STORYMIRROR

Anuradha Nath

Tragedy

3  

Anuradha Nath

Tragedy

ସହୀଦ ର ପତ୍ନୀ

ସହୀଦ ର ପତ୍ନୀ

2 mins
324


ଟେଲିଫୋନ ଟି ରଖୁ ରଖୁ ଵିମଳା ଚିତ୍କାର କରି ଉଠିଲେ। ରୋଷେଇ ଘରୁ ବାହାରକୁ ଆସି ନିତ୍ୟା ଭୟ ମନରେ ଟିଭି ଟି ଅନ୍ କଲା। ବଡ ବଡ ହେଡ୍ ଲାଇନ ରେ ଲେଖା ହୋଇଥିଲା ଭାରତୀୟ ସୈନ୍ୟ ନୀତିନ ମହାନ୍ତି ଦେଶ ପାଇଁ ସହୀଦ ହୋଇଛନ୍ତି ।କିଛି ସମୟ ପାଇଁ କାଠ ପାଲଟିଗଲା ସେ। ଅଳ୍ପ ସମୟ ମଧ୍ୟରେ ସାଇ ପଡ଼ିଶା ଘରର ସମ୍ମୁଖରେ ରୁଣ୍ଡ ହୋଇ ଗଲେ। ସମସ୍ତ ଙ୍କ ମନରେ କେତେ ପ୍ରକାର ସହାନୁଭୂତି ଥିଲା ନୀତିନ ର ପରିବାର ପାଇଁ।

କିଛି ଦିନ ପରେ ନୀତିନ ର ସଵ ସତ୍କାର ସମ୍ପୂର୍ଣ୍ଣ ହେଲା। ଲୋକ ମାନେ ଧୀରେ ଧୀରେ ନୀତିନ ମହାନ୍ତି କୁ ଆଉ ତାର ବଳିଦାନ କୁ ଭୁଲିଵାକୁ ଲାଗିଲେ। ତଥାପି ନିତ୍ୟା କିମ୍ବା ତା ଶାଶୁଘର ଲୋକ ଙ୍କ ଆଖି ରୁ ଲୁହ ଶୁଖି ନଥିଲା। ଵିମଳା ଏହି ସବୁ ପାଇଁ ନିତ୍ୟା କୁ କଳଙ୍କିନୀ ର ଆଖ୍ୟା ଦେଇ ଵହୁତ କଥା ଶୁଣାଉ ଥାନ୍ତି। ଵେଳେ ଵେଳେ ନିତ୍ୟା ର ଦିଅର ରତନ ଏହାର ପ୍ରତିବାଦ କରୁଥିଲା। ଆଉ ଭାଉଜ ଙ୍କୁ କହୁଥିଲା, ଵୋଉ ର ଯନ୍ତ୍ରଣା ନ ସହି ଏଠାରୁ ଚାଲିଯାଇ ନୂତନ ଦୁନିଆ ବସାଇବା ପାଇଁ। କିନ୍ତୁ ଯେତେ କଷ୍ଟ ହେଲେ ମଧ୍ୟ ନିତ୍ୟା ଘର ଛାଡ଼ି ଯାଉ ନଥିଲା। କାରଣ ସେ ଜାଣିଥିଲା ଶଶୁର ପେନସନ୍ ଟଙ୍କା ଘରର ଖର୍ଚ୍ଚ ଆଉ ରତନ ର ପାଠ ପଢା ପାଇଁ ଯଥେଷ୍ଟ ନୁହେଁ।

