Susanta Donor

Romance

2  

Susanta Donor

Romance

ସୋନାଲି

ସୋନାଲି

1 min
353


ପ୍ରେମ ଦୁଇ ହୃଦୟର ମିଳନରେ ସୃଷ୍ଟି ହୁଏ । ପ୍ରେମରେ ଧନୀ ଗରିବର ଭେଦଭାବ ନଥାଏ ।ପ୍ରେମ ଅନନ୍ତ । କିଏ କହେ ଏହା ଅଢେଇ ଅକ୍ଷର । ଆଉ କିଏ କହେ ପ୍ରେମ ଶାଶ୍ବତ ପୁଣି ଚିରନ୍ତନ ।

ସେମିତି ଏକ ଭାବନା ବୋଧହୁଏ ପ୍ରେମର ମୋ ଜୀବନରେ ଆସିଲା । ମୋ ପ୍ରେମ ବିଦ୍ୟାଳୟ ଜୀବନରୁ ଆରମ୍ଭ ହୋଇଥିଲା।ଶ୍ରେଣୀ ବୋଧହୁଏ ପଞ୍ଚମ ।କୁହନ୍ତି ପିଲାମାନେ ଷଷ୍ଠରୁ ନଷ୍ଟ ହୋଇ ଯାଆନ୍ତି ବୋଲି ହେଲେ ମୁଁ ଠିକ୍ ଗୋଟିଏ ବରଷ ପୂର୍ବରୁ ନଷ୍ଟ ହୋଇ ସାରିଥିଲି ।

ବୟସ ଦଶ ବର୍ଷ । ସେ ଆମ ସ୍କୁଲ୍ କୁ ଆସିଥିଲା ପାଠ ପଢିବା ପାଇଁ । କୁହନ୍ତି ଚିଡିଆଖାନା ଭିତରକୁ ନୂଆ ଜୀବଟିଏ ଆସିଲେ ସମସ୍ତେ ଦେଖା କରିବାକୁ ମନ ବଳାନ୍ତି । ସେ ବି ସେମିତି ଗୋଟିଏ ଜୀବ ଥିଲା । ଦେଖିବାକୁ ବହୁତ ସୁନ୍ଦର । ଆଚାର ବ୍ୟବହାର ପାଠପଢା ଭଦ୍ରାମି ଦେଖି ତାକୁ ଆମ କ୍ଲାସ୍ ର ମନିଟର କରି ଦିଆଗଲା ଆଉ ତା ପରଠୁ ସେ ମୋ ହୃଦୟର ରାଣୀ ବନିଗଲା ।

ମୋ ଭଲପାଇବାକୁ ଅନେକ ବର୍ଷ ପୂରିଲାଣି ହେଲେ ମୁଁ କେବେ କହିବାକୁ ଚାହେଁନି ତା ଆଗରେ।କାରଣ ମୋ ପ୍ରେମ ଏକତରଫା ଥିଲା । ଆଉ ଆଜି ବି ଏକତରଫା ହେଇ ଅଛି । ସେ ବି ଜାଣିଛି । ମୁଁ ବି ଜାଣିଛି । ଆମ ପ୍ରେମ ଅଧା ହେଇ ରହିବ କେବେ ପୂରଣ ହେଇ ପାରିବ ନାହିଁ ।


Rate this content
Log in

More oriya story from Susanta Donor

Similar oriya story from Romance