Sunanda Kantha

Inspirational

3  

Sunanda Kantha

Inspirational

ବୋଉର ପଣତ କାନି

ବୋଉର ପଣତ କାନି

3 mins
16


ଆଜି କାଇଁ ବୋଉ କଥା ଭାରି ମନ ପଡ଼ୁଛି ଓ ବହୁତ୍ ବ୍ୟସ୍ତ ଲାଗୁଛି । ସମୟ ଗଡି ଚାଲିଛି ତା ସହିତ ବୟସ ବି କେତେ ଯେ ବାଧା ବିଘ୍ନ କୁ ଆଡେ଼ଇ ଜୀବନ କୁ ଆଗେଇ ନେବାକୁ ପଡ଼ୁଛି । ସବୁ ବ୍ୟସ୍ତତା ଭିତରେ ଜଣେ ହିଁ ତାର ସବୁ ତ୍ୟାଗ କରିଥାଏ ସନ୍ତାନ ପାଇଁ ସେ ହେଉଛି ବୋଉ ।


ଝିଅ ଟି ତରତର ହେଇକି ବ୍ୟାଗ୍ ସଜାଡୁଛି ଘରକୁ ଆସିବ ବୋଲି ରାତି ୧୧ ଟାରେ ବସ୍ ଆସିଯିବ । ବସ୍ ଷ୍ଟାଣ୍ଡ ରେ କିଛି ସମୟ ଅପେକ୍ଷା କରିବା ପରେ ବସ୍ ଟି ଆସିଯାଇଥିଲା ଟିକେଟ ଟି ମଧ୍ୟ ଆଗରୁ ସରିଯାଇଛି । ବସ୍ ପାଖ ସିଟ୍ ରେ କେହି ନଥିଲେ ଝିଅଟି ଆଖିରେ ନିଦ ଆସି ଯାଇଛି ତା ଭିତରେ ବୋଉ କଥା ସବୁଦିନ ମନ ପଡୁଥିବାରୁ ଯେମିତି ଲାଗୁଛି ବୋଉ ର ପଣତ କାନି ଟେ ତାର ସାରା ଦେହରେ ବିଛାଡ଼ି ହେଇ ପଡ଼ିଛି । ଭାବନାର ଅଶ୍ରୁ ଗଡିଚାଲିଛି ଛୋଟ ବେଳର ସବୁ ହରକତ ସେ ସହିଯାଇଛି ନା କିଛି ପାଇବାକୁ ଆଶା କରିଛି ନା ମନରେ କିଛି ଦ୍ଵନ୍ଦ ରହିଛି । ବୟସ ର ଦୁରତାରେ ବୋଉ ର ପଣତ କାନି ର ଦୂରତା ଝିଅ ଟି ସହିପାରୁନି । ସତରେ ସେ ପଣତ କାନି ର ସୂତା ବହୁତ୍ ଶକ୍ତିଶାଳୀ ଦେହର କଷ୍ଟ ଓ ମନର ଯନ୍ତ୍ରଣା ର ମହୋଷଧି ସେ । ଝିଅଟି ଭାବୁଛି ସେ ପଣତ କାନି ର ବିଛଣାରେ କେତେ ଜଲଦି ଶୀଘ୍ର ନିଦ ଆସିଯାଏ ମୋତେ ହେଲେ ଏ ତୁଳା ର ଶେଯ ରେ ଆଖି ଅନିଦ୍ରା ରେ ରହୁଛି । କେତେ ରାତି ଉଜାଗର ରୁହେ ନିଜ ର କୌଣସି ଦାୟିତ୍ଵ ନିଏନି ସତରେ ବହୁତ୍ କାନ୍ଦ ଲାଗୁଛି ସେ ପଣତ କାନି ଟା କଥା ବହୁତ୍ ମନ ପଡ଼ୁଛି । ଶୀତ ହେଉ କି ଖରା କେବେ ସେ ଉଷ୍ମତା ଦିଏ ତ କେବେ ଦେହର ଝାଳ କୁ ମାରିଦିଏ କେତେଯେ ମାହାତ୍ମ୍ୟ ସେ ଖଣ୍ଡିଏ ପଣତ କାନି ର । କିଏ ସେ ବୋଉ ନାମ ଟି ବାଛିଲା କେତେ ଯେ ମଧୁର ସେ ନାମ ।


