STORYMIRROR

Nrusingha Narayan Tripathy

Inspirational Others

3  

Nrusingha Narayan Tripathy

Inspirational Others

ସାମ୍ପ୍ରତିକ ଶିକ୍ଷା ଓ ନିଯୁକ୍ତି

ସାମ୍ପ୍ରତିକ ଶିକ୍ଷା ଓ ନିଯୁକ୍ତି

3 mins
221


   ଶିକ୍ଷା ସମ୍ଭାବନା ସୃଷ୍ଟିକାରୀ ମାଧ୍ୟମ l ଉପଯୁକ୍ତ ସମୟୋପଯୋଗୀ ଶିକ୍ଷା ସମାଜ ଗଠନରେ ସହାୟକ ll ବିଦ୍ୟାଳୟ ଔପଚାରିକ ଶିକ୍ଷା ଓ ଅନୋଔପଚାରିକ ଶିକ୍ଷା ମାନବ ସମ୍ବଳର ପ୍ରଗତି ସମୃଦ୍ଧି ଉପରେ ପର୍ଯ୍ୟବେସିତ l ଶିକ୍ଷା ସାକ୍ଷର ହାସଲ ପାଇଁ ଉଦ୍ଦିଷ୍ଟ ନ ହୋଇ କର୍ମନିଯୁକ୍ତି, ଆଚରଣଗତ ପରିବର୍ତ୍ତନ, ସୁସ୍ଥ ସୁନ୍ଦର ସମାଜ ଗଠନ ପାଇଁ ପ୍ରେରଣାଦାୟୀ ହେଵା ବାଞ୍ଛନୀୟ ll ନିଯୁକ୍ତି ହେଵା, କର୍ମ ସଂସ୍ଥାନ ପାଇବା,ସରକାରୀ କର୍ମଚାରୀ ମାନ୍ୟତା ସାଧାରଣ ଲୋକଙ୍କ ନିଯୁକ୍ତିର ଅଭିବ୍ୟକ୍ତି ll


     ଶିକ୍ଷା ଦକ୍ଷତା ହାସଲ ନିମିତ୍ତ ଉଦ୍ଦିଷ୍ଟ l ପୁସ୍ତକ ପାଠ୍ୟକ୍ରମ ଜୀବନ, ଜୀବିକା, ସାମାଜିକ ଚଳଣି, ରାଜନୈତିକ ଭୂମିକା, ଆଧ୍ୟାତ୍ମିକ ବିଚାରଧାରା ଦର୍ଶନ ଅନୁସରଣଶୀଳ l ପୋଥିଗତ ବିଦ୍ୟା କର୍ମେ ନ ଆସିଲେ ତାହା ମୂଲ୍ୟହୀନ ଶିକ୍ଷା ପଦବାଚ୍ୟ ll ଶିକ୍ଷା ନିଯୁକ୍ତି, ଚାକିରି କରିବା ଉଦ୍ଦେଶ୍ୟ ନ ହୋଇ ନିଯୁକ୍ତି ଦାତା, କର୍ମସଂସ୍ଥାନ ସୃଷ୍ଟି ମହାନ ଉଦ୍ଦେଶ୍ୟ ହେଵା ଉଚିତ l ଧନ୍ଦା ମୂଳକ, ବୈଷୟିକ ଶିକ୍ଷା ଜୀବନ ନିର୍ବାହ ଦିଗରେ ପରିଚାଳିତ ହେବା ଆଜିର ଆହ୍ୱାନ l


    ବର୍ତ୍ତମାନ ଶିକ୍ଷା କେବଳ ଗୁରୁ କିମ୍ବା ଅନୁଷ୍ଠାନ ମଧ୍ୟରେ ସୀମାଵଦ୍ଧ କେବଳ କହିବା ବାହୁଲ୍ୟ l ଆଜିର ଶିକ୍ଷାରେ ଗଣ ମାଧ୍ୟମ, ଟେଲିଭିଜନ, କମ୍ପୁଟର ଓ ମୋବାଇଲି ଶ୍ରେଷ୍ଠ ସାଧନ l ଆମେ ଉକ୍ତ ସାଧନ କୁ କେବଳ ମନୋରଞ୍ଜନ ଧର୍ମୀ ବିଚାର ନ କରି ଉଚିତ ସକାରାତ୍ମକ ମାର୍ଗରେ ଉଦ୍ଦେଶ୍ୟ ସ୍ଥିର କରି ପରିଚାଳିତ କରିପାରିଲେ ଆମର ପ୍ରଗତି ନିଯୁକ୍ତି କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି , ପରିବର୍ତ୍ତନ ଓ ଆକର୍ଷକ ହୋଇପାରିବ l ପରିବେଶ,ଟିଭି,ଇଣ୍ଟରନେଟ ର ବିଫଳ ବ୍ୟବହାର ସମାଜରେ କୁଶିକ୍ଷା, ସଂସ୍କୃତି ବିହୀନ କାମନ୍ଧତା, ଫେଶନ ଧର୍ମୀ କୁଶଳତା ବୃଦ୍ଧି ହେଵା ସଙ୍ଗେ ସଙ୍ଗେ କୋଢିଆ, ପ୍ରଚ୍ଛନ୍ନ ବେକାରୀ, ଚୋରି, ଡକାୟତି, ବେଭିଚାର, ଭ୍ରଷ୍ଟାଚାର ଓ ଅସାଧୁତା ବହୁଳ ପରିମାଣରେ ବଢିବା ସହିତ ପ୍ରଗତି ନିଯୁକ୍ତି ସଂକୁଚିତ ହେଉଛି ll


