Sunanda Kantha

Inspirational

4.0  

Sunanda Kantha

Inspirational

ଅଝଟିଆ ସୁଦାମ

ଅଝଟିଆ ସୁଦାମ

3 mins
305


ସେଦିନ ସକାଳୁ ଉଠି ଦାନ୍ତ ଘଷା ଏବଂ ଗାଧୁଆ ସରିବାପରେ ସୁଦାମ ଠାକୁର ଙ୍କ ପୂଜା ସାରିଲା l ବଡ଼ ପାଟିରେ ଡାକିଲା ମା ମୋତେ ଖାଇବାକୁ ଦେ , ସେପଟୁ ମା କହିଲେ କାଲି ରାତିର ପିଠା ଅଛି ,ସେ ରୋଷେଇ ଘର ଶିକାରେ ଅଛି ;ବିରାଡ଼ି ଟା ବହୁତ୍ ଉତ୍ପାତ ହେଉଛି ତେଣୁ ଉପରେ ରଖିଛି ତୁ ପେଟ ପୁରା କରି ଖାଇଦେବୁ l ସୁଦାମ ଖାଇସାରି ପାଠ ପଢିବା ପାଇଁ ବାହାରି ଗଲା। ଘର ଠୁ ବିଦ୍ୟାଳୟ ର ଦୂରତା ଅଧିକ l ସୁଦାମ ଚାଲିକି ଯାଉ ଯାଉ ଗୋଟେ ବୁଢ଼ା ଲୋକ ହାବୁଡେ ପଡ଼ିଲା, ଏବଂ ସେହି ଲୋକଟି କିଛି ଖୁଚୁରା ପଇସା ଗଣିବାକୁ ଦେଲା l ସୁଦାମ ତା ପରେ ବିଦ୍ୟାଳୟ ରେ ପହଞ୍ଚିଗଲା l ସେ ସମୟରେ ମଧ୍ୟାହ୍ନ ଭୋଜନ ର ସୁବିଧା ନଥାଏ, ସୁଦାମ ଘରୁ ଚୁଡ଼ା ଏବଂ ଗୁଡ଼ ଟିଫିନ୍ ରେ ନେଇଥାଏ l ଖାଇ ସାରି ପୁଣି ପାଠ ପଢା ସରିବା ପରେ ବିଦ୍ୟାଳୟ ଛୁଟି ହେଲା l ସୁଦାମ ଘର କୁ ଫେରି ଗଛ ଲତାରେ ପାଣି ଦେଲା l ପ୍ରାକୃତିକ ପରିବେଶ କୁ ସେ ବହୁତ୍ ଭଲ ପାଏ ଏବଂ ବହୁତ୍ ଛୋଟ ବୟସରୁ ସେ ଗଛ ଲଗାଇଛି l ତାକୁ ଯେତେ କଷ୍ଟ ହେଲେ ବି ଦେହ ଖରାପ ହେଲେ ବି ଗଛ ର ଯତ୍ନ ସେ ବହୁତ୍ ନିଏ l ବିଦ୍ୟାଳୟ ରେ ବି ସେ ସବୁଥିରେ ଭାଗ ନିଏ ଏବଂ ପୁରସ୍କୃତ ହୁଏ l ଥରେ ତାକୁ ଏକ ଚାରା ପୁରସ୍କୃତ କରାଯାଇଥିଲା ସେ ତାକୁ ଆଣି ତାର ବାପା ମା ଙ୍କୁ ଦେଖେଇଲା l ମାତ୍ର ତାର ବାପା ଏତେ ଖୁସି ନଥିଲେ ସେ କହୁଥିଲେ ଏଥିରୁ କଣ ମିଳିବ l ତୁ ଭଲ ପାଠ ପଢେ ଅଧିକ ନମ୍ବର ରଖେ ଭଲ ଚାକିରୀ ଟିଏ କଲେ ଆମ ଦୁଃଖ ଦୂର ହେବ l ସୁଦାମ ର ହୃଦୟ ଭାରି ଉଦାର ଏବଂ ସେ କାହା ଦୁଃଖ ସହି ପାରେ ନାହିଁ l ଗରୀବ ଲୋକ କିମ୍ବା ରୋଗୀ ମାନଙ୍କ ସେବା କରେ , ଘର ଲୋକ ଙ୍କ କଥା ନ ମାନି ନିଜ କର୍ତ୍ତବ୍ୟ ପାଳନ କରେ l ତା ବୟସର ପିଲାମାନେ କିଏ କୋଉ ଜିନିଷ ପାଇଁ ଅଝଟ କରେ ମାତ୍ର ତାର ଅଝଟ ଗଛ ପାଇଁ ଥାଏ l ବିଦ୍ୟାଳୟ ର ଖେଳ ଛୁଟି ରେ ସେ ଗଛ ସହିତ ସମୟ କାଟି ଦିଏ l ବିଦ୍ୟାଳୟ ରୁ ଫେରି ଗଛ ର ଯତ୍ନ ନିଏ, ଦିନେ ତାର ବାପା ରାଗିଯାଇ କେତେ ଗଛ ଓପାଡି ଦେଲେ ସୁଦାମ ଯେତେ ଅନୁରୋଧ କଲେ ମଧ୍ୟ ଶୁଣିଲେନି lସେଥି ମଧ୍ୟରେ ଔଷଧୀୟ ଗଛ ମଧ୍ୟ ଥିଲା l ସୁଦାମ ଦେଖି ରାଗି ଗଲା ଏବଂ କିଛି ନ କହି ବିଦ୍ୟାଳୟ କୁ ପର ଦିନ ଗଲା l ଫେରିବା ସମୟରେ ନ ଫେରିବାରୁ ମା ଭାରି ବ୍ୟସ୍ତ ହୋଇ ପଡିଲେ l ସୁଦାମ ସେଦିନ ତାର ଶିକ୍ଷକଙ୍କ ଘରେ ରହିଲା, ଶିକ୍ଷକ ପଚାରିବାରୁ ସେ ସବୁ ସତ କଥା କହିଲା l ଶିକ୍ଷକ କହିଲେ ଆଛା ଏହା ହେଉଛି ରାଗିବାର ବିଷୟ l ପିତାମାତା ଙ୍କ ଉପରେ କ୍ରୋଧ କରିବା ଉଚିତ୍ ନୁହେଁ l ସୁଦାମ ନ ଫେରିବାରୁ ବାପା ଆସି ଶିକ୍ଷକଙ୍କ ଘରେ ପହଞ୍ଚିଲେ ଏବଂ ସୁଦାମ କହିଲା ତୁମେ କହୁଥିଲ ପାଠ ପଢି ଅଧିକ ନମ୍ବର ରଖେ ତେଣୁ ମୁଁ ସାର୍ ଙ୍କୁ ଅନୁରୋଧ କରି ତାଙ୍କ ଘରେ ରହିଛି l ସାର୍ ମଧ୍ୟ କହିଲେ ତୁମେ ଯାଅ ସେ ଦିନେ ଦୁଇ ଦିନ ପରେ ଯିବ l ସେହିଦିନ ରାତିରୁ ପେଟ ଯନ୍ତ୍ରଣା ହେଲା ସୁଦାମ ବାପାଙ୍କର ଯେହେତୁ ତାଙ୍କର ଅମ୍ଳ ଅଧିକ ହୋଇଥିଲା ଏବଂ ବଦହଜମି ପାଈଁ ସେ ବେଳେ ବେଳେ ଏମିତି ସ୍ବୀକାର ହୋଇଥାନ୍ତି l ତାଙ୍କ ବାଡ଼ିରେ ଥିବା ଔଷଧୀୟ ଗୁଣ ପତ୍ର କୁ ବାଟିକି ମା ଦେଇଥାନ୍ତି ଏବଂ ଉପଶମ ମିଳିଥାଏ l ସେଦିନ କିନ୍ତୁ ନଥିଲା ତାର ବାପା ରାଗିକି ଅଧିକ ରୁ ଅଧିକ ଗଛ ଓପାଡି ଦେଇଛନ୍ତି l 

