Trushna Das

Tragedy Inspirational

4.3  

Trushna Das

Tragedy Inspirational

ସରପଞ୍ଚ ସୁଧିର ବାବୁ

ସରପଞ୍ଚ ସୁଧିର ବାବୁ

4 mins
293


ଭୋର ସକାଳୁ ସକାଳୁ ହୁରି ପଡିଛି ....ଗାଁ ନଦୀ କୂଳରେ ଥିବା ବୁଦା ପାଖରୁ ହୁରି ପଡିଛି.....ସାବି ମାଉସୀ ଆଉ ତା ଝିଅ ପାଟି କରି ଡାକୁଛନ୍ତି...... ଦଉଡ଼ି ଆସରେ ସବୁ.... ଦଉଡ଼ି ଆସ.... । ଦେଖ ଚୁମୁକିର ଏ କି ଅବସ୍ଥା....କିଏ ତାକୁ ଏମିତି କରିଲା ।  

ଚୁମୁକି.....

  ଚୁମୁକି ସନାତନ ମଉସାର ଗୋଟିଏ ବୋଲି ଝିଅ । ଛୋଟ ବେଳୁ ମାଆ ଛେଉଣ୍ଡ । ସନାତନ ମଉସାର ଜୀବନ । ଏ ବର୍ଷ ସେ ଡିଗ୍ରୀର ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇଛି । ଘର କାମ ଦାମରେ ସେ ପୁରା ନିପୁଣ । ଦେଖିବାକୁ ଯେମିତି ସୁନ୍ଦର ବ୍ୟବହାର ସେମିତି ଭଲ । ଗାଁରେ ସବୁ କୁହନ୍ତି ଚୁମୁକି ପରି ଝିଅ ଭାଗ୍ୟରେ ଥିଲେ ମିଳିବ ।  


ପାଟି ଶୁଣି ଗାଁର ସବୁ ଲୋକ ସେଠାରେ ରୁଣ୍ଡ ହୋଇଗଲେ । ସରପଞ୍ଚ ସୁଧିର ବାବୁ ପାଟି ଶୁଣି ସେଠାକୁ ଆସିଲେ । ସେଠିକାର ଅବସ୍ଥା ଦେଖି ସେ ପୁରା ଆଶ୍ଚର୍ଯ୍ୟ । ଚୁମୁକି ଦେହରେ ଲୁଗା ନାହିଁ...ଅଚେତ ହୋଇ ପଡିଛି..... କେହି ଜଣେ ତା ଶରୀର ଉପରେ ଓଢଣୀ ପକାଇଛନ୍ତି....ସେ ରକ୍ତରେ ଜୁଡୁବୁଡ...ସନାତନ ମଉସା ତାକୁ ଧରି କାନ୍ଦୁଛନ୍ତି ଆଉ କହୁଛନ୍ତି.... ତୁ ଟା ନ ମରି ବଞ୍ଚି ଗଲୁ କାହିଁକିରେ । ଏ କି ଅଦୃଶ୍ୟ ଝଡ଼ ଆମ ଜୀବନରେ ଆସିଗଲାରେ.... ତୋତେ କିଏ ଏମିତି କରିଲା..... ଜୀଇଁ ଥାଉ ଥାଉ ଆମ ଦୁଇଜଣଙ୍କୁ ମାରି ଦେଲା ।  


ଚୁମୁକିର ଅବସ୍ଥା ଦେଖି ସରପଞ୍ଚ ସୁଧିର ବାବୁ ଆଖିରୁ ଲୁହ ବହି ଗଲା..... । ସେ ପୋଲିସ ଆଉ ଆମ୍ବୁଲାନ୍ସ ସଙ୍ଗେ ସାଙ୍ଗ ଫୋନ କରି ଡାକିଲେ ।  


