Sunanda Kantha

Abstract

4.5  

Sunanda Kantha

Abstract

ସପନ ରାଇଜ

ସପନ ରାଇଜ

3 mins
16


ଶୀତୁଆ ସନ୍ଧ୍ୟାରେ ନିଆଁ ଜାଳି ପଡ଼ୋଶୀ ଘର ଲୋକ ସେକି ହେଉଛନ୍ତି l ଏ ବର୍ଷ ଶେଷ ଆଡ଼କୁ ଏମିତି ଜାଡ ପଡ଼ିବାର ଥିଲା କହୁଛନ୍ତି ମୋହନର ଜେଜେ l ମୋହନ କହୁଛି ନାଇଁ ଜେଜେ ତମେ ବୁଢ଼ା ହେଇଗଲଣି ତମ ରକ୍ତ ଥଣ୍ଡା ହେଇଗଲାଣୀ ତମେ ଆଉ ସହିପାରୁନ ଶୀତ l ଆଉ ବାହାରକୁ ନଯାଇ ଘରେ ଆସି ଘୋଡେ଼ଇ ହେଇ ବସ l ଘରେ ଜେଜେ ନାତିଙ୍କ ଛଡ଼ା ଆଉ କେହି ନାହାନ୍ତି l

ନାତି ପାଠ ପଢ଼ା, ରୋଷେଇ ବାସ ଏବଂ ସବୁ କାମରେ ହାତ ଦିଏ l ଦିନ ସାରା ଯାହା ଯେମିତି ଚାଲିଯାଏ ରାତିରେ ମୋହନ ମନରେ ଅନେକ ଚିନ୍ତା ଏବଂ ପ୍ରଶ୍ନ ଉଙ୍କି ମାରେ ସତରେ ମୁଁ ସଫଳ ହୋଇପାରିବି l ବୁଢ଼ାବାପ ମଧ୍ୟ ଅନେକ ଆଶା ରଖିଛନ୍ତି ତା ଉପରେ କଣ ବା ଆଉ ସିଏ କରିପାରିବ l ପିଲା କେତେଟାଙ୍କୁ ପାଠ ପଢ଼େଇ ଯାହା ମିଳେ ସେଥିରେ ଚଳନ୍ତି ଏବଂ ନିଜ ପାଠ ପଢ଼ା ମଧ୍ୟ ଚଳେ l ବୁଢ଼ୀ ମାଆଟାକୁ ସେ ଦେଖିନି ହେଲେ ତା ମାଆ ବାପା ତାରି ଆଖି ଆଗରେ ଅଜଣା ରୋଗରେ ଚାଲିଗଲେ ଆରପାରିକୁ l ସେହଦିନଠାରୁ ସେ ବହୁତ୍ ଭାଙ୍ଗି ପଡ଼ିଛି l ଯେତିକି ସେ ଭାଗ୍ୟ କୁ ଦୋଷ ଦିଏ ସେତିକି ସେ ଦୁର୍ନୀତିଖୋର ନେତାମାନଙ୍କୁ l ନିର୍ବାଚନ ଆସିଲେ କେତେ ଥର ଆସୁଛନ୍ତି ହେଲେ ନା ଖଣ୍ଡେ ଭଲ ରାସ୍ତା ଅଛି ନା ଅଛି ଭଲ ଡାକ୍ତରଖାନା l ଯିଏ ରୋଗରେ ପଡ଼ିଲା ଗମନାଗମନ ପାଇଁ ମଧ୍ୟ ତା ଜୀବନ ଅଧାବାଟରେ ଚାଲିଯାଉଛି l ସେଥିପାଇଁ ସେ ପ୍ରଶାସନିକ ପରୀକ୍ଷା ପ୍ରସ୍ତୁତି କରୁଛି ତା ଆଖିର ସେହି ଗୋଟିଏ ସ୍ବପ୍ନ ଯେମିତିବି ହେଉ ତାକୁ ସଫଳ କରିବ l ସେଦିନ ସବୁ କାମ ସାରି ବିଛଣାକୁ ଚାଲିଗଲା ଦେହ ଟା ଭାରି ବ୍ୟସ୍ତ ଲାଗୁଛି ସେଥିପାଇଁ ନିଦ ମଧ୍ୟ ଆସିଗଲା l ମୋହନ ର ମାଆ କହୁଛନ୍ତି ଧନରେ ତୁ କେତେ କଷ୍ଟ କରୁଛୁ ତାର ମୁଣ୍ଡ ମଧ୍ୟ ଆଉଁସି ଦେଉଛନ୍ତି ମୋହନ କୁ ଯେମିତି ସବୁ ସତ ଲାଗୁଛି l ମୋହନ ତାର ମାଆ ସହିତ ମଧ୍ୟ କଥା ହେଉଛି ଏଇ ଥର ମୁଁ ପରୀକ୍ଷା ରେ ପାସ୍ କରିଯିବି ତମର ସବୁ ସ୍ବପ୍ନ ପୂରଣ କରିବି l ବାପାଙ୍କର