ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଶେଠ୍ ଓ ସାଧୁ

ଶେଠ୍ ଓ ସାଧୁ

3 mins
7.0K


ଶ୍ରୀ ଅମରନାଥ ବେହେରା

ଗୋଟିଏ ସହରରେ ଜଣେ ଶେଠ ରହୁଥିଲେ l ସେ ପ୍ରତିଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠି ସହର ନିକଟରେ ବହି ଯାଉଥିବା ଏକ ନଈକୁ ଗାଧୋଇବାକୁ ଯାଆନ୍ତି l ଦିନେ ଜଣେ ମହାତ୍ମା ସାଧୁ ସେଇ ନଈ ଘାଟରେ ଶେଠକୁ ଦେଖି କହିଲେ, ‘’ ରାମ୍ ରାମ୍’ ଏହିପରି ୪/୫ ଥର ରାମ୍ ରାମ୍ କହିଲେ ମଧ୍ୟ ଶେଠ କିଛି କହିଲେ ନାହିଁ l ଶେଠ ଥିଲେ ଅତ୍ୟନ୍ତ କୃପଣ l ସେ ଭାବିଲେ ଏଇଟା ଗୋଟିଏ ଭିକାରୀ ବାବାଜୀ l କାଳେ ଜଦି କିଛି ମାଗି ଦିଏ ସାରିଲା l ସାଧାରଣତଃ ଧନୀ ଲୋକମାନେ ଗରିବ ଲୋକ ବ୍ରାହ୍ମଣ, ଚୋର,ଡ଼କାୟତ ପ୍ରଭୃତିକୁ ଡ଼ରନ୍ତି l

ଶେଠ ସାଧୁଙ୍କ ପ୍ରତି ବେଖାତିର ଭାବ ଦେଖାଇ ଚାଲି ଯାଉଥିବା ବେଳେ ସାଧୁ କହିଲେ, ‘ ଶେଠ୍ ଜୀ ରାମ୍ ରାମ୍ ‘ l ଏଥର ଶେଠ ବିରକ୍ତ ହୋଇ କହିଲେ, ‘’ ଆରେ ଯା ଯା, ଏଠାରୁ ଚାଲିଯା l ‘’ ଏହା ସୂନୀ ମହାତ୍ମା ସାଧୁ ଭାବିଲେ ଶେଠ ଧନଗର୍ବରେ ଏତେ ଅନ୍ଧ ଯେ ସେ ମଣିଷ ପଣିଆ ହରାଇଛି l ମୁଁ ତାକୁ ଭଗବାନଙ୍କ ନାଁ ନେବାକୁ କହିବାରି ସେ ହତାଦାର କରୁଛି, ସାଧୁ ଚିନ୍ତାକଲେ, ଶେଠକୁ ଉପଯୁକ୍ତ ଶିକ୍ଷା ଦେବେ l ତେଣୁ ଶେଠକୁ ରୂପ ଧରି ଶେଠଙ୍କ ଘରକୁ ଚାଲିଲେ l ଏହା ଦେଖି ତାଙ୍କର ଦରୋୱାନ କହିଲା, ‘’ ଆଜ୍ଞା ଆଜି ଏତେ ଶୀଘ୍ର ଫେରି ଆସିଲେ ? ଉତ୍ତରରେ ସାଧୁ କହିଲେ, ଜେନ ବହୁରୂପି ( ଯେ ଅନ୍ୟର ରୂପ ଧରିପାରେ ) ମୋ ରୂପକୁ ଧରି ଏଇ ଆଡ଼କୁ ଆସୁଥିଲା l ମୁଁ ଭାବିଲି ସେ ଆମ ଘରକୁ ଆସି କାଳେ କୌଣସି ଅଢୁଆ ପରିସ୍ଥିତି ସୃଷ୍ଟି କରିବ, ତେଣୁ ଶୀଘ୍ର ଚାଲି ଆସିଲି l ତୁମେ ସାବଧାନ ହୋଇ ରୁହ l ଯଦି ସେ ଆସେ ତାକୁ କୌଣସି ପ୍ରକାରେ ଭିତରକୁ ଛାଡ଼ିବ ନାହିଁ l ସାଧୁ ଭିତରକୁ ଯାଇ ଶେଠ ଯେପରି ଗାଧୋଇ ସାରି ପୂଜା ପାଠ କରନ୍ତି,ସେହିପରି ପୂଜାରେ ବସିଲେl

