STORYMIRROR

Jyotirmayee Panda

Abstract Drama Romance

4  

Jyotirmayee Panda

Abstract Drama Romance

ସଂପର୍କ ନୁହେଁ ଖେଳଘର (ଭାଗ -୩୯)

ସଂପର୍କ ନୁହେଁ ଖେଳଘର (ଭାଗ -୩୯)

2 mins
235

ମୁଁ ବୋଧେ ସବୁଠାରୁ ଭାଗ୍ୟବାନ ମଣିଷ! ମୁଁ ତାଙ୍କଠାରୁ, ଆମର ବନ୍ଧୁତା ଠୁ ନେଇକି ପ୍ରେମ ପର୍ଯ୍ୟନ୍ତ ସବୁପ୍ରକାର  ଯାଦୁ ଘଟାଇବାରେ ଏକ ସ୍ବତନ୍ତ୍ର ଭୂମିକା ଗ୍ରହଣ କରିଥିଲି ।ପ୍ରକୃତ ପ୍ରେମ ଏବଂ ମୋର ଭବିଷ୍ୟତ ପାଇଁ ଦୀର୍ଘ ନିଶ୍ୱାସ! ଭାବରେ ମୁଁ ତାଙ୍କୁ ଭାବି ନେଇଥିଲି ଏପଟେ ସିନା ସବୁ ଖୁସିରେଖୁସିରେ ଚାଲିଥାଏ ହେଲେ ସେପଟେ ସମସ୍ତେ ଚିନ୍ତାରେ କଣ ହେଇଚି , ବନ୍ଦନା ଅଫିସ୍ ରୁ ଏବେ ଯାଏଁ ଫେରି ନାହାଁନ୍ତି କଣ ପାଇଁ କିଛି ଅସୁବିଧା ଆଉ ହେଇନି ତ , ସ୍ୱରାଜ ଦୁଇ ଥର ଖଣ୍ଡେ ସେତେବେଳକୁ ଅଫିସ୍ ରେ ବୁଝି ଆସି ସାରିଲେଣି , କିନ୍ତୁ ଅଫିସ୍ ରୁ ଯାହା ଖବର ମିଳୁଚି ବନ୍ଦନା ଦିନରୁ ହିଁ ଅଫିସ୍ ରୁ ଆସି ସାରିଛନ୍ତି , ଯଦି ବନ୍ଦନା ଦିନରୁ ଆସିଲେଣି ତେବେ ରାତି ଆସି 10:00 ଟା ସେ କୋଉଠି ରହିଗଲେ ଯେ , ଯଦି ବା ରହିଥାନ୍ତେ ତେବେ ନିଶ୍ଟିନ୍ତ ଭାବରେ ଫୋନ୍ ମାଧ୍ୟମରେ ସେ ତ ରାୟ ଅଙ୍କଲ୍ ଙ୍କୁ ଜଣେଇ ଥାଆନ୍ତେ , ଏବେ ପର୍ଯ୍ୟନ୍ତ କିଛି କହି ନାହାଁନ୍ତି ମାନେ ହୁଏତ ସିଏ କିଛି ବିପଦରେ ପଡିଛନ୍ତି , ନହେଲେ କିଛି ତ ଗୋଟେ ହେଇଛି ଯୋଉଟା କି ସିଏ ଆମକୁ କହିବାକୁ ପସନ୍ଦ କରି ନାହାଁନ୍ତି ନଚେତ୍ ଏ ବିଷୟରେ ସେ ହୁଏତ ରାୟ ଅଙ୍କଲ୍ ଙ୍କୁ କିଛି ଜଣାଇଛନ୍ତି , ହେଲେ ରାୟ ଅଙ୍କଲ୍ କିଛି ନା କିଛି ଲୁଚାଉଛନ୍ତି ।

ତେବେ ରାୟ ଅଙ୍କଲ୍ ଙ୍କୁ ପଚାରିବାଟା ଠିକ୍ ରହିବ , ସିଏ ନିହାତି କିଛି ଜାଣିଥିବେ , ନହେଲେ ପୋଲିସ୍ ଷ୍ଟେସନ୍ ରେ ଖୋଜା ଖୋଜି ପାଇଁ ଜଣେଇବାର ନିଷ୍ପତ୍ତିକୁ ସେ ଏମିତି ଅଣଦେଖା କାଇଁ କରୁଛନ୍ତି ?, ଯଦି ବନ୍ଦନା ଏବେ ଯାଏଁ ଘରକୁ ଆସି ନାହାଁନ୍ତି ତେବେ ଏଇଟା ତ ଖୁବ୍ ଚିନ୍ତାର ବିଷୟ ନା ଝିଅ ପିଲାଟା ଏତେ ରାତି ହେଲାଣି ବାହାରେ , ହେଲେ ଆଶ୍ଚର୍ୟ୍ଯ ରାୟ ଅଙ୍କଲ୍ ତ ଏମିତି ବ୍ଯବହାର ଦେଖାଉଛନ୍ତି ଯେମିତି ସେ ଝିଅ ପାଇଁ ବ୍ୟସ୍ତ ନୁହେଁ ବରଂ କ୍ରୋଧିତ ଅଛନ୍ତି , ଆଉ ପୋଲିସ୍ ଷ୍ଟେସନ୍ ରେ ଜଣେଇବା ପାଇଁ ତ ସେ ରୋକ୍ ଠୋକ୍ ମନା ମଧ୍ୟ କରିଦେଇଛନ୍ତି , ଯିଏ ନିଜ ଝିଅକୁ ଏତେ ଭଲ ପାଆନ୍ତି ତାଙ୍କ ଠାରୁ ଏମିତି ଭିନ୍ନ ଧରଣର ଉପସ୍ଥାପନା ମତେ ତ ସତରେ ଆଶ୍ଚର୍ୟ୍ଯ କରିଦେଉଛି । 

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Abstract