STORYMIRROR

Lipika Naik

Tragedy Classics Others

4  

Lipika Naik

Tragedy Classics Others

ସପନର ଦୁନିଆ

ସପନର ଦୁନିଆ

2 mins
285

ହଟାତ ଚିତ୍କାର ଶୁଭିଲା, ମୁଁ ଵି ଡରିଗଲି ସେତେବେଳକୁ ରାତି ପ୍ରାୟ ବାରଟା /ଗୋଟେ ଏମିତି ହେଇଥାଏ ! ଶୂନଶାନ ଅନ୍ଧକାର ଆଉ ଝିଂକାରୀର ଚିଂ ଚିଂ ଶବ୍ଦ, ପେଚାର ଘୁଁ ଘୁଁ ଶବ୍ଦ କିଛି ନ ଭାବି ଆଖି ମଳି ମଳି ଉଠି ଭସିଲି ଭାବି ବସିଲି ଏତେ ରାତିରେ ଏମିତି ଚିତ୍କାର ମନରେ ଡର ଵି ଲାଗୁଥାଏ କିନ୍ତୁ , ଛାତିକୁ ଦମ୍ଭ କରି ବସିଥିଲି ପୁଣି ଶୁଭିଲା କିଛି ଅସ୍ପଷ୍ଟ ଶବ୍ଦ ସବୁ କିନ୍ତୁ ଅଳ୍ପ ବହୁତ ତୋ ବୁଝି ହେଉଥାଏ !ବୁଝୁ ବୁଝୁ ଜାଣିଲି ଗାଁ ଶେଷରେ ଯୋଉ ବୁଢା, ବୁଢ଼ୀ ଦୁହେଁ ରହୁଥିଲେ ସେଥିମଧିରୁ ବୁଢ଼ୀର ଦେହାନ୍ତ ହେଇଚି ଆଖିରେ ଆଖିଏ ଲୁହରେ ବୁଢା ତାର ସେ ନୂଆ କରି ଗଢ଼ିଥିବା ସମ୍ପର୍କକୁ ମନେ ପକେଇ କୋହଭର ଛାତିରେ ବୁକୁଚିରା କ୍ରନ୍ଦନ କରିଚାଲିଛି !

  ରାତ୍ରିର ଶୂନଶାନ ପୃଥିବୀଟା ଯେମିତି ଫାଟି ପଡୁଛି ତା'କ୍ରନ୍ଦନରେ ! ବୟସ ଶେଷରେ ସାଥିର ବିଚ୍ଛେଦ ଅନେକ କଷ୍ଟ ଅନେକ କଷ୍ଟ ! 

 :- ବୁଢାର ପ୍ରେମ ଆଖି ଲୁହେ ଭିଜି ଚଟାଣରେ ଯେମିତି ଲେଖି ହେଇ ଯାଉଥାଏ ଅନେକ କିଛି !

  "ତାହାଲେ ଶୁଣନ୍ତୁ ତାଙ୍କ ପ୍ରେମର କିଛି କଥା ସଂକ୍ଷିପ୍ତରେ" !!

ସେଦିନ ସକାଳର ପହିଲି କିରଣ ପରି ଉଇଁ ଆସୁଥାଏ 'ପ୍ରେମିକା' ଗୋଲାପୀ ରଙ୍ଗର ସାଲୁଆର ପିନ୍ଧି ବେଣୀରେ ଖୋସିଛି ମଲ୍ଲି, ସୁଗନ୍ଧରେ ମହକି ଯାଉଥାଏ ଚତୁଃର୍ଦିଗେ, ସେତେବେଳେ ଠିକ ପାଗଳ ଭମର 'ପ୍ରେମିକ' ଉଡି ଆସି ଫୁଲର ଚତୁଃର୍ଦିଗେ ଭ୍ରମିତ ଅବସ୍ଥାରେ ମଧୁ ସଞ୍ଚିବାକୁ ପ୍ରୟାସ କରେ !

  ପ୍ରେମ ପିଆଲାରେ ମୋହିତ ହୋଇ ଦୁହେଁ ହେଲେ ଅତି ପାଖାପାଖି ବୟସର ପଡିଆରେ ଅନେକ ଖେଳ ରଚିଲେ ଦୁହେଁ ଶେଷରେ ହେଲା ବିବାହ,ଯୌବନ ଚାଲିଗଲା ହେଲେ ପ୍ରେମ ବୟସର ହାତ ଧରି ନ ଗଲା ତା' ସାଥେ ଚିରନ୍ତନ ଅମର ହେଇ ରହିଲା ସାଥିରେ ସବୁଦିନ ପାଇଁ ! ଆଜି ଏକା କରି ଚାଲିଗଲା ସିନା ସେ ମୁଁ ବଞ୍ଚି ଥାଇ ଵି ସ୍ମୃତିକୁ ଶେଷ ଯାଏ ରଖିବି ସାଇତି !

"ପ୍ରିୟାର ମୃତ୍ୟୁରେ ସ୍ପନ୍ଦନ ମୋ ଆଜି ମୃତ୍ୟୁ ଶଯ୍ୟାରେ ଶୋଇଯାଇଛି, ଶରୀର ଥାଇ ଵି ଜୀବିତ ଲାଗୁନି ବଞ୍ଚିଛି କି ମୁଁ ମରୀଚି ? ସପନ ଦୁନିଆ ଆଜି ମୋ ଭାଙ୍ଗିଲା, ଆଜିଠୁ ହେଲା ବାସ୍ତବ 'ତୋ' ବିନା ପ୍ରିୟା କେମିତି ବଞ୍ଚିବି ଉତ୍ତର ମାଗେ ମୁଁ, ମୋ ଅଧିକାରରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy