STORYMIRROR

Padmini Parida

Others

2  

Padmini Parida

Others

ଆଲୋକରୁ ଅନ୍ଧାର

ଆଲୋକରୁ ଅନ୍ଧାର

2 mins
118

ମୁଁ ଅନାମିକା, ସାଙ୍ଗମାନେ ମୋ ଜୀବନର ଆଧାରୁ ବେଶୀ ବୟସ ଗଲାପରେ ଆଜି ଯେମିତି ଇଚ୍ଛା ହେଉଛି ମୋ କଲମ ମୁନରେ ବିତିଯାଇଥିବା, ଆସୁଥିବା ସବୁ କଥା ଆପଣମାନଙ୍କ ପାଖରେ ସବୁ ବାଣ୍ଟି ହେବି, ତାରିଖ 14.5.2022 ହଠାତ 4pm ରେ ଗୋଟିଏ ମହର୍ଷି ମହିଳା ସାଙ୍ଗରେ ଭେଟ ହୋଇ ଲାଗିଲା ମୋର ଆଉ ଥରେ ବଞ୍ଚିବା ଦରକାର ଏବଂ ଲେଖିବା ଦରକାର କାହିଁକି ମୋର ଲେଖିବା ପାଇଁ ଭାରି ଆଗ୍ରହ କିନ୍ତୁ ସେହି ଆଗ୍ରହକୁ କେବେ ନିଜର ଅଭ୍ୟାସ ପରିଣତ କରିନି. ହଠାତ 2018 ମସିହା 19 ତାରିଖରେ ମୋ ଜୀବନରେ ଏମିତି ଗୋଟିଏ ଆକସ୍ମିକ ଘଟଣା ଘଟିଥିଲା, ତାକୁ ଏବେବି ଭାବିଲା ବେଳକୁ ମୋ ଆଖିରୁ ଛଳ ଛଳ ହୋଇ ଲୁହ ବୋହିଯାଏ. ଆଉ ସେ ଲୁହ କେବେବି ଶୁଖିବ ନାହିଁ. ସେହିଦିନ ଠାରୁ ଆଜି ପର୍ୟ୍ଯନ୍ତ କିଛି ଭଲ ଲାଗେନି, ସବୁବେଳେ ଲାଗେ ଶରୀରର କିଛି ଅଙ୍ଗ ମୋର ଆଉ କାମ କରୁନି ଏବଂ ତାହା ସହିତ ମୁଣ୍ଡ ମଧ୍ୟ, ହଠାତ ଆମ ପାଖରେ ସୋଇ ରହିଥିବା ମଣିଷ ଆମ ଠାରୁ ଦୂରେଇଯାଇ ଭଗବାନଙ୍କ ଶ୍ରୀଚରଣକୁ ଚାଲିଗଲେ, ଆମେ କଣ ସେଥିପାଇଁ ଦାଇ, ହେଲେ ମୋର ଭୁଲ କେଉଁଠି ରହିଲା. ଆମେ ସବୁଦିନ ଭଳି ସେଦିନ ଖାଇଲୁ, ଶୋଇଲୁ ସକାଳେ ସେ ଉଠିଲେ ନାହିଁ କିନ୍ତୁ ମୁଁ ଉଠିଲି. ମୁଁ ଉଠିଲି ବୋଲି ମୋର ଭୁଲ, କେତେ ସହଜରେ କହିଗଲେ ପରିବାର ମଣିଷ କିନ୍ତୁ ବିଧବା ହୋଇ ରହିବା କେତେ କଷ୍ଟ ମୋ ଠାରୁ ଅଧିକ କେହି ବୁଝିପାରିବେନି sorry ଭୁଲ କହିଲି ହୁଏତ ମୋ ପରିସ୍ଥିତିରେ ରହିବା ସବୁ ନାରୀମାନେ, ମୋ ଦୁଃଖକୁ ବୁଝିବେ ସେଥିପାଇଁ କହୁଥିଲି ମୋର ବଞ୍ଚିବାର ଇଚ୍ଛାନାହିଁ କିନ୍ତୁ ଆଜି ସବୁ ଜଣେଇବାକୁ ଇଚ୍ଛା ହେଉଛି. ଏଇ କଲମ ମୁନରେ, ନାରୀ ଦ୍ରୁବଳ ନୁହେଁ ନାରୀ ସ୍ରବଳ, ନାରୀ ପାପି ନୁହେଁ, ପାପାନାଶିନୀ, ନାରୀ ମୃତ୍ୟୁ ଦାୟୀ ନୁହେଁ ଜନ୍ମଦାୟୀନି, ନାରୀ ସବୁ ଦୁଃଖକୁ ପିଇଯାଏ. ନାରୀ ହେଉଛନ୍ତି ମା ଗଙ୍ଗା, ଯିଏ ସବୁବେଳେ ଝରି ଏଇ ଜଗତଜୀବନକୁ ଜଳ ପ୍ରଦାନ କରିଥାଏ. ନାରୀ ଜୀବନର କାହାଣୀ ହଉବା ହସାଭରା ସାୟରି ହେଉ କିମ୍ବା ଦୁଃଖଭରା କବିତା ହେଉ. ମୁଁ ଯେତେବେଳେ ଛୋଟ ଥିଲି ଲେଖୁଥିଲି କିନ୍ତୁ ଅଭ୍ୟାସରେ ପରିଣତ କରିନଥିଲି. ଆଜି କାହିଁକି ଲେଖିବାକୁ ଇଚ୍ଛା ହେଉଛି? 


Rate this content
Log in