STORYMIRROR

Padmini Parida

Abstract

3  

Padmini Parida

Abstract

ଶ୍ରୀମନ୍ଦିରରେ ହଜିଲା ଦିନର କଥା

ଶ୍ରୀମନ୍ଦିରରେ ହଜିଲା ଦିନର କଥା

2 mins
154

ଶ୍ରୀକ୍ଷେତ୍ର ଧାମ, ଜଗନ୍ନାଥ ଧାମ, ପୁରୀ ବିଷୟରେ ଶୁଣିବା ମାତ୍ରେ ମନ ଭିତରେ ପଶିଥାଏ କାଳିଆକୁ ଦେଖାକରି ସବୁ ପ୍ରଶ୍ନର ଉତ୍ତର ପାଇବାର ଆଶା ଏବଂ ଆକାଂକ୍ଷା ପଶିଆସେ ମନ ଭିତରେ ସବୁ ସମସ୍ୟା ର ସମାଧାନ ବାହାରି ଆଶିବ ସେହି ମହାପ୍ରଭୁଙ୍କ ଠାରେ. ସେଦିନ ବୃଷ ସଂକ୍ରାନ୍ତି ଏବଂ ବାରଟି ଥିଲା ରବିବାର, ଛୁଟି ଦିନରେ ସବୁ ଭାବିଛନ୍ତି ବୋଧ ହୁଏ ଆଜି ଜଗନ୍ନାଥଙ୍କୁ ଦେଖାକରି ଫୁରସତରେ ସବୁ ଦୁଃଖ କଷ୍ଟ କହିଦେବାପାଇଁ, ସେଥି ମଧ୍ୟରେ ମୁଁ ମଧ୍ୟ ଜଣେ ଥିଲି ମେ ମାସର ପ୍ରବଳ ଖରା, ସୂଯ୍ୟଙ୍କର ତାପରେ ବଡଦାଣ୍ଡ ତାତି ଉଠୁଥିଲା ଏବଂ ସେଥିରେ ଜାଗାକୁ ଦେଖିବା ପାଇଁ ଯେଉଁ ଇଛା ତାହାର ଅନୁଭୂତି କହି ହେବ ନାହିଁ, ମହା ପ୍ରଭୁ ଙ୍କୁ ହିଁ ଜଣା! ଯେ କୋଣସି ତୀର୍ଥ ସ୍ଥାନକୁ ଗଲେ ମୋର ଇଛା ହୁଏ ଭଗବାନଙ୍କୁ ରହି ଟିକେ ଠିଆ ହୋଇତୃପ୍ତ ନୟନରେ ଚାହିଁଲେ ହୁଏତ ସେ ପ୍ରଭୁ ମତେ ଦେଖିବେ, ସେହି ଉଦେଶ୍ୟ ରେ ଦ୍ୱିତୀୟ ଥର ଦର୍ଶନ ପାଇଁ ଚାଲିଗଲି ଏବଂ ପଛରେ ରହିଗଲେ ମୋର ପରିବାର ଲୋକ!ତାପରେ ସେ ମତେ ସନ୍ଧାନ ରେ ବୁଲିଲେ ଏବଂ ମୁଁ ବୁଲିଲି ମୋ ପରିବାର ସନ୍ଧାନ ରେ ! ଏମିତି 2 ଘଣ୍ଟା ଖୋଜିବା ପରେ ଦେଖିଲି କିଛି ପୋଲିସ ବାବୁ ସେଇଠି ଟ୍ରାଫିକ ନିୟନ୍ତଣ କରିଛନ୍ତି! ମୁଁ ଭାବିଲି ଏହିମାନେ ହିଁ ମୋର ପରିବାର ସହିତ ମିଶାଇ ପାରିବେ! ତାପରେ  ସେମାନେ ସାହାଯ୍ୟରେ ଆଗେଇ ଆସିଲେ, ତାପରେ ମୋର ନୂଆ ଏକ୍ସପେରିଏନ୍ସ ପୋଲିସ ଷ୍ଟେସନ!ସେଠାରେ 1 ଘଣ୍ଟା ରହିବା ପରେସେଠି ରହିବା ଇଛା ହେଲାନି!