STORYMIRROR

ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ଶଳା ଅନ୍ଧ

ଶଳା ଅନ୍ଧ

1 min
913


ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ରାଜ ସଭାକୁ ଗୋଟିଏ ଲୋକ ପ୍ରତି ଦିନ ଆସି ନାନା ଭାଷାରେ କଥା ବାର୍ତ୍ତା କରେ । କେଉଁ ଦିନ ବଙ୍ଗଳା ଭାଷା, କେଉଁ ଦିନ ଇଁରେଜୀ, କେଉଁ ଦିନ ହିନ୍ଦୀ ଏହି ରୂପେ ନାନା ଭାଷାରେ କଥା ବାର୍ତ୍ତା କରେ, ସେ ଯେଉଁ ଭାଷାରେ କଥା କହେ ସେ ଭାଷା ଏପରି ଭାବରେ କହେ ଯେ ତାକୁ ଚିହ୍ନିବା କଠିନ ଏବଂ ତାହାର ଜାତି ଠିକ୍ କରିବା କଠିନ । କେହି ତାହାର ଜାତି ଠିକ୍ କରି ପାରିଲେ ନାହିଁ ।

ଦିନେ ରାଜା ସେହି କଥା ଭାବୁ ଛନ୍ତି । ଏହି ସମୟରେ ଗୋପାଳ ଉପସ୍ଥିତ ହୋଇ କହିଲା –

ମହାରାଜ, କ’ଣ ଭାବୁ ଛନ୍ତି?

ରାଜା କହିଲେ –

ଗୋପାଳ ଏହି ଲୋକଟିର କି ଜାତି ଏହା ଆମ୍ଭେ କେହି ସ୍ଥିର କରି ପାରୁ ନାହୁଁ । ଏଥିରେ କି ଆମ୍ଭର ନିନ୍ଦା ହେଉ ନାହିଁ ।

ଗୋପାଳ କହିଲେ –

ଆଜ୍ଞା ମୁଁ କାଲି ସ୍ଥିର କରି ଦେବି । ଏହା କହି ପର ଦିନ ରାତ୍ରିରେ ଗୋଟିଏ ଦରଜାରେ ଲୁଚି ରହିଲା । ଲୋକଟି ସେହି ଦ୍ୱାର ଦେଇ ସଭାକୁ ଯାଉ ଥିଲା । ସେ ଗଲା ବେଳେ ଗୋପାଳ ତାକୁ ଏକ ଧକ୍କା ମାରିଲା । ସେ ଦାରୁଣ ଧକ୍କା ଖାଇ ହଠାତ୍ କହିଲା “ଶଳା ଅନ୍ଧ” । ଗୋପାଳ ରାଜାଙ୍କୁ ଆସି କହିଲା ଏ ଲୋକଟି ଓଡିଆ । ରାଜା ସନ୍ତୁଷ୍ଟ ହୋଇ ପୁରସ୍କାର ଦେଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children