ସେଠାରେ ସୁଧିର ପଚରା ଉଚରାରୁ ଜାଣିଲେ ଯେ ସନାତନ ମଉସାର ସେଦିନ ସହରକୁ ସକାଳ ପ୍ରଥମ ବସରେ ଯିବା ଥିଲା । ଚୁମୁକି ସନାତନ ବାବୁଙ୍କୁ ରୋଷେଇ କରି ଦେବା ପାଇଁ ପାଣି ଆଣିବାକୁ ସକାଳ ଭୋର ସାଢେ ଚାରିଟାରେ ନଦୀ ଆସିଲା । ସନାତନ ବାବୁ ଗାଧୋଇ ଠାକୁର ପୂଜା ସାରି ଦେଖିଲେ ଚୁମକି ଏ ଯାଏଁ ଆସାନି... ସେ ଭାବିଲେ ଚୁମୁକି ବୋଧହୁଏ ତା ସାଙ୍ଗମାନଙ୍କ ସହ ପାଣି ଆଣିବାକୁ ଯାଇଛି ସେଥି ପାଇଁ ଡେରି ହୋଇଛି ।  


ସେପଟେ ଭର ସିଢେ ପାଞ୍ଚଟା ପାଖା ପାଖି ବେଳକୁ ସାବି ମାଉସୀ, ତାଙ୍କ ଝିଅ ଓ ତାଙ୍କ ପୁଅ ନଦୀକୁ ପାଣି ଆଣିବାକୁ ଗଲେ ସେତେବେଳେ ସେମାନେ କାହାରି ଜୋରରେ ଚିତ୍କାର ଶୁଣି ବୁଦା ଆଡକୁ ଦେଖିଲେ ଯେ ଗାଁର ବଦମାସ ଟୋକା ରିଙ୍କୁ ସେ ବୁଦାରୁ ଉଠି ଦଉଡୁଛି । ଏହା ଦେଖି ସାବି ମାଉସୀର ପୁଅ ତା ପଛରେ ଗଲା । ସାବି ମାଉସୀ ଆଉ ତାଙ୍କ ଝିଅ ପାଖକୁ ଯାଇ ଦେଖିଲେ ଚୁମୁକି ଦେହରେ କପଡ଼ା ନାହିଁ.... ତାର ଧର୍ଷଣ ହୋଇଛି.... ଆଉ ତାକୁ ଚାରି ଆଡେ ଛୁରୀ ମାରି ରିଙ୍କୁ ପଳାଇଛି । ସାବି ମାଉସୀ ତା ଝିଅର ଓଢଣୀ ଚୁମୁକି ଉପରେ ପକାଇଛି ଆଉ ଡାକ ପକାଇଛି ।  


ସାବି ମାଉସୀର ପୁଅ ଧଇଁସଇଁ ହୋଇ ଆସି ସରପଞ୍ଚ ସୁଧିର ବାବୁଙ୍କୁ ଆସି କହିଲା ରିଙ୍କୁ ଦଉଡ଼ି ପଳାଉଥିଲା... ମାଳଗାଡି଼ ଆସୁଥିଲା ସେପଟୁ । ରେଳ ଲାଇନ ପାରେଇବା ସମୟରେ ସେ ପଡିଗଲା ମାଳଗାଡି ତା ଉପରେ ଚଢିଗଲା । ସେ ମରିଗଲା । ତାକୁ ଭଗବାନ ତା କର୍ମଫଳ ଦେଇ ଦେଲେ ।  


ସନାତନ ବାବୁ ଭୋ ଭୋ ହୋଇ କାନ୍ଦୁଥାନ୍ତି । ଆଉ କହୁଥାନ୍ତି ଚୁମୁକିକୁ କାଶ ତୁ ବି ମରି ଯାଇଥାନ୍ତୁ ଆଉ ମୁଁ ବି ମରି ଯାଇଥାନ୍ତି ।  


ଏ କଥା ଶୁଣି ସରପଞ୍ଚ ସୁଧିର ବାବୁ ସନାତନ ମଉସାକୁ ବୁଝାଇଛନ୍ତି କଣ ପାଇଁ ମଉସା ତୁମେ ଏମିତି କହୁଛ । ଚୁମୁକି ବଞ୍ଚିଛି.... ସେତିକି ଆମ ପାଇଁ ବଡ଼ କଥା.... ଆଉ ତୁମେ ବାପ ହୋଇ ତାକୁ ମରିବାକୁ କହୁଛ କେମିତି.... ତାକୁ ଧର୍ଯ୍ୟ ଦିଅ... ସାହସ ଦିଅ ।  


