Nrusingha Narayan Tripathy

Classics Others

3.5  

Nrusingha Narayan Tripathy

Classics Others

ସନ୍ତାପିତ ହୃଦୟ

ସନ୍ତାପିତ ହୃଦୟ

3 mins
166



     ନବୀନ ସରଳ ସୁନ୍ଦର ନିରୀହ ଯୁବକ l ମନ ତାର ଏବେ ଶୁଖିଗଲା ପରି ଲାଗେ l ହରଷ ହଜି ଯାଇଛି ତାର ମନ ହୃଦୟରୁ l କେଜାଣି କଣ ହୋଇଛି ତାର ଠିକ ସେ ଆଜିକାଲି କଥା ହେଉନି, ଚିନ୍ତା କରୁଛି ତାର ସାଙ୍ଗ ବିହାରୀ l କାଇଁ ଏପରି ବ୍ୟବହାର, ଚାଲି ଚଳଣି ତାର ପିଲାଟି ବେଳୁ ପ୍ରାୟ 25ବର୍ଷ ହେବ ଦେଖିନାହିଁ l ହଁ ବିଚରା ଭାରି ଦୁଃଖିଟିଏ l ଜନ୍ମ ସମୟରେ ମାର ମୁହଁ ଦେଖିନାହିଁ l ବାପା, ତାର ମା ଓ ବାପା ସବୁକିଛି ଥିଲେ l ବଡ଼ ବିଚିତ୍ର ଦୁନିଆଁ, ବାପା ଦୁଃଖ କଷ୍ଟ କରି ଚାଳ କୁଡ଼ିଆରେ ରହି ତାକୁ ମଣିଷ କରିଛି l ପୁଅକୁ ଉଚ୍ଚ ଶିକ୍ଷିତ କରି କଲେଜ ପଢ଼ାଇଛି l ପୁଅ ନିଜ ଗୋଡ଼ରେ ଛିଡା ହେବା ପୂର୍ବରୁ ବାପା ଦୁଇ ମାସ ରୋଗ ଶଯ୍ୟାରେ ପଡି ଇହ ପାରିକୁ ଗଲେ l ମଲା ସମୟରେ ହତଭାଗ୍ୟ ପୁଅ ନବୀନ ବାପା ଙ୍କୁ ଦେଖି ପାରିଲା ନାହିଁ, ବୋଧେ ସେଥିପାଇଁ ସେ ଉଦାସ ରହୁଛି ନା ଆଉ କଣ ଅଛି l ବାରମ୍ବାର ସାନ୍ତ୍ୱନା ଦେବା ସହ ଜାଣିବା ପାଇଁ ଚେଷ୍ଟା କରି ବିଫଳ ହୋଇଛି ବିହାରୀ ll


       ଥରେ ସନ୍ଧ୍ୟା ସମୟରେ ବିହାରୀ ଓ ନବୀନ ଗ୍ରାମ ପାଖ ନଦୀ କୂଳରେ ବସିଥିଲେ l ସୁନ୍ଦର ଦକ୍ଷିଣା ପବନ ମନ ଜିଣି ନେଉଥାଏ l କିନ୍ତୁ ନବୀନ ମନକୁ ତାହା ଆନ୍ଦୋଳିତ କରିପାରୁ ନ ଥାଏ l ତା ମନରେ ଅଜଣା କୋହ ତାକୁ ବିଚଳିତ କରି ଦେଉଥାଏ l ସାଙ୍ଗ ଆଗରେ ମନର କଥା ପ୍ରକାଶ କଲେ ବ୍ୟଥା ପ୍ରଶମିତ ହୋଇଥାଏ, ବାରମ୍ବାର ଅନୁରୋଧ କରେ ବିହାରୀ l ମନର ବେଦନା ପ୍ରକାଶ କରେ ନବୀନ -------------

   