   ଉଦାରୀକରଣ, ଜଗତୀକରଣ ଅର୍ଥନୀତି ସାରା ବିଶ୍ୱରେ ନିଯୁକ୍ତି କ୍ଷେତ୍ରରେ ବୈପ୍ଲବିକ ସଂସ୍କାର ଆଣିପାରିଛି l କର୍ମ, କର୍ମ ସଂସ୍ଥାନ ର ଅଭାବ ନାହିଁ ଶତପ୍ରତିଶତ ଠିକ ବୋଧଗମ୍ୟ, ଦକ୍ଷତା ସମ୍ପନ୍ନ ବ୍ୟକ୍ତି ବୁଝି ପାରୁଛନ୍ତି l ଉପଯୁକ୍ତ ଶିକ୍ଷା, ସଚେତନତା ଅଭାବୀ ବ୍ୟକ୍ତି ନିଯୁକ୍ତି,ବେକାରୀ ନାମରେ ହଟଗୋଳ, ଆଲୋଡନ ସୃଷ୍ଟିକରି ନିଜର ରାଜନୈତିକ ଅଭିସନ୍ଧି ଓ ଲୋକଙ୍କ ଅନୁକମ୍ପା ହାସଲ ପାଇଁ ବ୍ୟସ୍ତ,କାର୍ଯ୍ୟରତ l କଥାଟି ପ୍ରାସଙ୍ଗିକ ଲାଗି ନ ପାରେ କିନ୍ତୁ ଟିକେ ତଳେଇ ବିଚାର କଲେ ଜାଣି ପାରିବା ଭାରତରୁ ଶିକ୍ଷା ହାସଲ କରି ଭାରତୀୟ ସାରା ବିଶ୍ୱରେ ପ୍ରତି କୋଣେ ଅନୁକୋଣେ ନିଯୁକ୍ତି, ବିସ୍ତୃତି ଓ ବସତି ସ୍ଥାପନ କରିଛନ୍ତି l


