STORYMIRROR

Sunanda Mohanty

Tragedy Inspirational Children

3  

Sunanda Mohanty

Tragedy Inspirational Children

ଶିକ୍ଷକ

ଶିକ୍ଷକ

1 min
298

  ସେଦିନ ମନ୍ଦିରରେ ଦୀପ ବସାଇବାକୁ ଯାଇ, ଦିବ୍ୟସିଂହ ବାବୁ ସେହି ଦୀପ ବିକୁଥିବା ଝିଅଟି ପାଖକୁ ଗଲେ, ଯେଉଁଠି ଗରାଖ ପ୍ରାୟ କେହି ନଥିଲେ, ଆଉ ଯିଏ ବି ଥିଲେ, ସେମାନେ ଝିଅଟିକୁ ରୀତିମତ ଠକୁଥିଲେ. ପ୍ରଥମତଃ ଝିଅଟି ଦିବ୍ୟାଙ୍ଗ ଥିଲା, ଗୋଡ଼ ଦୁଇଟି ପୋଲିଓ ଆକ୍ରାନ୍ତ ଥିଲା, ଦ୍ୱିତୀୟତଃ ସେ ଖୁଚୁରା ପଇସା ଓ ଟଙ୍କା ଚିହ୍ନିବାରେ ସମର୍ଥ ନଥିଲା. ଯିଏ ଜାଣିଯାଉଥିଲା ପାଞ୍ଚଟଙ୍କିଆ ଓ ଦୁଇଟଙ୍କିଆ ଦୀପକୁ ଯଥାକ୍ରମେ ଦୁଇଟଙ୍କିଆ ଓ ଏକଟଙ୍କିଆ କଏନ ଦେଇ ଚାଲିଯାଉଥିଲା.ଏହାର ଏକମାତ୍ର କାରଣ ଥିଲା ଝିଅଟି କେବଳ ଦୀପ ସଜାଡ଼େ ଆଉ ତା ବାପା ଟଙ୍କା ପଇସା ହିସାବ କରି ରଖେ. କାଲି ରାତିରୁ ମାଆ ହସ୍ପିଟାଲରେ ପଡ଼ିଥିବାରୁ ବାପା ମାଆ ପାଖରେ, ଆଉ ଝିଅଟି ପଡିଛି ଅସୁବିଧାରେ l

  ଶିକ୍ଷକମନଟା ଛଟପଟ ହେଲା, ଝିଅଟି ପାଖରୁ ଦୀପ କିଣିବେ କଣ ଦିବ୍ୟସିଂହ ବାବୁ ତାକୁ ଟଙ୍କିକିଆ, ଦୁଇଟଙ୍କିଆ ଓ ପାଞ୍ଚଟଙ୍କିଆ ତିନୋଟି ଦେଇ ଯେଉଁ ଦୀପ ଯେତିକି ଖୁଚୁରାରେ ଦେବାକଥା ସେଠାରେ ସେଗୁଡିକ ରଖି ଏମିତି ନେବାକୁ ଶିଖାଇଲେ ବି କେହି କେହି ନୋଟ ଦେଲେ ଝିଅଟି ଅସୁବିଧାର ସମ୍ମୁଖୀନ ହେଉଥିଲା. 

  ଶିକ୍ଷକ ମନ ମାନିଲାନି, ହସ୍ପିଟାଲରେ ତା ମାଆବାପାଙ୍କ ସଙ୍ଗେ ଦେଖାହେଲେ ଦିବ୍ୟସିଂହ ବାବୁ, ସ୍କୁଲରେ ଝିଅଟିକୁ ଷଷ୍ଠ ଶ୍ରେଣୀରେ ପଢାଇବାର ପ୍ରୟାସ ରଖି ନାମ ଲେଖାଇଲେ, ନିଜ ତତ୍ୱାବଧାନରେ ପାଠ ପଢେଇବା ସହ ଦିବ୍ୟାଙ୍ଗ ବାଳକ ବାଳିକାଙ୍କ ପାଇଁ ସରକାରୀ ସାହାଯ୍ୟ ସୁଯୋଗ ତା ହାତମୁଠାରେ ଧରାଇଲେ. ଖୁବ ଅଳ୍ପ ଦିନ ଭିତରେ ଝିଅଟି ଝୋଟି ଆଙ୍କିବା, ଡ୍ରଇଂ କରିବା, ଗୀତଗାଇବା ଇତ୍ୟାଦି କଳାରେ ପାରଙ୍ଗମ ହେବା ସଙ୍ଗେ ମାଟ୍ରିକ୍ୟୁଲେଟଟିଏ ହୋଇ ପରବର୍ତ୍ତୀ ଜୀବନ ସୁଖମୟ କରିବାକୁ ଶିକ୍ଷକଙ୍କ ପଦକ୍ଷେପ ତାକୁ ନୂତନ ଦିଗନ୍ତ ଆଣିଦେଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy