Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Madhumita Mishra

Tragedy Others

3  

Madhumita Mishra

Tragedy Others

ସନ୍ତକ-ରକ୍ଷକ

ସନ୍ତକ-ରକ୍ଷକ

2 mins
562



       ଆଜିକାଲି ସମୟ ମିଳୁନି କାହା ସହ ଦି ପଦ ମନ ଖୋଲି କଥା ହେବା ପାଇଁ।ମଣିଷ ସତରେ କେତେ ବ୍ୟସ୍ତ ବିବ୍ରତ..ହେଲେ ଗତ ଫଣି ବାତ୍ୟା ଅନେକ ବିଧ୍ଵଂଶକାରୀ ବିନାଶ ସହ କିଛିଟା ଭାଇଚାରା ର ବୀଜ ବପନ କରିବାରେ ସକ୍ଷମ ହୋଇ ପାରିଥିଲା।କେବେ ନ ଦେଖା ଯାଉଥିବା କିଛି ନୂଆଁ ମୁହଁ ହଠାତ୍ ଆପଣା ଲାଗି ଆସିଥିଲେ।ଯେମିତି ଆମ ଘର ପାଖରେ ରହୁଥିବା ମିଶ୍ର ଭାଉଜ...


    ମିଶ୍ର ଭାଇନା ଓ ଭାଉଜ ମୁମ୍ବାଇରେ ରୁହନ୍ତି। ଭୁବନେଶ୍ୱରରେ ଘର ଥିଲେ ମଧ୍ୟ ଭଡ଼ା ଦେଇ ନାହାନ୍ତି।ଖୋର୍ଦ୍ଧା ପାଖରେ ତାଙ୍କ ପିତ୍ରାଳୟ ଓ ଶ୍ୱଶୁରାଳୟ ହୋଇଥିବାରୁ ସେମାନେ ପ୍ରାୟତଃ ଛୁଟିରେ ଆସନ୍ତି ଓ କିଛି ଦିନ ରହି ପୁଣି କର୍ମକ୍ଷେତ୍ରକୁ ଫେରି ଯାଆନ୍ତି।ଅଦିନ ମେଘ ପରି ସେମାନେ ଯିବା ଆସିବା କରୁଥିବାରୁ ଏତେ ଗପସପ ହୁଏନି।କିନ୍ତୁ ତାଙ୍କ ପରିବାର ଉପରେ ପଡ଼ିଥିବା ଆକସ୍ମିକ ଚଡ଼କ ଯୋଗୁଁ ଆମ କଲୋନୀରେ ସମସ୍ତେ ବିଚଳିତ ହୋଇ ଯାଇଥିଲୁ...


    ମିଶ୍ର ଭାଇନାଙ୍କ ଅକାଳ ବିୟୋଗ..ଦୁଇ ଦୁଇଟି ଝିଅ ଆଉ ଭାଉଜଙ୍କୁ ଛାଡ଼ି ସେ ଅଦିନରେ ଆରପାରିକୁ ଚାଲି ଯାଇଥିଲେ।କାହା ସାହାଯ୍ୟ ଓ ସହଯୋଗ ନେବାକୁ ମନା କରିଦେଇ ଭାଉଜ ସେମିତି ମୁମ୍ବାଇରେ ଏକଲା ନିଜ ସନ୍ତାନଙ୍କୁ ମଣିଷ କରିବାରେ ଲାଗି ପଡ଼ିଥିଲେ।ଯେତେବେଳେ ଭୁବନେଶ୍ୱର ଆସନ୍ତି ଥରେ ଅଧେ ଦେଖା ହୁଏ।କିନ୍ତୁ ଏଥର ଖରାଛୁଟିରେ ସେମାନେ ଆସି ଫଣୀ ସହ ଦେଖା ହୋଇଗଲେ..


    ପାଣି ସମସ୍ୟା ଓ ବିଜୁଳି ଅଭାବ ସମସ୍ତଙ୍କୁ ଘର ବାହାରକୁ ଆସିବା ପାଇଁ ବାଧ୍ୟ କରିଥିଲା।ମିଶ୍ର ଭାଉଜ ମଧ୍ୟ ଅଧିକ ସମୟ ଆମ ସହ ବିତାଇଲେ।ହେଲେ ଏକ ବ୍ୟତିକ୍ରମ ମୋ ମନକୁ ଘାଣ୍ଟି ପକାଉଥିଲା।ଭାଉଜଙ୍କ ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ଶୋଭା ପାଉଥିଲା ଅବଶ୍ୟ ଆଜିକାଲି କିଛି କହି ହେଉନି। ସେ ଯେ ନୂତନ ଜୀବନସାଥି ପାଇ ନ ଥିବେ ତା ନୁହେଁ..ତଥାପି କାହିଁକି କେଜାଣି ପ୍ରଶ୍ନ କରିଦେବାକୁ ଭାରି ଆତୁର ଲାଗୁଥାଏ..


