ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ସଙ୍ଗ ଦୋଷ

ସଙ୍ଗ ଦୋଷ

1 min
7.2K


ଜଣେ ଚାଷୀର ଜମିରେ ଚଢେଇ ପଡି ବହୁତ ଫସଲ ନଷ୍ଟ କଲେ । ଶେଷରେ ଚାଷୀ ଫାଶ ବସାଇବାକୁ ବାଧ୍ୟ ହେଲା । ଆଉ ସେ ଫାଶରେ ବହୁତ ଚଢେଇ ପଡିଲେ । କିନ୍ତୁ ସେମାନଙ୍କ ସଙ୍ଗରେ ଗୋଟିଏ ବଡ ଗେଣ୍ଡାଳିଆ ମଧ୍ୟ ଧରାପଡିଲା । ଗେଣ୍ଡାଳିଆ ଚାଷୀକୁ ଦେଖି କାନ୍ଦି କାନ୍ଦି କହିଲା, “ମୋତେ ମାର ନାହିଁ, ମୁଁ ଅନ୍ୟ ଚଢେଇଙ୍କ ପରି ଆଦୌ ଲୋଭୀ ନୁହେଁ । ମୁଁ ଏମାନଙ୍କ ସଙ୍ଗରେ ଏମିତି ଚାଲି ଆସିଥିଲି, ଏଥର ମୋତେ ଛାଡିଦିଅ ।”

ଏକଥା ଶୁଣି ସେ ଚାଷୀ କହିଲା, “ମୁଁ ତୁମ ବିଷୟରେ ତ କିଛି ଜାଣି ନାହିଁ, ତୁମେ ସେହି ଚଢେଇମାନଙ୍କ ସଙ୍ଗରେ ଧରାପଡିଛ, ଯେଉଁମାନେ କି ମୋର ଫସଲ ନଷ୍ଟ କରୁଥିଲେ । ତେଣୁ ତୁମକୁ ମଧ୍ୟ ସେମାନଙ୍କ ସହିତ ଦଣ୍ଡ ଭୋଗ ଭୋଗିବାକୁ ପଡିବ ।”

କୁସଙ୍ଗ ସଙ୍ଗେ କଲେ ବାସ ନିଶ୍ଚେ ଘଟାଇ ସର୍ବନାଶ ।


Rate this content
Log in

Similar oriya story from Children