Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rakesh Sen

Romance

4.0  

Rakesh Sen

Romance

ଶେଷ ଥର

ଶେଷ ଥର

2 mins
22


ତମେ ଚାଲିଗଲ । କେବେଠାରୁ ମୁଁ ବର୍ଷବର୍ଷ ଦିନଦିନ ପ୍ରତ୍ୟେକ ମୂହୁର୍ତ୍ତରେ ସେଇ ପୁରୁଣା ସ୍ମୃତିକୁ ଯାଯାବର ପରି ବଞ୍ଚିବା ଶିଖିଯାଇଛି । ସୁପ୍ରଭା ତମେ ଜାଣିଛ ଯେତିକି ଦିନ ତମ ସହ ମୋର ଆମ ପବିତ୍ର ଭଲପାଇବା ରହିଥିଲା । ସେ ବୋଧ ହୁଏ ,"ଭଗବାନଙ୍କ ଆର୍ଶୀବାଦ ଥିଲା । ଜୀବନରେ ଦେହର କଷ୍ଟ ସହ ଯୁଝି ଯୁଝି ବଞ୍ଚି ଆସୁଥିଲି । ଏମିତି ତମସହ ଗଢ଼ଇ ଉଠିଥିଲା ଏକ ପବିତ୍ର ସଂପର୍କ ଯେଉଁ ସଂପର୍କରେ ଏତିକି ସ୍ବାର୍ଥ ଥିଲା । ଦୁହେଁ ଦୁହିଁଙ୍କୁ କେବେ ଛାଡି ଆମେ ଅଲଗା ରହିବା ନାହିଁ । ମୁଁ ମଧ୍ୟ ତମୁକୁ ପ୍ରତିଶ୍ରୁତି ଦେଇଥିଲି । ହେଲେ ତମେ କୁହ ବେଟା ଆମର ବଡ ହେଉଛି । ବେଟାର ଭବିଷ୍ୟତ ପାଇଁ ହେଉ ଅବା ତମ ପରିବାର ଚାପରେ ହେଉ ତମେ ଚାଲିଗଲ ସୁନ୍ଦରଗଡ ହେଲେ କେବେ ଭାବିଛ , "ତମେ ସେଇ ଅଭୁଲା ମୂହୁର୍ତ୍ତରେ ଆମେ ଏକାଠି ହୋଇଥିଲେ । ଭୁବନେଶ୍ବରରେ ପ୍ରତ୍ୟେକ ସ୍ଥାନରେ ଆମର ସ୍ମୃତି ସବୁ ଏବେବି ଭୁବନେଶ୍ବର ଗଲେ । ହାତଠାରି ଡାକେ । ସେଇ ସ୍କୁଟି ଆଉ ତମେ ତା' ପଛରେ ମୁଁ । ଓହୋଃ ସୁପ୍ରଭା ତମେ ଏମିତି ଚାଲିଗଲ । ଯେମିତି ମୋ ମୁଣ୍ଡ ଉପର ଆକାଶଟା ଛିଣ୍ଡିଗଲା । ସମୟ ତ ଏମିତି ଖେଳ ଖେଳିଲା । ହେଲେ ଧନ ତମେ କଣ କଲ ? ଥରେ ଭାବିଲ ଆମ ଜୀବନରେ କେତେ ଝଡ,ଝଞ୍ଜା ସବୁ ଆସିଛି । ଦୁଇଜଣ ଆମେ ତ ମିଶି ସାମ୍ନା କରିଛେ । କେବେ ମୁଁ ତମ ହାତ ଛାଡି ଏକା ଚାଲି ଆସିଛି କି ? ତମେ ଧନ ଏମିତି ଚାଲିଗଲ , " ଯେମିତି ଦୂରଦିଗବଳୟ ମୋତେ କହୁଛି । ଆଉ ସେ ଫେରିବନି । ଓହୋଃ ମୁଁ ପାଗଳ ହୋଇଯିବି ସୁପ୍ରଭା , " ମରିଯିବି ତୁମ ବିନା ତମ ଦେହର ବାସ୍ନା ଆଉ ପାହାନ୍ତିଆ ସକାଳର ତମ ହାତର ସେଇ ନାଲି ଚାହା କେମିତି ଭୁଲିବି କୁହ । ଗୋଟିଏ ଥାଳିରେ ଖାଉଥିଲେ । ତମେ ମୋତେ ଖୁଆଇ ଦେଉଥିଲ । ଆଉ ମୁଁ ବି ତମୁକୁ, ହେଲେ ଭଗବାନ ଏତେ ନିଷ୍ଠୁର କାହିଁକି ହେଲେ ଧନ । ତମୁକୁ ମୋର ଏତିକି ଅନୁରୋଧ ଯଦି ମୁଁ ମରିଯାଏ । ଶେଷଥର ପାଇଁ ମୋ ପାଟିରେ ତମେ ହିଁ ପାଣି ଦେବ । ମୋ ଆତ୍ମା ଧନ ଶାନ୍ତି ପାଇବ । ଏଇ ଶେଷ ଇଛା ମୋର ରଖିବ ।



Rate this content
Log in

More oriya story from Rakesh Sen

Similar oriya story from Romance