STORYMIRROR

Lalita Mohan Mishra

Tragedy

2.1  

Lalita Mohan Mishra

Tragedy

ସ୍ନେହରେ ବନ୍ଧା ଏ ଜୀବନ

ସ୍ନେହରେ ବନ୍ଧା ଏ ଜୀବନ

2 mins
386



ଗ୍ରାମ ଠାରୁ ଅନତି ଦୂରରେ ଥିବା ଏକ ବୃଦ୍ଧାଶ୍ରମକୁ ଜଣେ ବନ୍ଧୁଙ୍କ ସହିତ ବୁଲିବାକୁ ଯାଇଥିଲି । କଟକ ବଡ ମେଡିକାଲକୁ ବୋଉକୁ ନେଇ ଯେତେବେଳେ ବଡ ଭାଇର ମୋର ଯାଇଥିଲୁ ସେଠାକାର ଦୃଶ୍ୟକୁ ଦେଖି ମୋର ମନଟି ଆନ୍ଦୋଳିତ ହୋଇଥିଲା - କିଏ ହାତରେ ସାଲାଇନ୍ ବୋତଲ ଧରି ଚାଲିଛି ତ କିଏ ମୁତ୍ର ଥଳିକୁ ଧରି ଚାଲିଛି ଆଉ କିଏ ଚାଲି ପାରୁନାହିଁ ବୋଲି ତାଙ୍କର ସମ୍ପର୍କୀୟ ଉଠାଇ ନେଉଛନ୍ତି । ବୃଦ୍ଧାଶ୍ରମରେ ସେହି ଭଳି କେତେ ଗୁଡ଼ିଏ ଦୃଶ୍ୟ ଦେଖିଲି ।


- ବୃଦ୍ଧାଶ୍ରମରେ ଜଣେ ବୃଦ୍ଧା ମାଉସୀ ଏକୁଟିଆ ବସିଥିବାର ଦେଖି ପଚାରିଲି - ମାଉସୀ ତୁମକୁ ତୁମର ଘର କଥା କିଛି ମନେ ପଡୁନି ? ? ?


- ମାଉସୀ କହିଲେ - ହଁ ରେ ବାପ ମନେ ତ ବହୁତ ପଡୁଛି...


- ପୁଣି ପଚାରିଲି - ମାଉସୀ ତୁମକୁ ଦୁଃଖ ଲାଗୁନି....


- ମାଉସୀ କହିଲେ - ନା ନା ଦୁଃଖ କାହିଁକି ଲାଗିବ ! ! !


- ମୁଁ ପରା ମାଆ - ପୁଅର ସୁଖରେ ମାଆ ସୁଖୀ....

 ଆଉ ପୁଅର ଦୁଃଖରେ ମାଆ ଦୁଃଖୀ....


- ବୁଝିପାରିଲିନି ପୁଣି କହିଲି ମାଉସୀ - ଟିକେ ବୁଝାଇ କୁହନ୍ତୁ...


- ମାଉସୀ କହିଲେ - ଶୁଣେ ବାପ ! ମୋ ପୁଅକୁ ମୁଁ କେବେ ପିଲାଟି ଦିନରୁ  ଦୁଃଖ କଷ୍ଟ ଦେଇନି କି ପିଲାର ଦୁଃଖ କଷ୍ଟ ଦେଖିନି...


 - ସିଏ ଯାହା ଚାହିଁଛି ତାହା ଯଥାସମ୍ଭବ ପୂରଣ କରିବାକୁ ଚେଷ୍ଟା କରିଛି... 

  ସେ ଯେଉଁଥିରେ ଖୁସି ମୁଁ ସେହି କାମ କରିଛି । କାରଣ ମୁଁ ମାଆ ପରା..


- ଏବେ ମୁଁ ବୁଢୀ ହୋଇଗଲି । ବୁଢା ଚାଲିଗଲେ.... ମୋ ପୁଅ ଚାହିଁଲା ମୋତେ ବୃଦ୍ଧାଶ୍ରମରେ ରଖିବାକୁ.... ଆଉ ସେଥିରେ ସେ ଖୁସି ... ଏଣୁ ମୋ ପୁଅର ଖୁସି କାହିଁକି ଭାଙ୍ଗିବି କହୁନୁ...


- ସିଏ ଖୁସିରେ ରହୁ....


- ପୁଣି ପଚାରିଲି - ମାଉସୀ ସତରେ ତୁମକୁ ଦୁଃଖ ଲାଗୁନି...


- ମାଉସୀ କହିଲେ - ହଁ ଦୁଃଖ ତ ନିଶ୍ଚୟ ଲାଗୁଛି ଏବଂ ଯେ କେହି ହେଉନା କାହିଁକି ଲାଗିବ ? ? ?


 - କିନ୍ତୁ ଦୁଃଖ କୁ ମୁଁ ଶ୍ରଦ୍ଧାରେ ଗ୍ରହଣ କରୁଛି... 


- ମୁଁ ପଚାରିଲି ମାଉସୀ - କାହିଁକି ଦୁଃଖକୁ ଶ୍ରଦ୍ଧାରେ ଗ୍ରହଣ କରୁଛନ୍ତି ? ?


- ମାଉସୀ କହିଲେ - ବାପରେ ଏତିକି ବୁଝିପାରୁନି... ମୁଁ ପରା ମାଆ

ମୁଁ ଦୁଖଃକଲେ ପୁଅର ଅନିଷ୍ଟ ହେବନି...


- ମୁଁ ନିରୁତ୍ତର ! ! ! 


- ଆଖିରୁ ଅଜାଣତରେ ଦୁଇ ଟୋପା ଲୁହ ଝରି ଆସିଲା...


- ମନେ ମନେ କହିଲି ଧନ୍ୟ ସେଇ ମାଆ... ଯିଏ କି ପୁଅ ପାଇଁ ବିଷ ବି ପାନ କରିପାରେ....


- ପୁତ୍ର ଅନ୍ଧରେ ମୋହିତ ହୋଇ ବୃଦ୍ଧାଶ୍ରମରେ ଜୀବନ ବିତାଉଥିଲେ ମଧ୍ୟ ଜନ୍ମ କରିଥିବା ପୁତ୍ରର ଅମଙ୍ଗଳ କାମନା କରୁନାହାଁନ୍ତି...... ଆଉ ଆମେ ସେମାନଙ୍କର ସନ୍ତାନ ବୃଦ୍ଧାଶ୍ରମରେ ଛାଡିବାକୁ ପଶ୍ଚାତାପ କରୁନାହେଁ.....


Rate this content
Log in

Similar oriya story from Tragedy