ସନାତନ ମଉସା କାନ୍ଦି କହୁଛନ୍ତି କଣ ଆଉ କହିବି.... ଅଦୃଶ୍ୟ ଝଡ଼ ଆସି ଆମ ଜୀବନରେ ପ୍ରଳୟ ଆଣି ଦେଲା.... ବିଚାରି ମୋ ଝିଅ ଜୀବନରେ ଅଲିଭା ଦାଗ ଲାଗି ଗଲା । ସେ ଦାଗ ସାରା ଜୀବନ ତାକୁ ଜଳେଇ ପୋଡି ମାରିବ.... ସେ କଣ ଆଉ ଘର ସଂସାର କରି ପାରିବ.... ତାକୁ କଣ ଆଉ କେହି ବିବାହ କରିବେ । ସମସ୍ତେ ଏବେ ତାକୁ ଖରାପ ନଜରରେ ଦେଖିବେ.... ।  


ସରପଞ୍ଚ ସୁଧୀର ବାବୁ କହିଛନ୍ତି ନା ମଉସା ସେମିତି କିଛି ହେବ ନାହିଁ । ନିହାତି କେହି ନା କେହି ଚୁମୁକିକୁ ବାହା ହେବେ ।  


  ସନାତନ ବାବୁ କହିଲେ ସେ ମିଛ ଆଶ୍ୱାସନା ମୋତେ ଦିଅନି ସରପଞ୍ଚ ବାବୁ । ତେବେ କୁହ କଣ ତୁମେ ମୋ ଝିଅକୁ ଏମିତି ହେଲା ପରେ ବାହା ହୋଇ ପାରିବ.....? 


ସରପଞ୍ଚ ସୁଧିର ବାବୁ କହିଛନ୍ତି ହଁ ମୁଁ ବାହା ହୋଇ ପାରିବି । ଯାହା ହେଲା.... ସେଥିରେ ଚୁମୁକିର ଦୋଷ କଣ । ଠିକ ଅଛି ଆଜି ଠାରୁ ମୁଁ ଚୁମୁକିକୁ ମୁଁ ମୋର ସ୍ତ୍ରୀ ଭାବରେ ଗ୍ରହଣ କଲି । ଚୁମୁକି ଠିକ ହେଲା ପରେ ଆମର ବୈଦିକ ନୀତିରୀତିରେ ବିବାହ ହେବ.... ହେଲେ ଏବେ ଠାରୁ ମୁଁ ତାକୁ ମୋର ସ୍ତ୍ରୀର ପରିଚୟ ଦେଲି ।  


ପୋଲିସ ଆଉ ଆମ୍ବୁଲାନ୍ସ ଆସି ପହଞ୍ଚିଲା । ସରପଞ୍ଚ ସୁଧିର ବାବୁ ଆଉ ସନାତନ ମଉସା ଚୁମୁକିକୁ ନେଇ ସହର ଡାକ୍ତରଖାନାକୁ ଗଲେ । ପୋଲିସ ରିଙ୍କୁର ମୃତ ଶରୀର ଉଦ୍ଧାର କଲା ।  


ଗ୍ରାମବାସୀମାନେ ସରପଞ୍ଚ ସୁଧିରଙ୍କ ମଣିଷପଣିଆ ଦେଖି ତାଙ୍କ ପ୍ରଶଂସା କରି କହିଲେ ଯେତେବେଳେ ସୁଧିରଙ୍କ ବାପା ମାନେ ପୂର୍ବତନ ସରପଞ୍ଚ ମରିବା ଆଗରୁ ସହରରୁ ଆସିଥିବା ପୁଅକୁ ସରପଞ୍ଚ ବୋଲି ଘୋଷଣା କଲେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ...ଯେ ଏତେ କମ ବୟସରୁ କଣ ସେ ଏ ଦାୟିତ୍ୱ ନିଭାଇ ପାରିବେ । କିନ୍ତୁ ଆଜି ତାଙ୍କ ମଣିଷ ପଣିଆ ଦେଖି ବୁଝି ହେଲା ଯେ ତାଙ୍କ ଠାରୁ ଆଉ କେହି ଭଲ ସରପଞ୍ଚ ହୋଇ ପାରିବ ନାହିଁ । ସବୁ ସରପଞ୍ଚ ସୁଧିରଙ୍କ ପ୍ରଶଂସା କରିଲେ ।  


