ବଲାଣି ସାଇଟିଙ୍ଗରେ ଶ୍ରମିକଙ୍କ କୋହ
ବଲାଣି ସାଇଟିଙ୍ଗରେ ଶ୍ରମିକଙ୍କ କୋହ
ଦେଶର ଆତ୍ମା ହିଁ ଶ୍ରମିକ ଶ୍ରମିକର ସତ୍ତା ହିଁ ଦେଶ ।
ଶ୍ରମିକମାନେ କେମିତି ପାଲଟିବେ ଯନ୍ତ୍ର ସ୍ବାର୍ଥର ଲୋଭରେ ରୁମଟା ତୁମେ ସାଜିଛ ଅମଣିଷ।କଳାଧନ ତୁମରି ବନ୍ଧା ଦରିଆପାରି ସିନ୍ଧୁକରେ ବିଲାସି ପୁଞ୍ଜିପତି ରୁମଟା କମ୍ପାନୀ ନୀତି, ଆଦର୍ଶ,ଧର୍ମ, ନ୍ୟାୟର ଵଦଳାଉ ଅଛ ପରିଭାଷା।ଯଶ, ମାନ, କୀର୍ତ୍ତି ସବୁ ତୁମର ଦୁଇ ବେଳା ଖାଇ, ପେଟର ଭୋକ ମାରିବା କି ଆମର ମହାପାପ।ଶତାଧିକ ଶ୍ରମିକଙ୍କ ଆନ୍ଦୋଳନରେ ଆଜି କମ୍ପି ଉଠିବ ଖାଦାନ ଅଞ୍ଚଳ। ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଆମର ଚାଲିବ ଏହି ଆନ୍ଦୋଳନ। ଵଲାଣି ଅଞ୍ଚଳର ରେଳବାଇ ସାଇଟିଙ୍ଗରେ ରୁମଟାର ନାଗଫାସରେ ଆଜି ମେହନତି ଖଟି ଖିଆ ଶ୍ରମିକ।
ଶୋଷିତ,ପୀଡ଼ିତ, ଦଳିତଜନ ଆମେ ଦରିଦ୍ର ରେଖା ତଳେ ପେଟର ଭୋକ ମାରିବାକୁ ସଂଘର୍ଷର ଚରମ ଦୁଆରେ। ତୁମେ କମ୍ପାନୀ ନାଁ ରେ ଅଧର୍ମୀ କୁତ୍ସିତ ପୁରୁଷ ରୁମଟା ତୁମ ଲାଗି ଆଜି ମର୍ମାହତ 800 ଶ୍ରମିକ l ଅବିଚାର ଅନାଚାର ଅସାମାଜିତା ରୁମଟା ବିରୁଦ୍ଧରେ ସ୍ବର ତୋଳିଛୁ ଆମେ ଶ୍ରମିକ।ଆଜି ଆମରି ଖାଦାନ ମାଟି ମୋରି ଖଣିଜ ପଦାର୍ଥ ବୀକ୍ରିକରି ତୁମେ ସବୁ ବଡ ବଡ ବେପାରୀ। ମୁଁ ଖଟିଖିଆ ଶ୍ରମିକ ଆଜି ଅନାହାରରେ, ଦୁର୍ବଳରେ,ରୋଗଗ୍ରସ୍ତ ରେ ଭିକ୍ଷୁକ୍ ସାଜି ମୋରି ହକରୁ ବଞ୍ଚିତ। ଦଳ ବିରୋଧୀ ଦଳ ସବୁ ଏକାଠି ହୁଅ ହାତକୁ ଦି ହାତ କରି ଦୃଢ଼ କର ମନ।
ଭୋଟ ବ୍ୟାଙ୍କ ରାଜନୀତିର ପଶାପଲିରେ କେତେଦିନ ଅନ୍ଧ, ମୁକ, ବଧିର ବିଚାର । ଭୋକ ଉପାସରେ ଅନାହାରରେ ମରିବେ କି ଖଟିଖିଆ ଶ୍ରମିକ ସବୁ।ଅନ୍ୟାୟରେ ନ୍ୟାୟର ବିଜୟ ପାଇଁ ଆକ୍ରୋଶର ବିସ୍ପୋରଣ ନେଇ ଆମେ ବେରୋଜଗାର ଶ୍ରମିକ ବହିଷ୍କାର କରୁ ପୁଞ୍ଜିଭୂତ ରୁମଟାକୁ । ଭାଇ, ଭଉଣୀ ସବୁ ଏକାଠି ହୁଅ ଏହି ଅମଣିଷ, ଅଧର୍ମୀ, କୁତ୍ସିତ ରୁମଟା ବିରୁଦ୍ଧରେ ଟେକିବା ସ୍ବର ଶ୍ରମିକର ହିତେ ସନଗ୍ନେ କର ବିନିଯୋଗ। 800 ରେଳସାଟିଙ୍ଗ୍ ଶ୍ରମିକ ଆଜି ଅଣନିଃଶ୍ୱାସୀ,କ୍ଷତାକ୍ତ,ମୂର୍ମୁସୁ, ନିଷ୍ପାଣ ।ଇଂରେଜମାନେ ଶାସନ କରି ଗଲା ପରେ ଏହି ପୁଞ୍ଜିପତି ଭୋକିଲା କୁକୁର ମାନଙ୍କ କବଳରେ ଆଜି ମୁଁ ବେରୋଜଗାର ଶ୍ରମିକ ।
