ସଂପର୍କ ନୁହେଁ ଖେଳଘର (ଭାଗ -୬୩)
ସଂପର୍କ ନୁହେଁ ଖେଳଘର (ଭାଗ -୬୩)
ହେଲେ ଏଇ ଦୁଇ ଦିନ ହେବ , ମୁଁ ଘରୁ ଟିକେ ବାହାରକୁ ଯାଇଥିବା ସମୟରେ ପାଖ ପଡୋଶୀ ନିକଟରେ ଝିଅକୁ ଛାଡ଼ି ଯାଇଥିଲି । ସେ ସମୟର ଫାଇଦା ଉଠେଇ ରାୟ ବାବୁ ଏବଂ ତାଙ୍କ ଝିଅ ମିଶି ମୋର ଝିଅକୁ ଘରୁ ଜବରଦସ୍ତି ନେଇ ଚାଲିଯାଇଛନ୍ତି । ଯୋଉଟା କି ମୁଁ ବନ୍ଦନାଙ୍କ ଠାରୁ ଜାଣିବା ପରେ ତାଙ୍କୁ ଆଇନ୍ ର ବାଟରେ ଯିବାକୁ କହିଛି । ଏବଂ ସେ ମତେ ଜବାବ୍ ରେ କହିଛନ୍ତି , ଜିତିବାଟା ତାଙ୍କର ସୁନିଶ୍ଚିତ କାରଣ ସେ ମତେ କୌଣସି ପ୍ରକାରେ ଜିତିବାକୁ ଦେବେନି ।
ଯାହା ପ୍ରକୃତରେ ସେ କରୁଛନ୍ତି , କୋଉ ବି ଓକିଲ ମୋର କେସ୍ ଲଢ଼ିବାକୁ ରାଜି ହିଁ ହେଉ ନାହାନ୍ତି । ଯିଏ ବି ଶୁଣୁଛନ୍ତି କେସ୍ ଟି ରାୟ ବାବୁ ଏବଂ ତାଙ୍କ ଝିଅ ବନ୍ଦନାଙ୍କ ବିରୁଦ୍ଧରେ ଲଢ଼ିବାକୁ ଅଛି , ସେ ସଙ୍ଗେ ସଙ୍ଗେ ସେଇଠି ହିଁ ମନା କରିଦେଉଛନ୍ତି । ଏବେ ଆପଣ ହିଁ ମୋର ଶେଷ ଆଶା , ଯାହା ଆପଣ କରିବେ । ଏତିକି ଶୁଣିବା ପରେ ବାଦଲ ବାବୁ ଉତ୍ତର ଦେଇଛନ୍ତି , ବ୍ୟସ୍ତ ହୁଅନ୍ତୁ ନାହିଁ । କେହିବି ଆପଣଙ୍କଠୁ ଆପଣଙ୍କ ଝିଅକୁ ଛଡେଇ ନେଇ ପାରିବେନି । କାରଣ ଯଦି ଆପଣଙ୍କ ଝିଅ ଆପଣଙ୍କ ସହିତ ରହିବାକୁ ଚାହିଁବ , ତେବେ ତାକୁ କେହି ବି ସେଇଠି ଅଟକେଇ ରଖି ପାରିବେ ନାହିଁ ।
ଆସନ୍ତା ଦୁଇ ତାରିଖ ଦିନ କୋର୍ଟ ରେ ଶୁଣାଣି ଅଛି ତ , ସେଦିନ ଦେଖିବେ ସତ୍ୟର ହିଁ ଜୟ ହବ । ମୁଁ ଅଛି ଆପଣଙ୍କ ସହିତ ଏବେ ଚିନ୍ତା କରନ୍ତୁ ନାହିଁ , ନିଶ୍ଚିନ୍ତରେ ଘରକୁ ଯାଆନ୍ତୁ , ଆଉ ହଁ କିଛି ଜରୁରୀ ଡକ୍ୟୁମେଣ୍ଟ କାମ ପାଇଁ ଯଦି ଦରକାର୍ ପଡ଼ିବ , ତେବେ ମୁଁ ଆପଣଙ୍କୁ ଫୋନ୍ ମାଧ୍ୟମରେ ଜଣେଇବି ।
ଏତିକି ଶୁଣିବା ପରେ ନିଶ୍ଚିନ୍ତରେ ଖୁସି ହେଇ ବିଦାୟ ମାଗିଛନ୍ତି ବିକାଶ ବାବୁ । ଏବଂ ହସି ହସି ବିଦାୟ ଦେଇଛନ୍ତି , ବାଦଲ ବାବୁ ( ଯିଏକି ଜଣେ ଦକ୍ଷ ଓକିଲ ) ।
ଏପଟେ ବନ୍ଦନା ନିଜର ଝିଅକୁ ବୁଝାଇବା ପାଇଁ ଯେ କେତେ କ'ଣ ଖେଳନା ଠୁ ନେଇକି ବହୁତ୍ କିଛି ଦାମୀ ଜିନିଷ ସବୁ ଉପହାର ଦେବାରେ ଲାଗିଛନ୍ତି , କିନ୍ତୁ ତଥାପି ଝିଅର ମନକୁ କିଣି ପାରୁ ନଥିବାରୁ ଅବଶୋଷରେ ଅଛନ୍ତି । ଏସବୁ ଦେଖିବା ପରେ ରାୟ ବାବୁ ଟିକେ ଟିକେ ବନ୍ଦନାଙ୍କ ଉପରେ ସନ୍ଦେହ କରିବାରେ ଲାଗିଛନ୍ତି ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

