Sunanda Kantha

Others

4.5  

Sunanda Kantha

Others

ନିର୍ଜନ ପଥ ର ପଥିକ

ନିର୍ଜନ ପଥ ର ପଥିକ

2 mins
395


ରାସ୍ତା ର ଦୁଇ ପାର୍ଶ୍ଵ ଗଛ ଲତାରେ ପରିପୂର୍ଣ୍ଣ l ପକ୍ଷୀ ମାନଙ୍କ କିଚିରୀମିଚିରି ଶବ୍ଦରେ ପ୍ରକମ୍ପିତ ଚାରିପାର୍ଶ୍ୱ l ବନ୍ୟଜନ୍ତୁ ମାନେ ଏପଟ ସେପଟ ଦୌଡ଼ି ଯାଉଥାନ୍ତି l ଗାଡ଼ି ଟି ଖାଲ ଢ଼ିପ ଅତିକ୍ରମ କରି ଚାଲିଥାଏ l ଥଣ୍ତା ଥଣ୍ତା ପବନ ର ଗତି ଦେହ ଓ ମନର ପ୍ରତିଟି ଜାଗାରେ ସ୍ପର୍ଶ କରୁଥାଏ l ଝିଅଟିର ନାମ ସମିକ୍ଷା ସେ ଯାଉଛି ନୁଆ ଜାଗାକୁ ଚାକିରୀ ପାଇଁ l ସେ ୧୦ ବର୍ଷ ହେବ ବାହାରେ ରହିଲାଣି ହେଲେ ଆଜି କାଇଁ ତାକୁ ଭାରି ବିଚଳିତ ଲାଗୁଛି l ଝିଅ ଟି ଭାରି ସ୍ଵାଭିମାନୀ ସେ ସବୁବେଳେ ନିଜକୁ ସକ୍ଷମ କରିବାକୁ ଚାହେଁ l ଘରୁ ଗୋଡ଼ କାଢିଲା ବେଳ ଠୁ ପାଦ ଦୁଇଟି ଯେମିତି ମନା କରୁଥାଏ ଯାଆନା ହେଲେ ତାକୁ ବିନା କୌଣସି ଗୁରୁତ୍ଵପୂର୍ଣ୍ଣ କାମ ନପଡ଼ିଲେ ଛୁଟି ରେ ରହିବାକୁ ପସନ୍ଦ ନୁହେଁ l ଗାଡ଼ି ଭିତରେ ବହୁତ୍ ଲୋକ ହେଲେ ତାକୁ ଯେମିତି ଏକା ଏକା ଲାଗୁଥାଏ l ଜଙ୍ଗଲ ବାଟ ଦେଇ ଗାଡ଼ି ଚାଲିଥାଏ ହେଲେ ଝିଅ ଟି ର ମନ ଏପରି ଅନ୍ୟମନସ୍କ ଯେ ତାକୁ ଲାଗୁଛି ଏକାକୀ ଯେମିତି ଚାଲିକି ଯାଉଛି l ତା ଭିତରେ ଆଖି କୁ ନିଦ ମଧ୍ୟ ଆସି ଯାଉଛି ଭାବୁଛି କଣ ମୁଁ ସବୁବେଳେ ଏକା ଏକା ମୋର ଜୀବନ ବାଟ ଅତିକ୍ରମ କରିବି l ଅତୀତର କିଛି ପୁରୁଣା ସ୍ମୃତି ପୁଣି ଉଜ୍ଜୀବିତ ହେଇ ଉଠୁଛି ଏବଂ ଆଖିରୁ ଉଷ୍ମ ଲୁହ ଧାର ବହି ଚାଲିଛି l କିଏ ବା ବୁଝିବ ଯେ ନିଜ ଜୀବନର ଅଧିକ ସମୟ ଏବଂ ଦୁଃଖ ପରିସ୍ଥିତି କୁ ନିଜେ ହିଁ ସମ୍ଭାଳିଛି l ଜୀବନର ନିର୍ଜନ ପଥରେ ପଥିକ ହୋଇ କେତେ ଘାତ ଏବଂ ପ୍ରତିଘାତ ସହି ମାଡ଼ି ଚାଲିଛି ନିଜକୁ ମଜବୁତ୍ କରିବାପାଇଁ l

ସତରେ କଣ ଏମିତି ଜୀବନ କଟେ କାହା ଉପରେ କେବେ ସ୍ବାର୍ଥ,ରାଗ, ହିଂସା କରିନି କିନ୍ତୁ ଅଭିମାନ କରିଛି l ହେଲେ ସେ ଅଭିମାନ କୁ ବୁଝିବା ପାଇଁ କେହି ନାହିଁ l କେହି କେହି କୁହନ୍ତି ବାଟରେ ପଡ଼ିଥିବା କଣ୍ଟାରେ ମଣିଷ ଆଘାତ ପାଏ ମାତ୍ର ସେ ଦରଜ ଭଲ ଏବଂ ଭୁଲି ହେଇଯାଏ l ମାତ୍ର ମନର ଦରଜ ଜମାରୁ ଭୁଲି ହୁଏନା l କିଛି ସମୟ ପରେ ଗାଡ଼ି ଟି ଗୋଟେ ଜାଗାରେ ରହିଲା ଏବଂ ଝିଅ ଟି ତାର ଭାବୁଥିବା ଦୁନିଆରୁ ବାହାରି ଆସିଲା l


Rate this content
Log in