ଶାଶୁ ଵିମଳା ନିତ୍ୟା କୁ କହୁଥାନ୍ତି ଆଲୋ ଗେରସ୍ତ ଖାଇ ବାହାଘର ଚାରି ମାସ ରେ ଗେରସ୍ତ କୁ ଖାଇଲୁ, ଆଉ କେତେ ଜଣଙ୍କୁ ଖାଇଲେ ତୋ ମନ ଶାନ୍ତି ହେବ। ତୁ ଯଦି ମରି ଯାଆନ୍ତୁ ଏ ଘରୁ କଳଙ୍କ ର ଦାଗ ଚାଲି ଯାଆନ୍ତା। ତଥାପି ନିଜ ପେଟରେ ବଢୁଥିବା ନୀତିନ ର ଛୁଆ ର ଅପେକ୍ଷା ରେ ସବୁ କିଛି ସହିବାକୁ ଵାଧ୍ୟ ହୋଉଥିଲା। ସରକାର ଙ୍କ ଠାରୁ ପାଇଥିବା ଟଙ୍କା ରତନ ର ପାଠ ଖର୍ଚ୍ଚ ପାଇଁ ଡିପୋଜିଟ୍ କରିଦେଲା।

ଗର୍ଭାଵସ୍ଥା ରେ ଵିମଳା ଖାଇବା ପିଇବା ରେ ଵହୁତ ଅସୁବିଧା କରୁଥିଲେ ନିତ୍ୟା ପାଇଁ। କାରଣ ସେ ଚେଷ୍ଟା କଲେ ମଧ୍ୟ ନୀତିନ କୁ ଭୁଲି ପାରୁ ନଥିଲେ। ଏପଟେ ରତନ ନିଜ ପେଟରୁ ଦାନା କାଟି ଭାଉଜ ଙ୍କୁ ଖୁଆଉଥିଲେ ଵୋଉ ର ଅନୁପସ୍ଥିତିରେ। ନିଜେ ଖିର ନପିଇ ଭାଉଜ ଙ୍କୁ ଦେଉଥିଲେ। ଯେତେବେଳେ ନିତ୍ୟା ଵାରଣ କରୁଥିଲା। ରତନ କହୁଥିଲା ଭାଉଜ ଏସବୁ ମୁଁ ତମକୁ ଦେଉ ନାହିଁ ବରଂ ମୋ ଭାଇ ର ଛୁଆ କୁ ଦେଉଛି। ଭାଇ ପରେ ତାର ଦାଇତ୍ଵ ଭବିଷ୍ୟତ ରେ ମତେ ନେବାକୁ ପଡିବ ନା। ନିତ୍ୟା କଲେଜ ପଢୁଆ ଦିଅର କଥା ଶୁଣି ଖୁସି ରେ କାନ୍ଦି ପକାଉଥିଲା।

ଏମିତି ନିତ୍ୟା ର ଛୁଆ ଜନ୍ମ ହେବାର ସମୟ ଆସିଗଲା। ଶାଶୁ ଵିମଳା କହି ଦେଇଥିଲେ ଛୁଆ ହେଲା ପରେ ସେ ଛୁଆ କୁ ସାଙ୍ଗରେ ନେଇ ହସପିଟାଲ ରୁ ଅନ୍ୟ କୁଆଡ଼େ ଚାଲିଯିବୁ। ଏଠାକୁ ଫେରିଵୁ ନାହିଁ। ସହୀଦ ର ପତ୍ନୀ ହିସାବରେ ମିଳୁଥିବା ପେନସନ୍ ତମ ମା ଛୁଆ ଙ୍କ ପାଇଁ ଯଥେଷ୍ଟ ହେବ।

କିନ୍ତୁ ଛୁଆ ହେଲା ପରେ ଛୁଆ ର ମୁହଁ ଦେଖି ଵିମଳା ଦେଵୀ ଶାନ୍ତ ପଡି ଯାଇଥିଲେ। ଭୁଲି ଯାଇଥିଲେ ପୂର୍ବ କଥା ସବୁ। କାରଣ ଛୁଆ ଟି ପୁରା ନୀତିନ ପରି ହୋଇ ଥିଲା। ଭାଵି ସାରିଥିଲେ ଆଉଥରେ ନୀତିନ ଜନ୍ମଗ୍ରହଣ କରିଛି। ଖୁସିରେ ଵୋହୂ କୁ ଘରକୁ ପାଛୋଟି ଆଣିଥିଲେ। ଆଉ ସେଇଦିନ ନିତ୍ୟା କଳଙ୍କ ର ବୋଝ ରୁ ମୁକ୍ତ ହୋଇ ଯାଇଥିଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy