STORYMIRROR

Sunanda Mohanty

Drama Action Others

3  

Sunanda Mohanty

Drama Action Others

ସଫଳତା

ସଫଳତା

1 min
179

ପୁଅ ପାଇଁ ପ୍ରସ୍ତାବ ପରେ ପ୍ରସ୍ତାବ, କିଏ କହୁଛି ଡାକ୍ତର ଝିଅ ତ କିଏ କହୁଛି ଇଞ୍ଜିନିଅର ଝିଅ, ବାପା ଆନନ୍ଦ ରେ ଫାଟି ପଡୁଥିଲା ବେଳେ ମାଆ କହନ୍ତି ସ୍କୁଲ ଶିକ୍ଷୟିତ୍ରୀ ଟିଏ ହେଲେ ଭଲ, ବାପା ଙ୍କର ବଡ ଆଶା ମାଆ ର ସ୍ବପ୍ନ ସବୁ ଧୂଳିସାତ ହୁଏ ପୁଅ ଯେବେ କହେ ଝିଅ ଠିକ ହୋଇସାରିଛି ।


   ବାପା ଙ୍କ ଅସହଯୋଗ ମାଆ ର ବଦଳିଯିବା ଭିତରେ ପୁଅର ପ୍ରେମ ସଂଘର୍ଷ ଭିତରେ କେତେ ସଫଳ ବା ବିଫଳ ହେବ ବୁଝିବା ପୁର୍ବରୁ ବାହାଘର ହୋଇଗଲା ସତ, ହେଲେ ବାପା ଙ୍କ ଅସହଯୋଗ ମାଆ ଙ୍କୁ କରେ ବ୍ୟଥିତ, ପୁଅ କୁ କରେ ଆହାତ, ହେଲେ ସଦ୍ୟ ଝିଅ କୁ ବାହାକରି ସାରି ପୁଣି ପୁଅ ବାହାଘର ଅସନ୍ତୋଷ ଭିତରେ ବାପା ଙ୍କ ପୁରୁଣା ରୋଗ ହୁଏ ବଳବତ୍ତର, ଆଯ଼ମା ସାଙ୍ଗକୁ କାଶ ତାଙ୍କୁ ପଙ୍ଗୁ କରେ ।


   ବୋହୂଟିର ସେବା ଶୁଶ୍ରୁଷା, ସୋରିଷ ତେଲ ରେ ରସୁଣ ପକେଇ ଫୁଟେଇ ପାଦ ରେ ଘଷିବା, ବାମ୍ଫ ନେବା ପାଇଁ ଥରକୁ ଥର ବାପା ଙ୍କୁ ପ୍ରସ୍ତୁତ କରେଇବା, ଗରମ ପାଣି ସହ ଥରକୁ ଥର ବାସଙ୍ଗ ଗଙ୍ଗଶିଉଳୀ ବେଲ ପତ୍ର ଫୁଟେଇ ମହୁ ମିଶେଇ ଦେବା ସହ ହସ୍ପିଟାଲ ରେ କରୋନା ଯୋଗୁଁ ଦେଖୁ ନଥିବାରୁ ଅନଲାଇନ ରେ ଡାକ୍ତର ଙ୍କ ସହ ମିଟ କରାଇବାରେ, ଶଶୁର ଖୁସି, ତ ପ୍ରେମ ବିବାହ ରୁ ସଂଘର୍ଷ ପରିବର୍ତ୍ତେ ସଫଳତାର ମହୁ ଝରୁଥିଲା ସାରା ପରିବାର ରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama