମନଟା ଗୋଟାଏ ପାପ ପଙ୍କିଳତା ଭିତରେ ସମାଧିସ୍ଥ ହେଇ ଯାଇ ଥିଲା ଯେ, ମୁଁ ସମସ୍ତଙ୍କ ଚରିତ୍ରକୁ ସେଇ ଆଖିରେ ଦେଖୁଥିଲି । କିନ୍ତୁ ଆଜି ମୁଁ ଯାହା ଦେଖୁଛି ତୁମେ ଜଣେ ଜଣେ ସେବାର ମୂର୍ତ୍ତିମନ୍ତ ପ୍ରତୀକ । ଏ ନୂଆ ସମାଜର ବାର୍ତ୍ତାବହ । ଆଗାମୀ କାଲିର ଉତ୍ତର ଦାୟାଦ । ତୁମ ମାନଙ୍କ ଉପରେ ଆମର ଭରଷା ଅଛି । ମାନି ଓ ଆତ୍ମୀୟ ସ୍ଵଜନଙ୍କ ସହିତ ପରିଚିତ କରେଇ ଦେଉଥିଲେ ସଚ୍ଚି ବାବୁ । ଏମାନଙ୍କ ଆଦର୍ଶକୁ ଅନୁସରଣ କରିବାକୁ ଉପଦେଶ ଦେଉଥିଲେ ।

 ଅସ୍ତାଚଳ ଶିଖରେ ସୂର୍ଯ୍ୟ ଅସ୍ତଗାମୀର ମୁରୁଜ ବୁଣି ଦେଇଥିଲେ । କ୍ରମଶ ନଇଁ ଆସୁଥିଲା ସଞ୍ଜ । ଶୁଭୁ ଥିଲା ପ୍ରଣବ ଝଙ୍କାର ସଙ୍ଗୀତ- ‘’ମାନବ ଦେହେ ଦିବ୍ୟଜ୍ଞାନ,ଦେଖି ସନ୍ତୋଷ ଭଗବାନ ‘’।

                                


Rate this content
Log in

Similar oriya story from Inspirational