ଏଣେ ଗାଧୋଇ ସାରି ଶେଠ ପ୍ରତିଦିନ ଭଳି ଢାଳ, ଲୁଗା ଧରି ଫେରିଲେ l ଯେମିତି ସେ ଫାଟକ ପାଖରେ ପହଞ୍ଚିଛନ୍ତି,ସେମିତି ଦରୱାନ ଭିତରକୁ ଛାଡିଲା ନାହିଁ l ଏହା ଦେଖି ଶେଠ ତାକୁ କହିଲେ, ‘’ ଆରେ, ତୁ ଆଜି ମଦ ପିଇଛୁ ନା କ’ଣ ? ସାମାନ୍ୟ ଚାକରଟାଏ ହୋଇ ମୋତେ ଭିତରକୁ ଛାଡୁ ନାହୁଁ l ବାଧ୍ୟ ହୋଇ ଶେଠ୍ ତାଙ୍କ ପିଲାମାନଙ୍କ ନାମଧରି ଡାକି କହିଲେ, ‘’ ଆଜି ଦରୱାନ କ’ଣ ହୋଇଛି ସେ ମୋତେ ଭିତରକୁ ଛାଡୁନାହିଁ,କିନ୍ତୁ ଭିତରେ ଥିବା ପରିବାରର ସମସ୍ତେ ତାଙ୍କୁ ବହୁରୂପିଆ ବୋଲି ଭାବି ତଡିଦେଲେ l ବେଶିକଥା କହିଲେ ଗାଲ ଫତେଇ ଦେବେ ବୋଲି ଧମକ ଦେଲେ l ବିଚାର ଶେଠ ଆଉ ଉପାୟ ନ ପାଇ ବାଧ୍ୟ ହୋଇ ଯାଇ ସେଇ ଦେଶର ରାଜାଙ୍କ ପାଖରେ ଫେରାଦ ହେଲେ l ସେଇ ଶେଠ ଥିଲେ ସେ ରାଜ୍ୟର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି l ତାଙ୍କର ଏପରି ଦୟନୀୟ ଅବସ୍ଥା ଦେଖି, ରାଜା ତାଙ୍କ ଘରକୁ ଲୋକ ପଠାଇଲେ l ଘରର ଲୋକମାନେ ଖବର ଦେଲେ ସେ ନକଲି ଶେଠ ଯାଇ ରାଜାଙ୍କ ପାଖରେ ପହଞ୍ଚିଗଲାଣି l ରାଜାଙ୍କୁ କୁହ ଆମ ଶେଠ ଠିକ୍ ଅଛନ୍ତି l ଏହାସୁଣୀ ରାଜା ସେଠଙ୍କୁ ଡ଼ାକି ଆଣିବାକୁ ପୁଣିଥରେ ଦୂତକୁ ପଠାଇଲେ l ରାଜାଙ୍କ ଡକରା ପାଇ ସାଧୁ ମହା ଆଡମ୍ବରରେ ଚାରୋଟି ଘୋଡ଼ା ଯୋଚା ହୋଇଥିବା ଏକ ଗାଡ଼ିରେ ବସିଯାଇ ରାଜାଙ୍କ ଦରବାରରେ ପହଞ୍ଚିଲେ l ରାଜା ଏକ ପ୍ରକାରର ଦୁଇଜଣ ଶେଠଙ୍କୁ ଦେଖି ଘାବରେଇ ଗଲେ l ମନ୍ତ୍ରୀଙ୍କୁ ଆସିଲି ଶେଠଙ୍କୁ ଚିହ୍ନଟ କରିଇବାକୁ ଆଦେଶ ଦେଦଲେ l ହେଲେ ମନ୍ତ୍ରୀ ବା ଦରବାରର କେହି ହେଲେ ପ୍ରକୃତ ଶେଠଙ୍କୁ ଧରି ପାରିଲେ ନାହିଁ l

