Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pritisima Swain

Inspirational

4.0  

Pritisima Swain

Inspirational

ସୋମୁ ପାଇଁ ଲଡ଼ୁ

ସୋମୁ ପାଇଁ ଲଡ଼ୁ

2 mins
34



ସୁମିତ୍ରା ଦେବୀ ବିବାହ ପରଠୁ ଗଣେଶଙ୍କ ଭଳି ପୁତ୍ର କାମନା କରୁଥିଲେ । ବିବାହର ଅନେକ ଦିନଯାଏ ଶୂନ୍ୟ ଗର୍ଭ ରହିଲେ । ଘରେ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଲେ । ଅନେକ ପୂଜା ପାଠ, ଡାକ୍ତର, ମେଡ଼ିସିନ୍ ପରେ ବି କିଛି ଲାଭ ହେଲାନି । ଦିନେ ଜଣେ ବାବା ଗାଆଁକୁ ଆସିଥିଲେ । ସୁମିତ୍ରା ଦେବୀ ବିକଳ ହୋଇ ବାବାଙ୍କୁ ନିଜର ଅସୁବିଧା ବିଷୟରେ କହିଲେ । ବାବା ଜଣଙ୍କ ମୂଷା ପାଳିବାକୁ ଉପଦେଶ ଦେଲେ । ବାବାଙ୍କ କଥା ମାନି ସେ ଧଳା ମୂଷାଟିଏ ପାଳିଲେ । ସବୁଦିନ ତାକୁ ବିଭିନ୍ନ ଖାଦ୍ୟ ଖୁଆଉଥିଲେ । ଏମିତି ବର୍ଷେ ବିତିଗଲା l ହଠାତ୍ ଦିନେ ସେ ମୂଷା କୁଆଡେ଼ ଚାଲିଗଲା । ତାପରେ ଜଣା ପଡ଼ିଲା ସୁମିତ୍ରା ଦେବୀ ଗର୍ଭବତୀ । ସମସ୍ତେ ତାଙ୍କର ଯତ୍ନ ନେଲେ । ବିଭିନ୍ନ ବ୍ୟଞ୍ଜନ ଖୁଆଇଲେ । ଶେଷରେ ସେଇ ସମୟ ଆଗତ ହେଲା । ସୋମୁର ଜନ୍ମ ଗଣେଶ ଚତୁର୍ଥୀ ଦିନ ହେଲା । ସୋମୁ ଭାରି ଗେହ୍ଲା । ସବୁ ବର୍ଷ ସୋମୁର ଜନ୍ମଦିନ ଆଉ ଗଣେଶ ଚତୁର୍ଥୀ ଧୁମ୍ ଧାମରେ ପାଳନ ହୁଏ ।


ଗଣେଶ ଚତୁର୍ଥୀକୁ ଦୁଇ ତିନିଦିନ ଅଛି ଭାବି ସୁମିତ୍ରା ଦେବୀ ପ୍ରଭୁ ଆଉ ପୁଅ ଦୁହିଙ୍କ ପାଇଁ ଅଲଗା ଅଲଗା ଲଡ଼ୁ ତିଆରି କରିବାକୁ ଲାଗିଗଲେ । ରୋଷେଇ ବାସ ଛାଡ଼ି ମନ ଦେଇ ରାଶିଲଡୁ଼, ବାଦାମ ଲଡୁ଼ ତିଆରି କରିଲେ । ପୁଅର ପ୍ରିୟ ବାଦାମ ଲଡ଼ୁ ପ୍ରତିବର୍ଷ ତା ଜନ୍ମଦିନରେ ହୁଏ । ଆୟୋଜନ ଠିକ୍ ଠାକ୍ ଚାଲିଥାଏ । ସକାଳୁ ଆଗ ଠାକୁରଙ୍କ (ଗଣେଶ) ପୂଜା ସରିଲେ, ପୁଅ ପାଇଁ ପୂଜା ଆରମ୍ଭ ହେବ । ନନା(ପୁରୋହିତ) ଆସିଥିବେ ଏକାବେଳକେ ହୋଇଯିବ । ଗିରିଜା ନନ୍ଦନ ତାଙ୍କ ଲଡ଼ୁ ଭାଗ ପାଇଗଲେ । ସୁମିତ୍ରା ନନ୍ଦନ ଅପେକ୍ଷାରେ । ପୂଜା ସରିଲେ ତ ଲଡ଼ୁ ମିଳିବ । ରୋଷେଇ ଘରୁ ବଡ଼ପାଟି କରି ଭୋ ଭୋ ହେଇ କାନ୍ଦି ଉଠିଲେ ସୁମିତ୍ରା ଦେବୀ । ସୁରେଶ ବାବୁ(ସ୍ୱାମୀ) ଦଉଡ଼ି ଗଲେ, ଦେଖିଲେ ସୁମିତ୍ରା ଦେବୀ ମୁଣ୍ଡରେ ହାତ ଦେଇ ରାହାଧରି କାନ୍ଦୁଛନ୍ତି । କଥା କ'ଣ? 