ମା ଖବର ପଠେଇଲେ ଶୀଘ୍ର ଆସେ ବାପାଙ୍କ ଦେହ ଖରାପ l ସୁଦାମ ସାର୍ ଙ୍କ ସହିତ କଥା ହେଇ ସାର୍ ଙ୍କ ବଗିଚାରୁ ବାପା ଙ୍କ ପାଈଁ ଔଷଧୀୟ ପତ୍ର ନେଇ ଦେଲା l ବାପା ତାର ଟିକେ ଆଶ୍ୱସ୍ତି ଲାଭ କରିବା ପରେ ସେ ଗଛ ର ମହତ୍ତ୍ଵ ବୁଝିଲେ l ସୁଦାମ କହିଲା ପାଠ ପଢ଼ିବା ସଙ୍ଗେ ପରିବେଶ ଏବଂ ପ୍ରକୃତ ସୁରକ୍ଷା ହେଲେ ବିଦ୍ୟା ର ମହତ୍ତ୍ଵ ରହିବ l ଆମ ଜୀବନ ଚାଲିଛ ଗଛ ପାଇଁ ଅମ୍ଳଜାନ, ଖାଇବା, ପିନ୍ଧିବା, ରହିବା ଏବଂ ପ୍ରାକୃତିକ ଦୁର୍ବପାକରୁ ଯିଏ ଆମକୁ ରକ୍ଷା କରୁଛି ଆମେ ତାକୁ ଟିକେ ପାଣି ଦେବାନି, ତାର ମୂଳ ଟିକେ ସଫା ରଖିବାନି l ସୁଦାମ ର ବାପା ଭୂଲ୍ ବୁଝିପାରିଲେ l



Rate this content
Log in

Similar oriya story from Inspirational