ଚୁମୁକିଙ୍କୁ ପୁରା ଠିକ ହେବା ପାଇଁ ଦୁଇ ମାସ ଲାଗିଲା । ସରପଞ୍ଚ ବାବୁ ଚୁମୁକିର ସବୁ କଥା ବୁଝୁ ଥିଲେ.... ଯେମିତି ଗୋଟିଏ ସ୍ୱାମୀ ତା ସ୍ତ୍ରୀର ଯତ୍ନ ନିଏ ।  


ଚୁମୁକି ଠିକ ହେଲା ପରେ ସରପଞ୍ଚ ସୁଧିର ବାବୁଙ୍କୁ କହିଲା ସରପଞ୍ଚ ବାବୁ ଆପଣ ଦେବତୁଲ୍ୟ । ମୁଁ ମଉଳା ଫୁଲ... ଆପଣ ମୋତେ ବିବାହ କରି ଆପଣଙ୍କ ଜୀବନ ବର୍ବାଦ କରନ୍ତୁ ନାହିଁ ।  


ସରପଞ୍ଚ ଚୁମୁକିକୁ କହିଲେ ତୁମେ ତ ସେଇ ଘଟଣା ଦିନରୁ ମୋର ମନରେ ସ୍ତ୍ରୀ ହୋଇ ସାରିଛ । ଏବେ କେବଳ ସମାଜ ସାମନାରେ ମୁଁ ତୁମକୁ ବିବାହ କରିବି । ତୁମ ମୁଣ୍ଡରେ ସିନ୍ଦୁର ଦେଇ ସେ ଅଲିଭା ଦାଗକୁ ମୋ ପ୍ରେମରେ ଲିଭେଇବି । ମୋତେ ଏ ବିବାହ ପାଇଁ ମନା କର ନାହିଁ । ମୁଁ ତୁମକୁ ମୋ ସ୍ତ୍ରୀର ସ୍ଥାନ ଦେଇ ସାରିଛି । 


ଚୁମୁକି କହିଛି... କିନ୍ତୁ ସରପଞ୍ଚ ବାବୁ.... ।  


ସରପଞ୍ଚ ସୁଧିର ବାବୁ କହିଛନ୍ତି ସରପଞ୍ଚ ବାବୁ ନୁହଁ... ମୁଁ ତୁମ ଭାବି ସ୍ୱାମୀ.... ତୁମେ ସୁଧିର କହି ଡାକ । ଏତିକି କହି ସରପଞ୍ଚ ସୁଧିର ବାବୁ ପଚାରିଛନ୍ତି ଚୁମୁକି ତୁମେ ମୋତେ ବିବାହ ପାଇଁ ରାଜି ତ ।  


ଚୁମୁକି ମଣ୍ଡ ହଲାଇ ହଁ ମାରିଛି... ଆଖିରୁ ତାର ଝର ଝର ଲୁହ ବହି ଯାଉଛି । ସରପଞ୍ଚ ସୁଧିର ବାବୁ ତାକୁ ପାଖକୁ ଟାଣି ଜାବୁଡ଼ି ଧରି କହିଛନ୍ତି ଆଇ ଲଭ ୟୁ ଚୁମୁକି । ଚୁମୁକି ବି କହିଛି ଆଇ ଲଭ ୟୁ ଠୁ ସୁଧିର ।  


କିଛି ଦିନ ପରେ ସରପଞ୍ଚ ସୁଧିର ଆଉ ଚୁମୁକିର ବିବାହ ପୁରା ଧୁମଧାମରେ ହେଲା । ଏ କଥା ବହୁ ବର୍ଷ ହୋଇ ଗଲାଣି ତଥାପି ଏବେ ପର୍ଯ୍ୟନ୍ତ ଗାଁରେ ସମସ୍ତେ ସରପଞ୍ଚ ସୁଧିର ବାବୁଙ୍କ ମଣିଷପଣିଆର ପ୍ରଂଶସା କରୁଛନ୍ତି । 



Rate this content
Log in

Similar oriya story from Tragedy