   ଆଉ ସେଦିନ..


     ବିଜୁଳି ବିଭାଗର ପଦାଧିକାରୀ ଆସି ତାର ସଂଯୋଗ କରୁଥାନ୍ତି ଓ ସ୍ଥଳ ବିଶେଷରେ ଅର୍ଥ ସଂଗ୍ରହ ମଧ୍ୟ ଆମ କଲୋନୀରେ ଟ୍ରାନସ୍ ଫର୍ମର ଉପୁଡ଼ି ଯାଇଥିବାରୁ ନୂଆ ବସେଇବା ପାଇଁ ସେମାନେ ମୋଟା ଅଙ୍କ ମାଗିଥିଲେ।ଘର ପିଛା ଭାଗ କରି ଯେତେବେଳେ ଆମେ ଭାଉଜଙ୍କୁ ଜଣାଇଲୁ ସେ ସଙ୍ଗେ ସଙ୍ଗେ କାହାକୁ ଫୋନ୍ ଲଗେଇଲେ ଓ ସମ୍ମତି ଦେଲେ।ମୋ ପାଟିରୁ ଯନ୍ତ୍ରବତ୍ ବାହାରିଗଲା,ସେ କାହା ସହ କଥା ହେଲେ ! ଅଭଦ୍ରାମୀ ବୁଝିପାରି ସଙ୍ଗେ ସଙ୍ଗେ କ୍ଷମା ମାଗି ନେଲି।ଭାଉଜ ମଧ୍ୟ ହସିଦେଲେ ।


  କିନ୍ତୁ ସମସ୍ତେ ଯିବା ପରେ ମୋତେ ରହିବାକୁ କହି ଆରମ୍ଭ କଲେ.."ମୁଁ ଜାଣେ ତୁମେ ମୋ ସଧବା ବେଶ ନେଇ ଜାଣିବାକୁ ଚାହଁ."


  ଲାଜରେ ମୋ ମୁହଁ ଲାଲ ହୋଇଗଲା.."ନା ନା..ଭାଉଜ..ମୁଁ.."


 ଅଧାରୁ ମୋତେ ଅଟକାଇ ଭାଉଜ କହିଲେ"ମୋତେ ମଧ୍ୟ ଖୁସି ଲାଗିବ କାହାକୁ ଏ କଥା ଜଣେଇ । ନିଜ ଛାତିର ବୋଝ ଟିକେ ହାଲକା ତ ଲାଗିବ । ତୁମ ଭାଇନା ଯିବା ପରେ ମୁଁ ଦୂନିଆକୁ ଚିହ୍ନିଲି..ଏକା ବିଧବା ଜାଣି ଗୋଟେ ମାସ ଭିତରେ ଲୋକଙ୍କ ଚାହାଣୀ, ଚାଲି ଚଳଣିରେ ଅଦ୍ଭୁତ ପରିବର୍ତ୍ତନ ଆସିଗଲା।ମୁଁ ନିଜେ ବିଶ୍ୱାସ କରିପାରିଲିନି ଏ ସବୁ ର କାରଣ କଣ ?କିନ୍ତୁ ବହୁତ ଚିନ୍ତା କରିବା ପରେ ମୁଁ ପୁଣି ଶଙ୍ଖା ସିନ୍ଦୂର ପିନ୍ଧି ଦୁନିଆକୁ ବାହାରିଲି ,ଆଉ ଦେଖିଲି ପୁନଃ ଏକ ପରିବର୍ତ୍ତନ । ପ୍ରଥମଟି ଥିଲା ଏକ ଲୋଲୁପ ପୈସାଚିକ ପ୍ରବୃତ୍ତିର । ଦ୍ଵିତୀୟଟି ଦେଖିକି ସ୍ଵତଃ ଦୂରତା ନିର୍ଣ୍ଣୟର..ଆଉ ତା ପରଠୁ ମୁଁ ଫୋନ୍ ରେ ମଧ୍ୟ ମୋ ଦିବଂଗତ ସ୍ଵାମୀଙ୍କ ସହ କଥା ହେବା ଅଭିନୟ ଆରମ୍ଭ କଲି।ବିଶ୍ୱାସ କରି ପାରିବନି, ଆଜି ମଧ୍ୟ ମୁଁ ସୁରକ୍ଷିତ । ମୋ ଝିଅ ମାନେ ସଂରକ୍ଷିତ..କାରଣ ସଧବା ସନ୍ତକ ପୁଣି ଥରେ ମୋ ହସ୍ତଗତ" ।


ଭାଉଜ ଲୁହ ଲୁଚାଇବାକୁ ଘର ଭିତରକୁ ଚାଲିଗଲେ,ହେଲେ ମୋ ଲୁହ..ମୁଁ କଣ ଲୁଚେଇ ପାରିଲି ?





Rate this content
Log in

More oriya story from Madhumita Mishra

Similar oriya story from Tragedy