ଶେଷରେ ରାଜା ଦୁଇଜଣଙ୍କୁ ବିନୟ ସହକାରେ କହିଲେ, ‘’ ଆପଣମାନଙ୍କ ଭିତରେ ପ୍ରକୃତ ଶେଠ କିଏ କୁହନ୍ତୁ l’’ ଦୁଇଜଣ ଯାକ ଏକ ସ୍ଵରରେ କହିଲେ, ଆମକୁ ପରୀକ୍ଷା କରନ୍ତୁ l ତାପରେ ଶେଠରୂପୀ ସାଧୁ କହିଲେ, ‘’ଆମଘରୁ ଖାତା ମଗାଯାଉ l ଖାତାରେ ଯାହା ଲେଖା ଅଛି ମୁଁ କହିବି l ଖାତା ଅଣାଗଲା l ସାଧୁ ଖାତା ନ ଦେଖି କେଉଁ ଘର ତିଆରୀରେ କେତେ ଖର୍ଛ ହୋଇଛି, କିଏ କେତେ ଟଙ୍କା କରଜ ନେଇଛି ସବୁ ଗୋଟି ଗୋଟି କରି କହିଦେଲେ l ପ୍ରକୃତ ଶେଠଙ୍କର ଏହା ମନେ ନଥିଲା, ଶେ ଏହାଦେଖି ପ୍ରମାଦ ଗଣିଲେ l ତାଙ୍କୁ ପଚାରିବାରୁ ସେ କିଛି କହି ପାରିଲେ ନାହିଁ l ସାଧୁଙ୍କ କଥା ଖାତା ସହିତ ମିଳି ଗଲା l ପ୍ରକୃତ ଶେଠ ନକଲି ବୋଲି ପ୍ରମାଣିତ ହେଲେ l ତେଣୁ ତାଙ୍କୁ ଦଣ୍ଡ ଦେବା ପାଇଁ ରାଜା ଆଦେଶ ଦେଲେ l କିନ୍ତୁ ସାଧୁଙ୍କ ଅନୁରୋଧ କ୍ରମେ ତାଙ୍କୁ ଛାଡ଼ି ଦିଆଗଲା l ପରଦିନ ଶେଠ ସେହି ନଈକୁ ସ୍ନାନ କରିବାକୁ ଗଲେ l ସେତେବେଳକୁ ସାଧୁ ଶେଠ ରୂପଛାଡ଼ି, ନିଜ ରୂପଧରି ସେଇଠି ଆଗରୁ ବସିଥିଲେ l ଶେଠଙ୍କୁ ଦେଖି ସାଧୁ ମୁରୁକି ହସି କହିଲେ, ‘’ ରାମ ରାମ ‘ l ଏଥର ଶେଠଙ୍କ ଆଖି ଖୋଲି ଗଲା ସେ ଜାଣିଲେ, ଯାହା ସବୁ ଘଟିଛି ତାହା ସାଧୁବାବଙ୍କ ଯୋଗୁଁ l ମହାତ୍ମାଙ୍କୁ ହତାଦାର କରି ଭଗବାନଙ୍କ ନାମକୁ ଅବମାନନା କରିଥିବାରୁ ମୋତେ ଏହି ପରି ହଟହଟା ହେବାକୁ ହେଲା l ତେଣୁ ସେ ସାଧୁଙ୍କ ପାଦତଳେ ପଡ଼ି କ୍ଷମାଭିକ୍ଷା କଲେ ଓ ରାମ ରାମ ଉଚ୍ଛାରଣ କଲେ l

ସାଧୁ ଖୁସି ହୋଇ ଆଶୀର୍ବାଦ କାଲେ ଓ କହିଲେ, ଶେଠଜୀ ଏଥର ଘରକୁ ଜାଆନ୍ତୁ l ଆଉ କିଛି ଅସୁବିଧା ହେବନାହିଁ l ଏଣିକି ଧନର ଗର୍ବକର ନାହିଁ l କାହାକୁ ତିରସ୍କାର କରନାହିଁ l ଭଗବାନଙ୍କ ନାମ ନିଅ l ସମସ୍ତଙ୍କୁ ସ୍ନେହକର l ତେବେ ଯାଇ ତମ ମଣିଷ ଜନ୍ମ ସାର୍ଥକ ହେବ l


Rate this content
Log in

Similar oriya story from Classics