ଲକ୍ ଡାଉନ୍ ଓ ଜୀବନ
ଲକ୍ ଡାଉନ୍ ଓ ଜୀବନ
ହଠାତ୍ ଲକ୍ ଡାଉନ୍ ବିଷୟରେ ଶୁଣି ଚିନ୍ତାରେ ପଡ଼ିଗଲା ମୀରା । ନିଜର ଠିକା ଚାକିରୀ ବି ଚାଲିଗଲା । ବାପାଙ୍କ ମେଡ଼ିସିନ୍ ପାଇଁ ମାସକୁ ପାଞ୍ଚ ହଜାର ଆସିବ କୋଉଠୁ, ଭାବିଭାବି ବ୍ୟସ୍ତ ହଉଥାଏ ।ନିଜ ଜମାପୁଞ୍ଜି ଉଠାଇ ଦୁଇମାସ କଷ୍ଟେମଷ୍ଟେ ଘର ଚଳେଇ ନେଲା । ପରମାସ କାମ ଖୋଜିଲା, ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ମାସ୍କ୍ । ଛୋଟ ବ୍ୟବସାୟଟିଏ ଆରମ୍ଭିଲା ପରିବାର ପାଇଁ ।