ମୁଁ ଟିକେ moody, ତାପରେ ମତେ ଏପରି ମୋବଇଲ number ମନେ ଅଛି, ଯେଉଁ number unvalid ହଁ! ସେମାନେ ଭାବିଲେ ଦେଖିବାରେ ଠିକ ଠାକ ଅଛି କିନ୍ତୁ କିଛି ମୁଣ୍ଡ ଦୋଷ ଅଛି ବୋଧେ! ମୋବାଇଲ number କାହାର ମନେ ନାହିଁ କାହିଁକି? ଆମ ଓଡିଶା ପୋଲିସ କେତେ କାଯ୍ୟ ଦକ୍ଷ ! ମୁଁ ଯିବା ପାଇଁ କହିଲି ମୋ ଘରକୁ, ସେମାନେ wait କରିବାକୁ କହିଲେ ସେହି passions ମୋ ପାଖରେ ନଥାଏ! ମୁଁ କରିମିନାଲ ନୁହଁ, ମୁଁ ନିଜେ ଏଠାକୁ ଆସିଛି ମୁଁ ଯାଇ ପାରିବି ନାହିଁ କାହିଁକି ପଚାରିଲି! ମୋ ସ୍ୱାଭିମାନ କୁ ଧକା ଲାଗିଲା!ତାପରେ  ସେମାନେ ଏତେ carring, ଥାନା ଅଧିକାରୀ madam ଜଣକ ମତେ ବୁଝାଇଲେ ଏବଂ ମୋର ପରିବାର ସହିତ ମିଶାଇ ଦେଲେ! ସେପଟେ ଜଣେ 6,7 ବର୍ଷ ର ଶିଶୁ ଟିଏ ବ୍ୟାକୁଳ ହୋଇ ଅପେକ୍ଷା ରେ ଥାଏ ନିଜ ମା ଙ୍କୁ ଦେଖିବା ପାଇଁ ଫାଣ୍ଡି ଭିତରେ! ତା ଆଖିରେ ମୁଁ ମୋ କଷ୍ଟ କୁ ଦେଖି ମୋ କଷ୍ଟଦୁଇ ଗୁଣ ହୋଇଗଲା! କୁନି ଆଖିର ଚାହିଁ ବସିଥିଲା ନିଜ ପରିବାର ଲୋକଙ୍କ ଅପେକ୍ଷା ରେ ! କୁନି ଛୁଆ ଟିକୁ ଫାଣ୍ଡି କୁ ଆଣିଥିଲେ ଗୋଟିଏ ମହାନ ସ୍ବାମୀ , ସ୍ତ୍ରୀ ସେମାନେ ସମୁଦ୍ର କୂଳରେ ଥିଲା ବେଳେ ଦେଖିଲେ କୁନି ଛୁଆଟି କାନ୍ଦି କାନ୍ଦି ନିଜ ପରିବାର କୁ ଖୋଜୁଛି!ମୋର ଯେମିତି କଷ୍ଟ ର ଅନ୍ତ ଘଟିଥିଲା, ସେହିପରି ତାର ପରିବାର ଲୋକ ଆସି ବହୁତ କାନ୍ଦିଲେ କୁନି ପୁଅଟିକୁ ଦେଖି, ଏହା ଦେଖି ମୋର ଆଖିରୁ ଲୁହ ବୋହିଯାଉ ଥାଏ,!   ଆମେ ପରିବାର ବିନା ଅଧୁରା, ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ଏତିକି ବିନତି ମୋର, ସମସ୍ତଙ୍କ ପରିବାର ଭଲରେ ରୁହନ୍ତୁ !  ଏଇଟା କଳିଯୁଗ ହେଲେ ମଧ୍ୟ ସେହି ସମୁଦ୍ର କୂଳରେ ଛୁଆଟିକୁ ପାଇଥିବା ଦମ୍ପତି ଏବଂ ଆମ ପୋଲିସ ଅଧିକାରୀଙ୍କ ପାଇଁ ଓ କିଛି ଭଲ  ଲୋକଙ୍କ ପାଇଁ ଧର୍ମ  ରହିଛି!                                    


Rate this content
Log in

Similar oriya story from Abstract