ଆଉ ତୋର ବହୁତ୍ ଖୁସିରେ ରହିବ l ଦେହ କୁ ଆଉ ଏତେ କଷ୍ଟ ଦେବନି ମୁଁ ସାଙ୍ଗେ ସାଙ୍ଗେ ସହରର ବଡ ଡାକ୍ତରଖାନାକୁ ନେଇଯିବି l ମାଆ କହୁଛନ୍ତି ତୁ ତ ମୋର ସପନ ରାଇଜର ରାଜକୁମାର ତୁ ସବୁବେଳେ ଭଲ ମଣିଷଟିଏ ହୋଇ ରହ l ତୁ ଯେଉଁ ଭଲ କାମ କରିବା ପାଇଁ ନିଷ୍ପତ୍ତି ନେବୁ ସବୁ ପୂରଣ ହେବ ମୋ ଆଶୀର୍ବାଦ ସବୁବେଳେ ତୋ ସାଥିରେ ଅଛି l ମୋହନ କହୁଛି ଠିକ୍ ଅଛି ପ୍ରଥମେ ନଳକୂପ ଟିଏ ଖୋଲିବି ,ପୁଣି କହୁଛି ନା ପ୍ରଥମେ ବିଦ୍ୟାଳୟ କଣ କରିବ ନିଷ୍ପତି ନେଇ ପାରୁନି l ସେ ଜାଣି ପାରୁନି ସେ ବଡ଼ ପାଟିରେ କହୁଛି ନାଁ ମୁଁ ପ୍ରଥମେ ଚିଠି ଲେଖିବି ରାସ୍ତା ମରାମତି କାମ କରିବା ପାଇଁ ତା ପରେ ଡାକ୍ତରଖାନା ହେବ l ସେପଟେ ଜେଜେ ଭାବୁଛନ୍ତି ରାତି ବୋଧେ ପାହିଲାଣି ଫୋନ୍ ରେ ବୋଧେ ମୋହନ କଥା ହେଉଛି l ମୋହନ କୁ ଜେଜେ କହିଲେ କାହାକୁ କଣ କହୁଛୁ ସେ କହୁଛି ବୋଉ ର ମୋର କଥା ହେଉଛୁ l ତମେ କୁହ ଜେଜେ ଆମେ ପ୍ରଥମେ କଣ ତିଆରି କରିବାପାଇଁ ନିଷ୍ପତି ନେବା l ଜେଜେ ବିଛଣାରୁ ଉଠି ଯାଇ କହିଲେ ଆଖି ବନ୍ଦ କରି କଣ ସବୁ ଗପୁଛୁ ମୋହନ ର ନିଦ ଭାଙ୍ଗିଗଲା l ଜେଜେ କହିଲେ ଶୀଘ୍ର ଉଠୁ ନିତ୍ୟକର୍ମ ସାରି ଦିଅଁ ଙ୍କୁ ମୁଣ୍ଡିଆ ମାରେ ଆଜି ତୋର ପରୀକ୍ଷା ଫଳ ବାହାରିବ l ମୋହନ ଚଟାପଟ୍ ଉଠି ଦେଖେତ ବୋଉ ନାହିଁ ଆଖିରୁ ଦୁଇ ଠୋପା ଲୁହ ଆସିଗଲା ସେ ଜାଣିପାରିଲା ତା ବୋଉ ସ୍ବପ୍ନ ରେ ଆସିଥିଲେ l ସେପଟେ ଜେଜେ ଡ଼ାକିଲେ ଉଠୁ ସେ ଖଟରୁ ବାହାରି ଆସେ ତୋର ସପନ ରାଇଜରୁ l ସେଦିନ ପରୀକ୍ଷା ରେ ପାସ୍ କରିଥିଲା ମୋହନ କେତେ ଯେ ଫୁଲମାଳ ବେକରେ ପଡୁଥିଲା ତା ସହିତ ଆନନ୍ଦର ଅଶ୍ରୁ ବୋହି ଯାଉଛି ଜେଜେ ନାତିଙ୍କର l ମୋହନ ପରବର୍ତ୍ତୀ ସମୟରେ ଅନେକ ଜନହିତକର କାର୍ଯ କରି ବହୁତ୍ ପ୍ରଶଂସା ପାଇଲା l ହେଲେ ସେଦିନର ସେହି ସ୍ବପ୍ନ କୁ ସେ ଭୁଲି ପାରୁନଥିଲା ଭାବୁଥିଲା ମୋର ସପନ ରାଇଜରେ ବୋଉର କୋଳ ଥିଲା ସର୍ବଶ୍ରେଷ୍ଠ ସେଠି ବହୁତ୍ କମ୍ ସ୍ଥାନ ଥିଲା ହେଲେ ସ୍ବପ୍ନ ଦେଖିବା ପାଇଁ ଜାଗା ଉଣା ନଥିଲା l


Rate this content
Log in

Similar oriya story from Abstract