ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ସିଂହର ଅସୁସ୍ଥତା

ସିଂହର ଅସୁସ୍ଥତା

1 min
7.5K


ଗୋଟିଏ ସିଂହ ବୁଢା ହୋଇଗଲା । ତାପରେ ସେ ନିଜେ ଆଉ ଶିକାର କରିପାରିଲା ନାହିଁ । ସେ ନିଜର ଗୁମ୍ଫାରେ ଶୋଇ ରହିଥାଏ ଏବଂ ଅନ୍ୟ ଜନ୍ତୁମାନେ ତାକୁ ସାହାଯ୍ୟ କରିବା ପାଇଁ ଆସିଲେ ସେ ତାଙ୍କୁ ଖାଇଯାଏ । ଏହିପରି ସେ ବହୁତ ଜୀବଜନ୍ତୁ ଖାଇ ଆରାମ୍ରେ ଥାଏ ।

ଦିନେ ସେବାଟେ ଶିଆଳଟିଏ ଯାଉଥିଲା । ସେ ସିଂହର ଗୁମ୍ଫା ପାଖକୁ ଆସି ବହୁତ ଜୀବଜନ୍ତୁଙ୍କର ପାଦଚିହ୍ନ ଦେଖିଲା । ସେ ଚିତ୍ରରୁ ଶିଆଳ ଜାଣିଲା ଯେ, ସମସ୍ତେ ଖାଲି ଭିତରକୁ ଯାଇଛନ୍ତି କିନ୍ତୁ କାହାରି ବି ଫେରିବାର ପାଦଚିହ୍ନ ନାହିଁ । ଶିଆଳ ଗୁମ୍ଫା ବାହାରେ ରହି ସିଂହ ସହିତ କଥାବାର୍ତ୍ତା କଲା । ସିଂହ ଯେତେ କାକୁତି ମିନତି କରି ଶିଆଳକୁ ଡାକିଲା, ମାତ୍ର ସେ ଶିଆଳ ଆଉ ସେ ଗୁମ୍ଫା ଭିତରକୁ ଗଲାନାହିଁ ।

ବଦମାସଙ୍କ କଥାରେ ବିଶ୍ୱାସ ନକରି ସବୁବେଳେ ସତର୍କ ରହିବା ଉଚିତ୍ ।


Rate this content
Log in

Similar oriya story from Children