ଜୀବନ କେବେ କିପରି
ଜୀବନ କେବେ କିପରି
ସେଦିନ ଘରକୁ ଫେରିବା ପରେ ନିଦ ହେଲାନି ରାତିରେ !!
ହୃଦୟ କାନ୍ଦି ଉଠିଲା ସତରେ......
କାହିଁକି ଜାଣେନା.....!
ବେଲାରେ ପଖାଳ ତୋରାଣି ଆଉ ପତ୍ରରେ ଲୁଣ ଚିମୁଟେ.....
ଭୋକ ବିକଳରେ ସାଉଁଟି ହେଉଥାଏ ବେଲାରେ, ଆଖିରୁ ଶ୍ରାବଣର ଧାର ଜରାଜୀର୍ଣ୍ଣ ଅବସ୍ଥାରେ ଏକା ଏକା ବାଳୁତ ବୟସରେ ଅନାଥ ହେଇ ସେଇ ଭିଟା ମାଟିରେ ସଂଘର୍ଷ କରିଚାଲିଛି, ଆହାଃ ପଦେ କହିବାକୁ କେହି ନାହିଁ !!
ଅନ୍ତର ଆତ୍ମା ତା' ଝୁରୁଥାଏ, ସେ ମା'ର କୋଳ, ଆଉ ବାପାଙ୍କ ଆକଟ, ଭଉଣୀର ସ୍ନେହ ସେ ପିଲାଦିନ !! ସତରେ କେତେ ଦୁଃଖଦାୟକ ସେ ସମୟ,ଜୀବନର ଚିରା କାଗଜରେ ନିଆଁ ଲାଗିଗଲେ ଜାଳି ସବୁ ଛାରଖାର କାଟିଦିଏ !!
କିନ୍ତୁ, ମନର ଚି଼ଙ୍ଗାରି ଆକାଶ ଛୁଇଁବାକୁ ଆଜି ଵି ଖୋଜିବୁଲୁଛି, କିଏ ଜଣେ ଦେବଦୁତ ହେଇ ଆସିବ ଆଉ ହାତ ଧରି ତାର ବାଟ ବତେଇ ଦେବ ଜୀବନର ଚଲା ବାଟରେ !
ଆକାଂକ୍ଷାର ମରୀଚିକା, ବେଳ ବୁଡ଼ା ସନ୍ଧ୍ୟା .......
ସୂର୍ଯ୍ୟାସ୍ତ ହେବାକୁ ଆଉ ଅଳ୍ପ ସମୟ, ମୁହଁ ଅନ୍ଧକାର ଝାପ୍ସା ଝାପ୍ସା ସେ ବାଳୁତ ବୟସ, ଦୁଃଖର ପାହାଡ଼େ ସେ ଠିଆ ହେଇ ଅନେଇକି ଆଖିର ଅସୀମ ଆଶାକୁ ସମ୍ପୂର୍ଣ୍ଣ ଭାବରେ ଦେଖି ପାରୁନାହିଁ କୋଉଠି ଵି,ଜୀବନର ଗଣିତ କଷିବାକୁ ଯାଇ ଅନେକ ଭୁଲ ହେବାର ଆଶଙ୍କା କରୁଛି କାରଣ ମାର୍ଗ ଦର୍ଶକ ତାର କେହି ହେଲେ ଵି ନାଇଁ, ଏକୁଟିଆ ସେଇ କୁଡ଼ିଆ ଭିତରେ ପରିବାରର ସ୍ମୃତିରେ ଆଖି ଭିଜେ ପ୍ରତି କ୍ଷଣେ !
ଏମିତି ଦିନପରେ ରାତି ବିତିଚାଲିଲା ଅଳ୍ପ ବୟସ କରିବ ଵା କଣ କିଏ କଣ ଆଣି ଦେଲେ ଖାଇ ଶୋଇଯାଏ ! ମାନସିକ ଚାପ ବଢିବାକୁ ଲାଗିଲା ଧୀରେ ଧୀରେ ସବୁ ଦୂରେଇ ଗଲେ !
ସତରେ ଅଳ୍ପ ବୟସରେ ସେ ଯନ୍ତ୍ରଣା ଗୋଟେ ବଡ଼ ଲୋକ ଵି ସହିବା କଷ୍ଟକର ସେ ତୋ' ଅଳ୍ପ ବୟସ ପିଲାଟେ !
କେତେବେଳେ କଣ କରନ୍ତି ସେ ଭଗବାନ କାହା ଭାଗ୍ୟରେ କଣ ଅଛି କିଏ ଵା କହି ପାରିବ !
ଅନ୍ୟମାନେ ଖାଲି ସହାନୁଭୂତି ଦେଖେଇବେ କିନ୍ତୁ, ତା ଦୁଃଖକୁ କେହି ନେଇ ପାରିବେନି !
ଜୀବନ କେତେବେଳେ କିପରି କୋଉ ବୟସରେ ଆଉ କେମିତି କେହି ନିର୍ଧାରଣ କରି ନାହାନ୍ତି ବାସ ଭଗବାନଙ୍କ ନିର୍ଦ୍ଦେଶରେ ଏ ସଂସାର ଚାଲିଛି !!
