Nrusingha Narayan Tripathy

Children Stories Others Children

2  

Nrusingha Narayan Tripathy

Children Stories Others Children

ଅଂଶୁଘାତ

ଅଂଶୁଘାତ

2 mins
66



(କ୍ଷୁଦ୍ର ଗଳ୍ପ ଶିଶୁଙ୍କ ପାଇଁ )

    ମାଣିକ ଓ ରତନା ଦୁଇ ଘନିଷ୍ଠ ବନ୍ଧୁ ଥିଲେ l ସେ ଦୁହେଁ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି l ରତନା ପ୍ରକୃତିରେ ଜିଦଖୋର ସ୍ଵଭାବର, ସେ ସବୁ କାର୍ଯ୍ୟକୁ ଭିନ୍ନ ଦୃଷ୍ଟିରେ ଦେଖେ l ଥରେ ତାଙ୍କ ବିଦ୍ୟାଳୟ ଦିନ ଦଶଟାରେ ଛୁଟି ହୋଇଥିଲା l ଦିନଟି ଥିଲା ଖରା ସମୟ l ଖରା ଭୀଷଣ ହେଉଥାଏ, ତାର ମୁଣ୍ଡକୁ ଗୋଟେ କଥା ଜୁଟିଲା, ସେ ତା ସାଙ୍ଗକୁ କହିଲା ଆଜି ଶୀଘ୍ର ଛୁଟି ହୋଇଛି, ଆମେ ଟିକେ ଖେଳ କୁଦ କରିବା ପରେ ଘରକୁ ଯିବା l ମାଣିକ କହିଲା ହେଉ, କିନ୍ତୁ ଆମ ଗାଁ ପିଲା ଘରେ ପହଁଚିଲେ ମୋ ବୋଉ ମୋତେ ଖୋଜିବ, ମୋ ବୋଉକୁ ମୋର ଭାରି ଡର l ଯଦି କହୁଛୁ ଗୋଟିଏ ବାଜି ଖେଳିବା l

ଦୁହେଁ ଘାସ ବାଡ଼ି ଖେଳ ଆରମ୍ଭ କଲେ l ଖେଳୁ ଖେଳୁ ଖେଳରେ ମଜିଗଲେ ll


      ସେହି ବାଟ ଦେଇ ଜଣେ ବୟସ୍କ ବାଟୋଇ ଯାଉଥିଲା l ପିଲାଙ୍କୁ ଦେଖି ଖରାରେ ନ ଖେଳିବାକୁ କହିଲା l ଖେଳ ସମୟରେ ଖେଳିବ, ଖରାରେ ଖେଳିଲେ ଦେହ ଖରାପ ହେବ, ହେଲେ ଦୁହେଁ କଥାକୁ ହସରେ ଉଡାଇଦେଇ ଖେଳିବାକୁ ଲାଗିଲେ l କିଛି ସମୟ ପରେ ହଠାତ ରତନାର ଦେହ ଥରିଲା ଏବଂ ତାର ମୁଣ୍ଡ ବୁଲାଇଲା, ସେ ନିସ୍ତେଜେ ହୋଇ ପଡିଗଲା l

ମାଣିକ ଦୌଡ଼ି ଯାଇ ତାର ବାପା ଓ ବୋଉ କୁ କହିଲା l ତାର ବାପା ଗ୍ରାମର କିଛି ଲୋକ ସହ ମିଶି ରତନା କୁ ଡାକ୍ତରଖାନା ନେଇଗଲେ l ସେଠାରେ କିଛି ସମୟ ଚିକିତ୍ସା ପରେ ସେ ସୁସ୍ଥ ହେଲା l

       ସୁସ୍ଥ ପରେ ତାର ଏପରି କାହିଁକି ହେଲା ଡାକ୍ତର ଙ୍କୁ ରତନା ପଚାରି ବୁଝିଲା l ଡାକ୍ତର କହିଲେ ତୁମକୁ ଅଂଶୁଘାତ ହୋଇଥିଲା l ଅତ୍ୟଧିକ ଖରାରେ ବେଶୀ ସମୟ ରହିଲେ ଏପରି ଅବସ୍ଥା ହୋଇଥାଏ l ଖରା ସମୟରେ ପଦାକୁ ଗଲେ ପାଦରେ ଚପଲ, ଓ ଛତା ବ୍ୟବହାର କରିବ l ଖରାରେ ବେଶୀ ସମୟ ଖେଳ କୁଦ କରିବ ନାହିଁ l ପ୍ରଚୁର ପରିମାଣରେ ପାଣି ପିଇବ ll


    ରତନା ଅନୁତପ୍ତ ଅନୁଭବ କଲା, ତାର ସେହି ବାଟୋଇ କଥା ମନେ ପଡିଗଲା l ଚିନ୍ତାକଲା ଯଦି ସେହି ବୟସ୍କ ବାଟୋଇ କଥା ଶୁଣିଥାନ୍ତି, ମୋର ଏପରି ଅବସ୍ଥା ହୋଇ ନଥାନ୍ତା l ଗୁରୁଜନ ଙ୍କ କଥାକୁ ସର୍ବଦା ସମ୍ମାନ ଦେବା ଉଚିତ ll


      ରତନା ବିଦ୍ୟାଳୟ ରେ ତାର ସାଥି ମାନଙ୍କୁ ଅଂଶୁଘାତ କିପରି ହୁଏ ବୁଝାଇ କହିଲା l ଖରା ସମୟ ରେ କେହି ଖେଳିବେ ନାହିଁ ଏଥି ସହ ଗୁରୁଜୀ ଗୁରୁମା, ଗୁରୁଜନମାନଙ୍କ କଥାକୁ ମାନିବେ ବୋଲି ଶପଥ ନେଲେ ll


Rate this content
Log in