Sunanda Kantha

Inspirational

4  

Sunanda Kantha

Inspirational

ସେବା ର ସୁଫଳ

ସେବା ର ସୁଫଳ

2 mins
13


ଅଶୋକ ରାତି ସାରା ସୋଇପାରିନି କେମିତି ଯେ ସୋଇପାରିବ ମାଆ ଟି ବିଛଣାରେ ପଡ଼ି ଜରରେ କମ୍ପୁଛି l ଛୋଟ ବେଳରୁ ବାପା ଛେଉଣ୍ଡ ପିଲାଟି ମାଆ ର ହାତ ଧରି ବାଟ ଚାଲୁଛି l ମା ପର ଘରେ କାମ କରି ଯେଉଁ ପଇସା ଆଣେ ସେଥିରେ ସେମିତି ଚଳି ଯାଆନ୍ତି l ମା 'ଙ୍କ ଦେହ ଦିନକୁ ଦିନ ଅସୁସ୍ଥ ହେବାରୁ ଅଶୋକ ମୁଣ୍ଡ କାମ କରୁନି ହେଲେ ଆଜି ଯେମିତି ବି ଡାକ୍ତରଖାନା ନେଇକି ଜିବ l ପାଖରେ ଥିବା ଏକ ରିକ୍ସା ଡାକି ମା ପୁଅ ଦୁହେଁ ଡାକ୍ତରଖାନା ବାହାରିଗଲେ l ଜିବା ବାଟରେ ଯୁବକ ଟିଏ ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଛି l ଅଶୋକ ରିକ୍ସା ଅଟକାଇ ଯୁବକ ର ମୁଁହ ରେ ପାଣି ଛିଞ୍ଚି ବାରୁ ତାର ଚେତା ଆସିଲା ଏବଂ ଲୋକ ମାନଙ୍କ ସହାୟତାରେ ଡାକ୍ତରଖାନା ନେଇକି ଗଲା l ମା ଙ୍କୁ ଡାକ୍ତର ଦେଖାଇ ଔଷଧ ଆଣି ଘରେ ଛାଡିଲା ଏବଂ କେମିତି କଣ ଔଷଧ ଖାଇବ ବତେଇଦେଇ ପୁଣି ଚାଲିଗଲା ସେହି ଯୁବକ ଟି ପାଖକୁ l ଡାକ୍ତରଖାନା ରେ ମଧ୍ୟ ସମସ୍ତେ ବ୍ୟସ୍ତ ହେଉଛନ୍ତି କେହି ପରିଚିତ ଲୋକଙ୍କୁ ନପାଈ ସେହି ସମୟରେ ଅଶୋକ ପହଁଚିଗଲା l ଡାକ୍ତର କହିଲେ ରକ୍ତ ଦରକାର ସରକାରୀ ରକ୍ତ ଭଣ୍ଡାରରୁ ଯୋଗାଡ଼ ହେଇଛି ହେଲେ ଅତ୍ୟଧିକ ରକ୍ତସ୍ରାବ ହେତୁ ଆହୁରି ଦରକାର l ଅଶୋକ ନିଜେ ରାଜି ହୋଇ ଯାଇଥିଲା ଏବଂ ଯୁବକ ଟି ଉପଯୁକ୍ତ ସେବା ଶୁଶ୍ରୁଷା ପାଇଁ ସୁସ୍ଥ ହୋଇପଡ଼ିଲା ଓ ଅଶୋକ କୁ ନିଜର ଭଗବାନ୍ କହି ବହୁତ୍ ପ୍ରଶଂସା କଲା l ଡାକ୍ତରଖାନା ରେ ସବୁ ରୋଗୀ ଏବଂ ସଦସ୍ୟମାନେ ଅଶୋକ କୁ ଜାଣିଗଲେଣି, କେହି କେହି ମଧ୍ୟ କୁହନ୍ତି ଏମିତି ପିଲାହିଁ ପିତାମାତା ଙ୍କ ସୁଯୋଗ୍ୟ ସନ୍ତାନ l ଏମିତି କିଛି ଦିନ ଚାଲିଯାଏ ହସଖୁସିରେ ପୁଣି ଆରମ୍ଭ ହେଲା ଅଶୋକ ର ମା ଙ୍କ ଦେହ ଖରାପ , କଣ କରିବ ବୁଝିପାରୁନହିଁ ପାଖରେ ଟଙ୍କାଟିଏ ନାହିଁ ବହୁତ୍ ଚିନ୍ତାରେ ଥାଏ ସେ l ଧାର ଉଧାର ଆଣିିକି ମା ଙ୍କୁ ନେଇକି ଗଲା ଡାକ୍ତରଖାନା ଏବଂ ଡାକ୍ତର କହିଲେ କିଛି ଦିନ ରହିବାକୁ ପଡ଼ିବ ଏହା ଶୁଣି ଅଶୋକ ର ମନ ଦୁଃଖ ହେଇଗଲା l ଦୁଇ ଦିନ ହେଲାଣି କିଛି ବି ପରିବର୍ତନ ନାହିଁ ଡ଼ାକ୍ତରମାନେ କହୁଛନ୍ତି ବାହାରକୁ କିଛି ପରୀକ୍ଷା କରିବାକୁ ପଠାଇବା ପାଈଁ l ଅଶୋକ ଚିନ୍ତା ରେ ପଡ଼ିଛି କଣ କରିବ କିଛି ନିଷ୍ପତି ନେଇପାରୁ ନାହିଁ l କେତେବେଳେ ମୁଣ୍ଡ ପାଖରେ ବସିପଡୁଛି ତ କେତେବେଳେ ପାଦତଳେ , ଭୋକ ଉପାସରେ ରହି କି ନିଜେ ମଧ୍ୟ ଦୁର୍ବଳ ହେଇଗଲାଣି l ଅଶୋକ ଏମିତି ବାହାରେ ଠିଆ ହେଇକି ଭାବୁଛି ହଠାତ୍ ଜଣେ କେହି ତା ପିଠିରେ ହାତ ବାଡେଇଦେଲେ ଅଶୋକ ବୁଲି ପଡ଼ି ଦେଖେତ ସେହି ଯୁବକ l ଯୁବକଟି ଅଶୋକ କୁ କୁଣ୍ଢେଇ ପକେଇଲେ ଦୁଇ ଜଣ ଙ୍କ ଭିତରେ କିଛି ସମୟ କଥାବାର୍ତ୍ତା ପରେ ଯୁବକଟି ତା ବାପାଙ୍କ ସହିତ ପରିଚିତ କରାଇଲେ l ଯୁବକ ଟିର ବାପା ଜଣେ ଡ଼ାକ୍ତର ହୋଇଥିବାରୁ ସେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଲେ l ଅଶୋକ ମାଆ ଙ୍କ ଚିକିତ୍ସା ଚାଲିଥାଏ ଯୁବକଟି ସବୁଦିନ ଆସି ସବୁ ସୁଖ ଦୁଃଖ ବୁଝେ l ଏମିତି ସମୟ କ୍ରମେ ଆଶୋକ ର ମାଆ ଙ୍କର ଦେହ ସୁସ୍ଥ ହେଲା l ଅଶୋକ ଡ଼ାକ୍ତର ଙ୍କୁ ଅନେକ ଧନ୍ୟବାଦ୍ ଜଣାଇଲା, ଡ଼ାକ୍ତର ମଧ୍ୟ ନିଜ ପୁଅ ଜୀବନକୁ ଫେରି ପାଇଥିବାରୁ ଆଶୋକ କୁ ନିଜ ପୁଅ ଭଳି କୋଳେଇ ନେଲେ l ଅଶୋକ ର ଏହି ମହାନ୍ ସ୍ଵଭାବ ପାଇଁ ଦୁଇଟି ଜୀବନ ମୃତ୍ୟୁ ର ଦ୍ଵାର ରୁ ବଞ୍ଚିଗଲେ l ଅଶୋକ ସେବାର ମୂଲ୍ୟ କୁ ବୁଝିପାରିଥିଲା ମଣିଷ ସେବା ହିଁ ଭଗବାନ୍ ଙ୍କ ସେବା l

 


Rate this content
Log in

Similar oriya story from Inspirational