ଭଗବାନ୍ ଙ୍କର ଗୋଟିଏ ଅମୂଲ୍ୟ ଉପାଦାନ କଣ ଯେ ସେ ମୋ ପାଈଁ ସହିନାହିଁ ତାହା ଅତୁଳନୀୟ । ଆଖି ବୁଜି ସବୁ କଥା ବିଶ୍ୱାସ କରିନିଏ କେମିତକା ଏ ସମ୍ପର୍କ ସମ୍ପୂର୍ଣ ରୂପେ ନିଃସ୍ଵାର୍ଥପର କେମିତି ଯେ ଏହା ବର୍ଣ୍ଣନା କରିବି ପାରୁନି । କାହାକୁ ବା କହିବି କିଏ ବା ବୁଝିବ ଏ ନିବିଡ଼ତାକୁ କେତେ ଯେ ଅକଥନୀୟ ଏବଂ ଅସହନୀୟ ସେ ବନ୍ଧନ । ଘରେ ଦେହ ଖରାପ୍ ହେଲେ ଯେ ବିଛଣାରୁ ରୁ ନ ଉଠେ ଆଜି ନିଜପାଇଁ ପୁଣି ନିଜ କାମ ପାଇଁ କେତେ ସହିବାକୁ ପଡ଼ୁଛି । ଯାହା କେବେ କେବେ କହିଦିଏ ଅଭିମାନରେ କିଛି କ୍ଷଣ ପାଇଁ ସତରେ ତୋ ବିନା ଆଉ ତତେ ଛାଡ଼ି ମୁହୂର୍ତ୍ତେ ବି ମୋତେ ବଞ୍ଚିବା କଷ୍ଟ ହୋଇପଡେ । ଆଜି ଶରୀର ଅସୁସ୍ଥ ପାଇଁ ପରିସ୍ଥିତି ମୋତେ ବାଧ୍ୟ କରି ରଖୁଛି ତୋ ଠୁ ଦୂରେଇକି ତୋତେ ଟିକେ ଛୁଇଁବା ପାଇଁ ମୋ ମନ ଯେ କେତେ ବ୍ୟାକୁଳ କେତେ ଲୁହ ଧାର ବହିଯାଏ କାହାକୁ ମୁଁ କହିପାରେ ନାହିଁ ।

ତୋର ସେଇ ପଣତ କାନି ଟାକୁ ମୁଁ ବହୁତ୍ ଖୋଜୁଛି ଯୋଉଟା ମୋର ସବୁ ଖୁସିର ଗନ୍ତାଘର ବୟସ ଅନୁସାରେ ତା ଠୁ ମୁଁ ଦୂରେଇ ଯାଉଛି । ଥରୁଟିଏ ସେହି ପଣତ କାନି ମୋ ଦେହରେ ବିଛେଇ ଦେ ମୋ ଭିତରର ସବୁ ଦୁଃଖ, ଶୋକ ଉଭେଇଯିବ । ବେଳେବେଳେ ମୋତେ ଏମିତି ଲାଗୁଛି ମୁଁ ହିଁ ମୋ ଭିତରେ ନାହିଁ । ଭାବନାରେ ତୋର ମାଆ ଡାକ ମୋତେ ବିଚଳିତ କରିଦେଉଛି ତୋ ବିନା ମୁଁ ପୁରା ଅସମ୍ପୂର୍ଣ୍ଣ । ମୁଁ ବି ଜାଣିଛି ତୋ ଛଡ଼ା ମୋ ଜୀବନରେ କିଛି ବି ସୁଖ ନାହିଁ କି ଦୁନିଆରେ କାହାଠୁ ସେ ସୁଖ ପାଇପାରିବିନି । ଗୋଟିଏ କଥା ଭଗବାନ୍ ଙ୍କୁ ଡାକେ ତୁ ସବୁ ଜନ୍ମ ରେ ମୋର ବୋଉ ହେଇକି ରହିଥା ସବୁବେଳେ ତୁ ମୋ ଆଖିର ଥା ତୋ ଠୁ କେହି ବି ଜଣେ ମୋର ନିଜର କିମ୍ବା ବିଶ୍ଵସ୍ଥ ନାହାଁନ୍ତି । ଆଜି ୨୫ ବର୍ଷ ବିତିଗଲାଣି ହେଲେବି ପୁଣି ଥରେ ଛୋଟ ଶିଶୁ ଟିଏ ହେଇ ରହିବାକୁ ଇଛା ତୋ ପାଖରେ । ତୋ ବିନା ବହୁତ୍ କଷ୍ଟରେ ବଞ୍ଚୁଛି ତୋର ଅନୁପସ୍ଥିତି ର ଯନ୍ତ୍ରଣା ମୋର ଦେହ ଏବଂ ମନରେ ଖେଳି ଯାଉଛି । କେବେ ମୁଁ ଘରକୁ ଯିବି ତୋ କୋଳରେ ମୁଣ୍ଡ ରଖି ତୋର ସେ ପଣତ କାନିରେ ସମସ୍ତ ବେଦନା କୁ ପୋଛିଦେବି ଏହାହିଁ ମୋର ଲକ୍ଷ୍ୟ । ତୋ ପାଖରେ ଶୋଇଲେ ସ୍ବର୍ଗ ର ସୁଖ ତୋ ହାତ ରନ୍ଧାମୋ ପାଇଁ ଅମୃତ ଆଉ ତୋ ବିନା ମୋର ବାସ୍ତବ ସୁଖ କିଛି ନାହିଁ ଏ ସଂସାରରେ । ଏହି ସମୟ ଭିତରେ ଅଧିକରୁ ଅଧିକ ବାଟ ଅତିକ୍ରମ ହୋଇସାରିଛି ଝିଅଟି ମୁଁହ ରେ ହାତ ମାରି ଦେଖେତ ତା ବୋଉ ର ପଣତ କାନି ନଥିଲା ଥିଲା ମନର ଭାବନା । ସତରେ ଏ ବିଚିତ୍ର ଦୁନିଆରେ ବୋଉ ଶବ୍ଦ ଏବଂ ପଣତ କାନି ର ସୂତା ଖଣ୍ଡ ଟି ର ମୂଲ୍ୟ ଆଉ କିଏ ଅବା ଦେଇପାରିବ ।



Rate this content
Log in

Similar oriya story from Inspirational