ପୁଅ ପାଇଁ ତିଆରିଥିବା ଲଡ଼ୁ ସବୁ ମୂଷା ଖାଇ ଖଣ୍ଡିଆ କରି ପକେଇଛି । ସଙ୍ଗେ ସଙ୍ଗେ ମା' ଦୂର୍ଗା ସାଜି ହାତରେ ଖଡ୍ଗ (ଛାଞ୍ଚୁଣି) ଧରି ଯୁଦ୍ଧରେ ବାହାରିଗଲେ । ବିଜୟୀ ମଧ୍ୟ ହେଲେ ।

କଳା ମୂଷା ଜୀବନ ବଞ୍ଚେଇ ପ୍ରଭୁଙ୍କ ପାଖକୁ ଦୌଡିଲା । 

ମୂଷା_ ପ୍ରଭୂ ଏ କି ଅବିଚାର ତୁମର, ମୂଷା ଜାତି ସବୁ ସମାନ ।

ଏ ମଣିଷ ଧଳା ରଙ୍ଗର ମୂଷା ପାଇଁ ଅର୍ଥ ବ୍ୟୟ କରେ । ତାର ସମସ୍ତ ଦାୟିତ୍ଵ ନିଏ । ଖାଇବାକୁ ସବୁ ଦିଏ । ଆଉ ଆମକୁ ଏମିତି ଦୂର୍ ଦୂର୍ କରି ତଡିଦିଏ, କାହିଁକି ପ୍ରଭୁ ?

ପ୍ରଭୁ ମନେମନେ ହସିଲେ, ଆଉ କହିଲେ ମତେ ଦିଆଯାଇଥିବା ଲଡ଼ୁ କ'ଣ ମୁଁ ଖାଏ ? ମୂଷା ଉତ୍ତର ଦେଲା ନା ପ୍ରଭୁ, ସେଇ ମଣିଷ ଖାଏ । ତୁ ନଷ୍ଟ କରିଥିବା ଲଡ଼ୁ କ'ଣ ମଣିଷ ଆଉ ଖାଇବ?

ସବୁ ବୁଝିଗଲି ପ୍ରଭୁ ହେଲେ ଧଳା ମୂଷା ? ପ୍ରଭୁ ଉତ୍ତର ଦେଲେ ଆରେ ବୋକା ମଣିଷ ତାକୁ ନିଜ ହିତ ପାଇଁ ଘରେ ରଖେ ।ସ୍ୱାର୍ଥ ପାଇଁ ଖାଇବାକୁ ଦିଏ । ଆଉ ତୁ ସବୁ ଜିନିଷ ନଷ୍ଟ କରୁଛୁ ସେଥିପାଇଁ ମଣିଷ ତତେ ମାଟିରେ ତିଆରି ଲଡୁ ଦିଏ । ସେଇ ମାଟି ଲଡ଼ୁ ଖାଇ ଖୁସି ହେଇଯା । ଏସବୁ ମଣିଷର ମାନସିକତା । 

 ସୋମୁ ସେ ଖଣ୍ଡିଆ ଲଡ଼ୁ ଧରିବାରୁ, ସୁମିତ୍ରା ଦେବୀ ତାକୁ ବୁଝେଇ ଦେଲେ ବାବା ମୁଁ ତୋ ପାଇଁ ଆଉଥରେ ଲଡ଼ୁ କରିଦେବି । ଏସବୁ ବାହାରେ ପକେଇଦେବା ୟାକୁ ଖାଇଲେ ରୋଗ ହେବ । ସୋମୁ ଏବେ ଗଣେଶଙ୍କ ଲଡ଼ୁରୁ ଗୋଟେ ଛଡ଼େଇ ଆଣି ଖାଇବାକୁ ଲାଗିଲା । ପୁଅର ଏମିତି ରୂପ ଦେଖି ବାପା ମା' ହସୁଥିଲେ । 



Rate this content
Log in