Padmini Parida

Inspirational

4.5  

Padmini Parida

Inspirational

ସାହିତ୍ୟ ଯାତ୍ରା

ସାହିତ୍ୟ ଯାତ୍ରା

1 min
258


ବାଲ୍ୟକାଳରୁ ଆରମ୍ଭ କରି ଆଦ୍ୟ ପର୍ଯ୍ୟନ୍ତ ମୋର ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ଏକ ଭଲପାଇବା ନିବିଡ଼ତା ରହି ଆସିଛି | ଯାହା ଇଶ୍ୱରଙ୍କର ଆଶୀର୍ବାଦ କିମ୍ଭା କେଉଁ ଜନ୍ମର ଫଳ ସ୍ୱରୂପ ଆଜି ମୁଁ ଏହାକୁ ସୁଚାରୁ ରୂପେ ସ୍ଥାପିତ୍ୱ କରିବାପାଇଁ ଅଳ୍ପ କିଛି ରୂପେ ଲେଖିବାପାଇଁ ଆରମ୍ଭ କରୁଅଛି | ଅତଃ ଏକଦା ଆଶୀର୍ବାଦ ରୂପେ -14.05.2022 ଦିନ ହଠାତ ମୋର ଦେଖାହୁଏ ଜଣେ ମହିୟଶୀ ମହିଳାଙ୍କ ସହ ଯାହାଙ୍କ ନାମ ଓଡ଼ିଶାର ସାହିତ୍ୟ, କଳା ଓ ସଂସ୍କୃତି ଜଗତରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଅଛି | ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ଓଡିଶା ମାଟିର ଝିଅ, ବୋହୁ ଶ୍ରୀମତୀ "Basanti pattnaik" ତାଙ୍କରି ପ୍ରେରଣା ଓ ଉତ୍ସାହ ହିଁ ମୋତେ ଟାଣିଆଣିଥିଲା | ଓଡିଶା ସାହିତ୍ୟ ଓ କବିତା ଜଗତକୁ କିଛି ଉପଭୋଗ କରିବାପାଇଁ |

                

                 କଳା, ସାହିତ୍ୟ ଓ ସଂସ୍କାର ସାମାଜିକ ଜୀବନରେ ପାରମ୍ପରିକ ମୂଲ୍ୟବୋଧ ହେଉଛି ସାହିତ୍ୟ, କଳା ଓ ସଂସ୍କୃତି | ଏଣୁ ଏ ସବୁର ମୂଳ ଲକ୍ଷ୍ୟ ହେଉଛି ମାନବ ସମାଜକୁ ମାର୍ଜିତ କରି ରୁଚି ସମ୍ପନ୍ନ କରାଇବା ଓ ମନୁଷ୍ୟର ସାମୁହିକ ଜୀବନରେ, ନୈତିକତା , ଆଦର୍ଶ, ଆଚାରବିଚାର, ଦେବଦେବୀ, ଯାନି ଯାତ୍ରା, ପାର୍ବପର୍ବାଣି, ସାମାଜିକ ରୀତିନୀତି, ଭାଷା, ଦେବଜ୍ଞାନ, ଦୟା, କ୍ଷମା ଅନ୍ୟ କୁ ଉଚିତ  ପଥ ଦର୍ଶନ କରାଇବା !


              ଏହା ହିଁ ମୋର ମୂଳ ଉଦ୍ଦେଶ୍ୟ ଓ ଦାୟିତ୍ୱ ଅଟେ |


Rate this content
Log in

Similar oriya story from Inspirational