STORYMIRROR

Lipika Naik

Tragedy

3  

Lipika Naik

Tragedy

ନିର୍ଦ୍ଦୟ ବାସ୍ତବତା

ନିର୍ଦ୍ଦୟ ବାସ୍ତବତା

1 min
144


ସେଦିନ ସେ ସବୁଦିନ ଭଳି ଆଉ ଟିକେ ସୁନ୍ଦର ଦିଶୁଥିଲା ସତରେ ଇଚ୍ଛା ହଉଥାଏ ତାକୁ ହିଁ ଦେଖନ୍ତି ବାସ........

 ନାଲି ଶାଢ଼ୀ ପିନ୍ଦି ସିନ୍ଦୁର ନାଇଁ ଫୁଲର ତୋରଣରେ ସେ ସତେ ଯେମିତି ରାଜରାଣୀ ଲାଗୁଥାଏ !


   ହଳଦୀ ଲଗେଇ ପାଣିରେ ଗାଧେଇ, କଜଳ ଲଗେଇ, ନାଲି ଚୁଡ଼ି ଶଙ୍ଖାରେ ସାଜି ଆଜି ଯେମିତି ସେ ଦେବୀ ପରି ଲାଗୁଚି ସତରେ !

 ବାପା, ଏକଦମ ନୀରବ ଆଉ ସ୍ତବ୍ଧ, ସମସ୍ତେ ଅଛନ୍ତି ହେଲେ ସେ ଶୋଇଛି ନିଘୋଡ ନିଦରେ, କାହିଁକି ମା 'କାହିଁକି ?????

 ଆଜି ବହୁତ ଇଚ୍ଛା ହଉଚି ମା' ତୋତେ ଗେଲ କରିବାକୁ ଉଠ ନା ମୁଁ କାହା ସହ ଦୁଷ୍ଟାମୀ କରିବି ମା' ଦେଖ ବାପା ଆଜି କିଛି କହୁନାହାନ୍ତି କାଠଟା ପରି ପଡି ରହିଛନ୍ତି ତାଙ୍କୁ କହ କିଛି କହିବାକୁ ମା'............!!!


ଗୋଟେ ସନ୍ତାନ ତା ମମତାକୁ ହରେଇ ଲୋତକରେ ମା'ପାଦ ଧୋଇ ଦେଇ ଯାଉଛି !!

 ପୁଣି କହୁଛି ଶୁଣ ମା'ର ସଵାରୀ ଫୁଲରେ ସଜାଅ କୋଉଠି ଯେମିତି କମ୍ ନ ରହେ ସେତେବେଳେ ଭଉଣୀ ଭୋ ଭୋ ହେଇ କାନ୍ଦି କହିଲା ଭାଇ ଭାଇ ହସକୁ ଆସେ କଣ ହେଇଗଲା ତୋର ଭାଇ...........


ଶେଷରେ କୋକେଇ ଉଠିଲା ଜଡ଼ ପାଲଟି ଯାଇଥିବା ସେ ମା'ର ପୁଅ ଉଁ କି ଉଠିଲା ଧାର ଧାର ଲୁହରେ ମା'କୋକେଇ ଆଗରେ ସେ ପଥକୁ ଧୋଇ ଧୋଇ ମଶାଣି ଯାଏ ନେଇଗଲା......


ମୁଖାଗ୍ନି ବେଳେ ଅଚେତନ ହେଲା ଛାଏ ଛାଏ......

ବଡ଼ବାପା, ଖୁଡୁତା ହାତ ଧରି ତାର ମୁହଁରେ ଦେଲେ ଅଗ୍ନି,ନିଆଁ !!


ସତରେ ଏ ସମୟ କେତେ ନିର୍ଦ୍ଦୟ....


ଵି. ଦ୍ର :-କାଳ୍ପନିକ ଏକ କ୍ଷୁଦ୍ର ଗଳ୍ପ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy