STORYMIRROR

Lipika Naik

Others

4  

Lipika Naik

Others

ଏକୁଟିଆ ମଣିଷ

ଏକୁଟିଆ ମଣିଷ

1 min
250


ସେଇ ଝୁମ୍ପୁଡି ଘରେ ଏକ ଦୀପଶିଖା ମିଞ୍ଜି ମିଞ୍ଜି ହେଇ ଜଳୁଥାଏ, ସନ୍ଧ୍ୟା ପ୍ରାୟ !


ସନ୍ଧ୍ୟା ହଉ ହଉ ସୂର୍ଯ୍ୟାସ୍ତ ଦୀପଟିଏ ଜାଳି ସେ କୁଡ଼ିଆ ଘରଟାରେ ଏଇ ଶୀତ କାକରରେ ବସିଥାଏ ସେ କୁଜୁ କୁଜୁ ବୁଢ଼ୀଟେ ।  ଆଖିରେ ତାର ଅନେକ ପ୍ରଶ୍ନ  ? ଆଉ ହୃଦୟର କଥା ପ୍ରକାଶ କରିବା ହୁଏତ ତା ମନ କହୁଥିବ କିନ୍ତୁ, କଣ କରିବା ପାଖରେ କେହି ଥିଲେ ତ ? ସେ ମନ କଥା କହି ନିଜର ବେଦନାକୁ ପରିପ୍ରକାଶ କରି ପାରିବ !


ଶୀତ ରାତିର ଏ ଘନ ଅନ୍ଧକାରରେ ନିଆଁ ଟିକେ ଜାଳି ଗୋଡ଼ ଦିଟା ଚୁଲି ମୁଣ୍ଡରେ ଦେଇ ଅନେକ ସମୟ ବସି ଭାବୁଛି ଏ ବୟସରେ ଏମିତି ଦୁଃଖ ମିଳିବାର ଥିଲା ବୋଲି !


ନିଶବ୍ଦ ହେଇ ସେ ଯୌବନର ସେ ଶ୍ରାବଣର ବର୍ଷା ଛିଟା ମନେ ପକେଇ ଆଖିର ଆକାଶରେ ଅସରାଏ ଶ୍ରାବଣର ଧାରା ବର୍ଷିଗଲା ପ୍ରେମ ଥିଲା ବୟସ ସହ ଯୌବନ ଥିଲା ଉଡ଼ିବୁଲୁଥିଲା ପର ଲଗେଇ କିଏ ଵା ରକୁଥିଲା କହି ସେ ବେଦନାର ସ୍ମିତ ହସଟେ ହସି ଆଉ ଟିକେ ଭାବି ଚାଲିଲେ ସେ ବୃଦ୍ଧା !


   ଆଜି ଦେଖ ନା ସେ ପ୍ରେମ ଅଛି ନା ଅଛି ସେ ସମୟ ?

ବାସ ଖାଲି ମୁଁ ଆଉ ମୋ ଭାଗ୍ୟ ! ପ୍ରେମର କଳଙ୍କ ମୁଣ୍ଡେଇ ବାସନ୍ଦ ହେଇ ଆଜି ଗାଁ ଶେଷ ମୁଣ୍ଡରେ ବିଶ୍ୱାସର ଦ୍ୱାହି ଦେଇ ପ୍ରେମ ଦେଲା ବିଷ ମିଶେଇ ଆଜି ମୁଁ ସମ୍ପୂର୍ଣ୍ଣ ଏକା ଆଉ ଏକା...l


ଲୁହ ଝରି ଶୁଖି ଗଲାଣି ଆଉ କଣ ଵା ଅଛି....କେତେଦିନର ଜୀବନରେ ସମାପ୍ତ ଶବ୍ଦ ମୋ ମଶାଣି ଖଟିଆରେ.....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