STORYMIRROR

Padmini Parida

Others

3  

Padmini Parida

Others

ବଲାଣି ରେଳସାଟିଙ୍ଗର କଷ୍ଟ

ବଲାଣି ରେଳସାଟିଙ୍ଗର କଷ୍ଟ

1 min
152

ବଲାଣି ରେଳସାଇଟିଙ୍ଗରେ 800 ଆଦିବାସୀ ଶ୍ରମିକ ନ୍ୟାୟର ଅପେକ୍ଷାରେ। ଏହି ଦଳିତ, ପୀଡିତ, ଅବହେଳିତ, ଶୋଷିତ, ନିଷ୍ପୋଷିତ, ଦୁର୍ବଳ, ଖଟିଖିଆଙ୍କ ଉପରେ ଏତେ ଅତ୍ୟାଚାର କାହିଁକି?ଆଜିକୁ 17 ଦିନପରେ ମଧ୍ୟ ରୁମଟା କମ୍ପାନୀ ବିରୋଧରେ ତଦନ୍ତ ରିପୋର୍ଟ୍ ଉପସ୍ଥାପନା କରାଯାଉନାହିଁ।ଆଜି ଆଇନ କାନୁନର ଦାଓପେଞ୍ଚରେ ପରୀକ୍ଷା ଚାଲିଛି ମାନବୀୟ ମୂଲ୍ୟବୋଧର ।ଶ୍ରମିକ ମାନଙ୍କ ମହତ୍ତ୍ବ କେବଳ ମାତ୍ର ଗୋଟିଏ ସ୍ଲୋଗାନରେ ସୀମିତ ନ ହୋଇ ସଭିଙ୍କର ହୃଦୟରେ ଆଲୋଚନା ସୃଷ୍ଟି କରୁ।ଦରିଦ୍ର ଶ୍ରମିକର ଭୋକ, ତାଙ୍କର ମୌଳିକ ଅଧିକାର ପାଇବା କଣ ଗୋଟିଏ ଜଘନ୍ୟ ଅପରାଧ।ଏହି ପ୍ରସ୍ଥାବ ଅତ୍ୟନ୍ତ ନିନ୍ଦନୀୟ ଏବଂ ଅସମ୍ମାନଜନକ।ଆମର ତହସିଲଦାରବାବୁ, କଲେକ୍ଟର ସାର୍, ଏସ. ପି ସାର୍, ସବ୍ କଲେକ୍ଟର ସାର୍ ଙ୍କ ପାଖକୁ ଲିଖିତ ଅଭିଯୋଗ ଦିଆଯାଇଅଛି।   ସୌଜନ୍ୟ ମୂଳକ ସାକ୍ଷାତ ନିମନ୍ତେ ରେଳସାଇଟିଙ୍ଗଙ୍କୁ ଆସି ବିଚାର କରନ୍ତୁ, ନ ହେଲେ ନିର୍ଦେଶ ଦିଆନ୍ତୁ।

      ଗରୀବ ଶ୍ରମିକ ମାନଙ୍କ ମନ ରେ ଆସ୍ଥା ଏବଂ ବିଶ୍ୱାସ ରହୁ ପ୍ରଶାସନ ଓ ସରକାରଙ୍କ ଉପରେ।

ପକ୍ଷପାତ ନ କରିବେ ବୋଲି ନ୍ୟାୟର ଦେବୀ ଚକ୍ଷୁରେ ଅନ୍ଧ ପଟୁଳି ବାନ୍ଧିଛନ୍ତି। ବାସ୍ତବରେ କଣ ଏହି ଆଦିବାସୀ ଶ୍ରମିକ ମାନଙ୍କୁ ନ୍ୟାୟ ମିଳିବ କି?

ଆଇନର ଗଳାବାଟ ଦେଇ ପୁଞ୍ଜିପତି ରୁମଟା ନିର୍ଭୟରେଘୂରି ବୁଲୁଥିଲା ବେଳେ ପୀଡିତ ଶ୍ରମିକମାନେ ଆତ୍ମତ୍ୟାଗ କରିବେ ବୋଲି କିଛି କାର୍ଯ୍ୟଅନୁଷ୍ଠାନ ନିଆଯାଉ ନାହିଁ କି?

  ବେଶ୍ ପ୍ରଭାବଶାଳୀ ରୁମଟା ବିରୁଦ୍ଧରେ କେହି ସ୍ବର ଉଠାଇବେ ନାହିଁ କି?ଆମର ଆଇନ ଅଧିକାରୀମାନେ ଆନ୍ଦୋଳନ ଭାଙ୍ଗିବାପାଇଁ

 ନିରୀହ ଶ୍ରମିକମାନଙ୍କ ଉପରେ ଲାଠୀ ରେ, ବନ୍ଧୁକରେ ଭୟର ଆତଙ୍କ ଖେଳାଇବାରେ ଲାଗିଛନ୍ତି। ତା ପଛରେରହିଛି ରୁମଟା କମ୍ପାନୀର କଥାକଥିତ କୁଜିନେତାମାନେ  ପୁଳାପୁଳା ଟଙ୍କା ପାଉଛନ୍ତି ପୁଞ୍ଜିପତି ରୁମଟା କମ୍ପାନୀଠାରୁ।

      ଅସହାୟ, ଶ୍ରମଜିବି ମାନଙ୍କ ମନରେ ଉଙ୍କିମାରୁଥିବା ପ୍ରଶ୍ନ ହେଲା ପୁଞ୍ଜିପତି ମାନଙ୍କ ଇସାରାରେପ୍ରଶାସନ ଏବଂ ସରକାର କି? 

   ତେଣୁ ଗରୀବ ଶ୍ରମିକ ମାନଙ୍କ ପେଟକୁ ଲାତ୍ ନ ମାରିବଞ୍ଚିବାକୁ ଦିଆଯାଉ, ନ ହେଲେ ଏହି ପୁଞ୍ଜିପତି , ନିର୍ଦୟୀ, ଶୋଷଣକାରୀ , ଲୋଭୀ ରୁମଟା କମ୍ପାନି ବିରୁଦ୍ଧରେ ଚାଲିବ ଆନ୍ଦୋଳନ ଶେଷ ରକ୍ତ, ଶେଷ ନିଃଶ୍ୱାସ ଏବଂ ଶେଷ ଭୋକ ପଯ୍ୟନ୍ତ।

      



Rate this content
Log in