      " ବାପା ମୋ ପାଇଁ ସବୁକିଛି ଥିଲେ l ପାଠ ପଢି ଚାକିରୀ ଖୋଜୁଥାଏ l ଆଜିକାଲି ଡିଜିଟାଲ ଯୁଗରେ ସବୁ ନେଟ ଆଉ କମ୍ପୁଟର କେନ୍ଦ୍ରରୁ ସୂଚନା ମିଳେ l ବାପା କୁହନ୍ତି କାହିଁକି ସଦାବେଳେ ସନିଆ ପାଖକୁ ଯାଇ ମୋବାଇଲି ଦେଖୁଛୁ l ବାପା ଙ୍କୁ କହିଲି ଚାକିରୀ ପାଇଁ ଯେଉଁସବୁ ଫରମ ପକାଇଛି, ସବୁଥିରେ ସନିଆ ମୋବାଇଲି ନମ୍ବର ଦେଇଛି l ସୂଚନା ପାଇବା, ପଢିବା, ସବୁକିଛି ମୋବାଇଲ ଦ୍ୱାରା ହେଉଛି l ବାପା ଶୁଣି ମନଦୁଃଖ କରି କହିଲେ ତୋର ସବୁ ସାଙ୍ଗ ମାନେ ମୋବାଇଲି ଧରୁଛନ୍ତି l ତୁ ମୋ ପାଖେ ଥିବା ତୋ ବୋଉର ମଙ୍ଗଳସୂତ୍ର କେଉଁ କାମରେ ଲାଗୁ ନାହିଁ l ତାକୁ ନେଇ ବିକ୍ରି କରି ତୋ ପାଇଁ କିଛି ବହି ଓ ମୋବାଇଲି କିଣି ଆଣେ l ମୁଁ ପ୍ରଥମେ ମନା କରିଥିଲି, ପରେ ରାଜି ହୋଇ ମୋବାଇଲି କିଣିଲି l ବାପା ମୋବାଇଲି ଦେଖି ଯେତିକି ଖୁସି ହେଉଥିଲେ, ତାଙ୍କ ଭିତରେ କିଛି କମ ଥିବା ଭଳି ଅନୁଭବ କରୁଥାଏ l କିଛିଦିନ ପରେ ବାପା ଙ୍କ ଦେହ ଖରାପ ହୋଇଗଲା, ମୁଁ ତାଙ୍କ ସେବାରେ ନିଜକୁ ହଜାଇ ଦେଇଥାଏ l ଟିକେ ସମୟ ପାଇଲେ ମୋବାଇଲ ଦେଖେ l ମୋବାଇଲି ଦେଖିବା ଭିତରେ ଏକ ସୁନ୍ଦର ତରୁଣୀ ର ଫଟୋ ମୋତେ ଆନ୍ଦୋଳିତ କଲା, ମୁଁ ସେହି ଫଟୋ କୁ ବାରମ୍ବାର ଦେଖିବାକୁ ଲାଗିଲି l ଫଟୋକୁ ଥରେ ଲାଇକି ଓ କମେଟ ଦେଇଥିଲି, ପରେ ତାହା ଚାଟିଙ୍ଗ ରେ ପରିଣତ ହେଲା l କାହିଁକି କେଜାଣି ତାକୁ ନ ଦେଖିଲେ ଭଲ ଲାଗେନାହିଁ l ଅଜଣା ଟାରେ ତାହା ସହିତ ସମ୍ପର୍କ ଯୋଡି ହୋଇଗଲା l ଅଜଣା ଯୁବତୀର ପ୍ରେମରେ ମନ ବିଚଳିତ ହେଉଥାଏ l ଥରେ ତାର ଇଶାରାରେ ଦେଖା କରିବାକୁ ରାଜି ହୋଇଗଲି l ବାପାଙ୍କ ସେବା ସାରି ଭୁବନେଶ୍ୱରରେ ପରୀକ୍ଷା ଅଛି କହି, ପ୍ରେମର ଉଦ୍ୟାନ ଇନ୍ଦିରା ପାର୍କ ରେ ପହଂଚିଲି l ବହୁ ସମୟ ଅପେକ୍ଷା, ଯୋଗାଯୋଗ ପରେ ବି ସେ ଝିଅ ସହ ଦେଖା ହୋଇ ପାରିଲା ନାହିଁ l ହତାଶା ଓ ନିରାଶ ହେଲି, ଶେଷରେ ମୋବାଇଲି ରେ ସେ ଝିଅ ଓ ତାର ପ୍ରେମିକର ଘନିଷ୍ଠ ମୁହୂର୍ତ୍ତର ଫଟୋ ଦେଖି ବିଦାରିତ ଫଟା ହୃଦୟରେ ଘରକୁ ଫେରିଲି l ଘରେ ଦେଖେ ବାପା ଶୋଇଛନ୍ତି, ଅନେକ ଡାକିଲି, ଦେହକୁ ହଲେଇଲି ଉତ୍ତର ମିଳିଲା ନାହିଁ l ହତଵାକ ହୋଇଗଲି, ଜୋରରେ କାନ୍ଦିଲି, କାନ୍ଦି କାନ୍ଦି ବେହୋସ ହୋଇଗଲି, ଏ କଣ ହେଲା ବାପା ମୋତେ ଛାଡି ଚିର ନିଦ୍ରାରେ ଶୋଇଗଲେ l ଶେଷରେ ପାଣି ଟିକେ ବାପାଙ୍କୁ ଦେଇ ପାରିଲି ନାହିଁ l ହତଭାଗ୍ୟ ମୁହିଁ,ମୋ ପରି ପୁଅ କୌଣସି ବାପାଙ୍କୁ ନ ମିଳୁ ଚିନ୍ତା କରି ଧିକାର କରୁଛି ନିଜକୁ ସନ୍ତାପିତ ହୃଦୟରେ ---


        ନବୀନ ଠାରୁ ଏସବୁ ଶୁଣିବା ଭିତରେ ଲୁହ

ଆସିଯାଇଥାଏ ବିହାରୀର l ନବୀନ କୁ ହଲାଇ କହିଲା ଉଠ ସାଙ୍ଗ ଘରକୁ ଯିବା ରାତି ଅଧିକ ହେଲାଣି


Rate this content
Log in

Similar oriya story from Classics