    କିନ୍ତୁ ଏହାବି ବାସ୍ତବ ସତ୍ୟ ଭାରତରେ ସର୍ବାଧିକ ବେକାରୀ, ନିରକ୍ଷର, ଅଶିକ୍ଷିତ ଓ ଶିକ୍ଷାରେ ଦକ୍ଷତା ହାସଲ କରିପାରୁନଥିବା ବ୍ୟକ୍ତି ବିବ୍ରତ l ଏହାର କାରଣ ସମସ୍ତେ ସାମ୍ପ୍ରତିକ ଭାବରେ ସମାନ ଶିକ୍ଷା ପାଇପାରୁ ନାହାନ୍ତି କି ସଚେତନ ହୋଇପାରୁନାହାନ୍ତି l ଦୁଇ ପ୍ରକାର ଶିକ୍ଷା ଏଠି ପ୍ରଚଳିତ l ପ୍ରଥମଟି ପୁଞ୍ଜିପତି ଉଚ୍ଚ ଶିକ୍ଷିତ ମାନଙ୍କ ପାଇଁ ହୋଇଥିବା ବେଳେ ଅନ୍ୟଟି ଗରିବ ଖଟିଖିଆ ମାନଙ୍କ ପାଇଁ l ସରକାର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ, ଅଶିକ୍ଷିତ ବ୍ୟକ୍ତି ଅଶିକ୍ଷିତ ରହିଲେ ସେମାନଙ୍କ ପାଇଁ ପ୍ରଚାର ପ୍ରସାର କରିବା ସହିତ, କ୍ଷମତାରେ ସର୍ବଦା ରହିବା ସମ୍ଭବ ଏହି ମାନସିକତାରେ ଶିକ୍ଷାକୁ ପରିଚାଳିତ କରୁଛନ୍ତି l ଶିକ୍ଷା ଏବେ ମଜାଦାର ମନଛୁଆଁ ବ୍ୟବସାୟ l ସରକାର ଉଚ୍ଚ ଦର୍ଶନଯୁକ୍ତ କଥା କହି ଶିକ୍ଷାର ଉନ୍ନତି ନାମେ ଜାଲିଆତି କରି ନିରକ୍ଷର, ଅନୁଶାସନ ବିହୀନ ସମାଜ ଗଢିବାରେ ମୁଖ୍ୟ ଭୂମିକାରେ ଅବର୍ତ୍ତିନ l ଶିଶୁ ଅଧିକାର, ସରଂକ୍ଷଣ ଦ୍ୱାହି ଦେଇ ନ୍ୟୁନ ପାଠ୍ୟକ୍ରମ, ଦକ୍ଷ ଶିକ୍ଷକ ପରିବର୍ତ୍ତେ ଅପାରଗ କର୍ମୀଙ୍କୁ ଶିକ୍ଷକତା ବୃତ୍ତି ଦେବା, ବିନା ପାଠ ପଢ଼ାରେ ବିନା ପରୀକ୍ଷାରେ ଶ୍ରେଣୀ ପ୍ରମୋସନ ଦେବା, ଗୁରୁଙ୍କ ନିନ୍ଦାଗାନ କରି ଧର୍ମକୁ ଆଖିଠାର ମାରି ମାଗଣା ଖାଦ୍ୟ, ଡ୍ରେସ, ୟୁଜ ଆଣ୍ଡ ଥ୍ରୋ ବହି ଦେଇ ଶିକ୍ଷାକୁ ସଂକୁଚିତ କରୁଛନ୍ତି l ଏକ ଶିକ୍ଷକ ବହୁ ଶ୍ରେଣୀ ଅନେକ କାମ,ପାଠ ନାହିଁ ଖାଲି ପିଲା ଜଗ l ଅଶିକ୍ଷିତ, ନିରକ୍ଷର ବ୍ୟକ୍ତି ହେଲେ ନିଯୁକ୍ତି ପାଇବା ଅସମ୍ଭବ l ମାନବ ଦକ୍ଷତାର ଏଠାରେ ବିକାଶ ପରିବର୍ତ୍ତେ ବିନାଶ ହେଉଛି ଗ୍ରହଣ କରିବାକୁ ପଡିବ l ବୁଦ୍ଧିଜୀବୀ, ଶିକ୍ଷାବିତ ନିଜ ପିଲାଙ୍କୁ ଉନ୍ନତ ଶିକ୍ଷା ଦେଉଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବିହୀନ ଶିକ୍ଷାର ବ୍ୟବସ୍ଥା କରି ନିଯୁକ୍ତି, କର୍ମ ସଂସ୍ଥାନର ପରିପନ୍ଥୀ ସାଜିଛନ୍ତି, ଏହାକୁ ସ୍ୱୀକାର ଓ ଆତ୍ମ ସମୀକ୍ଷା କରିବାକୁ ହେବ l


   ଆଜିର ପ୍ରାଥମିକ, ମାଧ୍ୟମିକ,ଉଚ୍ଚ ଶିକ୍ଷା କରିଥିବା ବ୍ୟକ୍ତି କେବଳ ଶିକ୍ଷକତା କଲେ ହାସଲ ଶିକ୍ଷା କର୍ମରେ ଲାଗିବ ଏହା ସତ୍ୟ l ଅନ୍ୟଥା ପଢିବା, ଲେଖିବା ବ୍ୟତୀତ କୌଣସି କର୍ମରେ ଲବ୍ଧ ଶିକ୍ଷା ଲାଗି ପାରୁନାହିଁ l ବ୍ୟକ୍ତିର ସମୟ, ଶ୍ରମର ଅପଚୟ ଘଟୁଛି l ଶିକ୍ଷାରେ କର୍ମର ଦକ୍ଷତା ହାସଲ କରିବା ହଁ ପ୍ରକୃତ ଶିକ୍ଷା l ସାଧୁତା, ସତ୍ୟବାଦୀତା, ଜାତୀୟତା, ଆଧ୍ୟାତ୍ମିକତା ଜ୍ଞାନର ବିକାଶ ଶହ ବୈଷୟିକ ବିଦ୍ୟାର ବିକାଶ, ପ୍ରୟୋଗ ସାମ୍ପ୍ରତିକ ଶିକ୍ଷାରେ ବିଦ୍ୟାର୍ଥୀଙ୍କୁ ଦେଇ ପାରିଲେ ନିଯୁକ୍ତି କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ ହୋଇପାରିବ ।


Rate this content
Log in

Similar oriya story from Inspirational