Pritisima Swain

Inspirational

4.3  

Pritisima Swain

Inspirational

ଲକ୍ ଡାଉନ୍ ଓ ଜୀବନ ଶିକ୍ଷା

ଲକ୍ ଡାଉନ୍ ଓ ଜୀବନ ଶିକ୍ଷା

1 min
100



 ମୀରାର ସ୍ୱଳ୍ପ ବେତନରେ ସେ ଘର ଚଲେଇ ନେଉଥିଲା । ହଠାତ୍ ଏତେ ସବୁ ଏମିତି ସେ ଭାବିନଥିଲା l ଲକ୍ ଡାଉନ୍ ଏମିତି ଆସିବ, ଏକ ଅଚିହ୍ନା ରୋଗ ସଭିଙ୍କୁ ଏମିତି ଭୟଭୀତ କରାଇବ କିଏ ଜାଣିଥିଲା । ଠିକା ଚାକିରୀ ସମୟ ଅନୁସାରେ ଚାଲିଗଲା l ବାପାଙ୍କ ମେଡ଼ିସିନ୍ ବାବଦକୁ ପାଞ୍ଚ ହଜାର କୋଉଠୁ ଯୋଗାଡ଼ କରିବ ଭାବି ପାରିଲାନି l ଏମିତି ବସିକି ଭାବୁ ଭାବୁ ସାନଭାଈ ଆସି କହିଲା ଦିଦି ଜାଣିଛୁ, ସରକାର କହୁଛନ୍ତି ଯିଏ ମାକ୍ସ ନ ଲଗେଇବ ତାକୁ ଜୋରିମାନା ଦେବାକୁ ହେବ । ହସିଦେଇ ମୀରା କହିଲା ସେଇଟା ମାକ୍ସ୍ ନୁହେଁ ଗଧ "ମାସ୍କ" । ହଁ ସେଇ ଯା ହଉ । ମୁନା ଛୋଟ ପିଲା । କଥାରେ କହନ୍ତି ଛୋଟପିଲାଙ୍କ ତୁଣ୍ଡରେ ଭଗବାନ୍ ସର୍ବଦା ବିରାଜିତ ହୋଇଥାଆନ୍ତି । ମୀରାକୁ ଉପାୟ ଭଗବାନ୍ ଦେଇଦେଲେ, ଘର ଖର୍ଚ୍ଚ ଉଠେଇବାକୁ । ହେଲେ ମାସ୍କ କିଣି ବିକ୍ରିକରିଲେ କିଛି ଲାଭ ହେବନି । ମୀରା ଚାକିରୀ କରିବା ପୂର୍ବରୁ ସିଲେଇ ମେସିନ୍ କିଣି ଟିକେ ଶିଖୁଥିଲା । ଏବେ ଠିକା ଚାକିରୀ ନାହିଁ । ବହୁତ୍ ସମୟ । ଏବେ ଦିନରାତି ମାସ୍କ ତିଆରି ଆଉ ବିକ୍ରି କରିବା ତାର କାମ । ଖାଲି ନିଜର ନୁହେଁ ଆଉ ଦୁଇଜଣ ଝିଅଙ୍କୁ କାମରେ ଲଗାଇ ତାଙ୍କ ପରିବାର ଚଳେଇବାରେ ସେମାନଙ୍କୁ ମଧ୍ୟ ସାହାଯ୍ୟ କରୁଛି । ମୀରା ଭଳି ଅନେକ ଝିଅ ଏବେ ମୀରା ପାଖେ କାମ କରିବାକୁ ଆସୁଛନ୍ତି । ଜୀବନ ଏମିତି ଚାଲିଛି ।



Rate this content
Log in

Similar oriya story from Inspirational