Ranjit Sahu

Tragedy

2  

Ranjit Sahu

Tragedy

ସ୍ଵର୍ଗର ସନ୍ଧାନରେ

ସ୍ଵର୍ଗର ସନ୍ଧାନରେ

2 mins
482


'ସେଦିନ ତୁମ କଥା ବହୁତ ମନେ ପଡିଲା I ସାଇକେଲରେ ବସି ତୁମ ସହିତ ବହୁତ ବୁଲିଛି ତୁମ ଗାଆଁ ଆଖ ପାଖ ଅଞ୍ଚଳI ସତରେ ତୁମ ସାଇକେଲରେ ଏକ ଭିନ୍ନ ଆତ୍ମସନ୍ତୋଷ ମିଳେ  ଆଉ ବିଲ, ପାହାଡ଼ ଆଉ ନଦୀ ରୂପ ବଦଳି ଯାଏ ତୁ ମ ସାଇକେଲରେ ସାମ୍ନାରେ ବସି ଦେଖିଲେ, ମାଟି ରାସ୍ତାରେ ଯେମିତି ସ୍ଲୋ ମୋସନରେ ଚଳଚିତ୍ରଟିଏ ଚାଲେ I ଆଉ ଗାଆଁ ପରିଦର୍ଶନ ପରେ ତୁମ ଘର ଶାଗ ପଖାଳ ଆଉ ତା ପରେ ସୁଖ ନିଦ୍ରାଟିଏ ! କାହିଁ କେଉଁଠି  ତ ମିଳିନାହିଁ ଆଉ ସେହି ସୁଖ ଆଉ ସେ ନିଶ୍ଚିନ୍ତ ପ୍ରହର?'  


ଶୁଣିବାକୁ ପାଇଲି ତୁମେ କୁଆଡେ ସେହି  ଗାଆଁରେ ନିଜର ଘର ସଂସାର କରି ଚଳି ଆସୁଥିଲ ଯେଯାଏଁ ତୁମର ଜୀବନର ଏହି ବାତ୍ୟାଟି ଆସି ନଥିଲା I  କେତେ ବଡ଼ ଅନ୍ୟାୟ କରିଛି ସତରେ ବିଧାତା ତୁମ ସହିତ ! ସମସ୍ତଙ୍କର ଉପକାର କରିଥିବା ବ୍ୟକ୍ତିଟିଏ ଆଜି ନିଜର ଜୀବନ ପାଇଁ ସଂଗ୍ରାମ କରୁଛି ଶୁଣିଛି ତୁମର ଦୁଇଟି ଯାକ ବୃକକ ଆଜି ନଷ୍ଟ ହେବ ଉପରେ ଏବଂ ଡାକ୍ତର ତୁମକୁ ଖୁବ ଶୀଘ୍ର ନୂଆ ବୃକକ ରୋପଣ ପାଇଁ ଉପଦେଶ ଦେଇଛନ୍ତି I ମୋର ଦୁର୍ଭାଗ୍ୟ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଁ ତୁମର କୌଣସି କାମରେ ଆସି ପାରୁ ନାହିଁ କାରଣ ମୋର ନିଜର ସ୍ଵାସ୍ଥ୍ୟ ମଧ୍ୟ ଭଲ ନୁହେଁ I 

ବାରମ୍ବାର ପରିବାରର ଅଶାନ୍ତ ପରିବେଶରେ ରହି ମୋର ସ୍ଵାସ୍ଥ୍ୟ ଅନେକ ଖରାପ ହୋଇ ଯାଇଛି I ତେଣୁ ମୋର ଆଉ ବଞ୍ଚିବା ର୍ମାଧ୍ୟ ବିଶେଷ ଇଛା ନାହିଁ I ବଂଚିବା ପାଇଁ ପନ୍ଥା ଠାରୁ ଅଧିକ ଆବଶ୍ୟକ କାରଣଟିଏ ଆଉ ଉଦ୍ଦେଶ୍ୟ ଟିଏ ଯାହା ମୋ ପାଖରେ ନାହିଁ I ହଣା କିନ୍ତୁ ମାରିବା ପାଇଁ ଆଜି କାରଣ ରହିଛି ନିଶ୍ଚୟ I '

ସବୁ ସାଂସରାଇକା ମୋହ ମାୟାରୁ ଦୁରେଇ ଯିବାକୁ, ସବୁ ପ୍ରକାର ଇନ୍ଦ୍ରୀୟ ଯାତନାରୁ ମୁକ୍ତି ପାଇବା ପାଇଁ ଆଜି ମୁଁ ଏହି ଚରମ ପଦକ୍ଷେପ ନେଉଛି I ହଁ ବନ୍ଧୁ ମୁଁ ହାର ଯାଇଛି ଏହି ସଂଗ୍ରାମରରେ I କିନ୍ତୁ ମୋର ଉପାର୍ଜିତ ଅର୍ଥରୁ ଅନେକ କିଛି ଦେଇ ଯାଉଛି ତୁମକୁ, ଯଦି  ପାରିବ ବଞ୍ଚି  ଯାଅ ମୋ ପାଇଁ ଆଉ ତୁମ ପାଇଁ ମଧ୍ୟ I ମୋର ସ୍ୱର୍ଗର ସନ୍ଧାନ ସେହି ଦିନ ସରିଗଲା ଯେଉଁ ଦିନ ମୁଁ ତୁମ ଘରେ ଦୁଇ ଘଡି ଶାନ୍ତିରେ ଶୋଇ ପଡ଼ିଥିଲି I '


ହାତରୁ ଚିଠିଟିଏ ଖସିଗଲା ବିକ୍ରମର I ସାମ୍ନାରେ ଓକିଲ ବାବୁ ଠିଆ ହୋଇଛନ୍ତି ତାହାର ବାଲ୍ୟ ବନ୍ଧୁ ସବୁ କିଛି ତାହାର ନାମରେ କରି କରିଛି ଆତ୍ମହତ୍ୟା


Rate this content
Log in

Similar oriya story from Tragedy