STORYMIRROR

Lipika Naik

Children Stories Others

3  

Lipika Naik

Children Stories Others

ଗୋଟେ ବହିର ସାଥୀ (କ୍ଷୁଦ୍ର ଗଳ୍ପ )

ଗୋଟେ ବହିର ସାଥୀ (କ୍ଷୁଦ୍ର ଗଳ୍ପ )

1 min
202


କେତେ କଣ ସବୁ ଭରି ରହିଥାଏ ବହିର ପୃଷ୍ଠା ଭିତରେ,

ଜାଣିବାକୁ ଯାଇ ପଢେ ବହି ଖୋଲି ଅକ୍ଷର ଚିହ୍ନି ଶବ୍ଦ ଉଚ୍ଚାରୀ...!


ବହି ଗୋଟେ ଏମିତି କୁହୁକ ଯାହାକୁ ବିଦ୍ୟାର୍ଥୀ ପଢିବା ଦ୍ୱାରା ହିଁ ଅନେକ ଜ୍ଞାନ ଆରହଣ କରିଥାଏ ! ଗୋଟେ ବହିର ସାଥୀ ସେତେବେଳେ ହୁଏ ଜଣେ ଯେତେବେଳେ ସେ ବହିକୁ ଭଲ ପାଇ ତା ସହ ସମୟ ଅତିବାହିତ କରେ !

   ପ୍ରକୃତରେ ବହି ଅପେକ୍ଷା ଲୋକମାନଙ୍କଠୁ ବି କିଛି ଶିଖିବାକୁ ମିଳିଥାଏ, ପ୍ରଥମ ଗୁରୁ ଆମ ମା' ଯିଏ ଅନେକ ଯନ୍ତ୍ରଣା ପରେ ଆମକୁ ଏ ଦୁନିଆଁକୁ ଆଣିଛି........!

   କୋଳରେ ଧରି ମା', ବାପା ଡାକ ଶିଖେଇବାକୁ ତାକୁ ବହୁତ ସମୟ ମଧ୍ୟ ଲାଗିଚି ! ପ୍ରଥମ ମା'ଡାକ ସନ୍ତାନର, ମା' କାନେ ଯେବେ ହୁଏ ଗୁଞ୍ଜରିତ ମା'ର ଖୁସି ବଢିଯାଏ ଦୁଇଗୁଣରୁ ଅଧିକ !!


ସମୟ ସହିତ ଧୀରେ ଧୀରେ ବିତେ ପିଲାଦିନ ତାପରେ ଯୌବନ !

ଅ, ଆ ଠୁ ଆରମ୍ଭ ହୁଏ ମା' ଠାରେ ହୁଏ ଶେଷ,ମା' ପରା ବହିଠୁ କମ ନୁହଁ !

 ଗୋଟେ ବହିର ସାଥୀ କରି ଶୀର୍ଷକୁ ପହଁଞ୍ଚିଵାର ଆଶା କିମ୍ବା ଜାଣିବାକୁ ବଢେ ମନର ଜିଜ୍ଞାସା !!

 

  ଜୀବନର ସବୁ ଶିକ୍ଷା ଯେତେ ବହିପଢି ମିଳିଯିବ ପ୍ରକୃତ ଜ୍ଞାନ ମୁଁ ଭାବେ ନିଜ ଅନୁଭୂତିରୁ କିଛି କିଛି ରହିବ!

ଗୋଟେ ବହିରେ କିଛି ଅବୁଝା ଶବ୍ଦ ମିଳିବ କିନ୍ତୁ ଅଙ୍ଗେ ନିଭେଇ ଥିବା ଜୀବନରେ କିଛି ଘଟଣା ସମୂହ ଆଜୀବନ ମନେ ନ ଭୁଲି ହେବ !


କିଛି ଅନୁଭୂତି କିଛି ଅନୁଭବ ବହିରେ ଲେଖା ହୋଇ ନ ଥିବ ଜୀବନ ଯାତ୍ରାରେ ପ୍ରତିକୂଳ ପରିସ୍ଥିତିରେ ଶିକ୍ଷାଟେ ପାଇବା ନିଶ୍ଚିତ !

  ନିତିଦିନର ଘଟଣା ସବୁକୁ ବହିରେ ହୋଇଥାଏ ଲେଖା ସଂକ୍ଷେପରେ,

ଆଗ୍ରହୀ ବ୍ୟକ୍ତି ପଢେ ମନକୁ କରି ଏକାଗ୍ରତା ! 


କବି ଵା ଲେଖକ ଲେଖନ୍ତି ଅନେକ ସାହିତ୍ୟ ଭାଷାର କରି ପ୍ରୟୋଗ, ଚମତ୍କାରଭାବ ଆଉ ସତ୍ୟ ଘଟଣାର ବିବରଣୀ ସମୂହ ପାଠକ ନିକଟରେ ରଖନ୍ତି ଦୃଢ଼ ବିଶ୍ୱାସ ଆଉ ମନବଳ, ସତ୍ୟ ଘଟଣା ଅବା ବାସ୍ତବ ବାର୍ତ୍ତା  !

ରସାତ୍ମକ ରହସ୍ୟମୟ ଜାଣିବା ଭଳି ବହୁତ କିଛି ଜ୍ଞାନ  !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