Smita Mohanty

Tragedy

4.6  

Smita Mohanty

Tragedy

ଶେଫାଳି

ଶେଫାଳି

3 mins
517


ସମସ୍ତେ ଜାଣିଛନ୍ତି ସ୍ତ୍ରୀ ର ଅଧିକାର ଆଉ କର୍ତ୍ତବ୍ୟ ।ଯେତେବେଳେ ଝିଅ ଟିଏ ସବୁ କିଛି ଛାଡି ଅଜଣା ପରିବାରକୁ ଆସେ ସେତେବେଳେ ସେ ଭୁଲି ଯାଏ ନିଜ ଅତୀତକୁ,ତା ସହିତ ଘଟିଥିବା ସମସ୍ତ ଘଟଣାବଳିକୁ।ଯଦି ଜୀବନ ସାଥି ବୁଝିବାର ହେଲା ତେବେ ଦୁଃଖ ରହେନି।ତାଳି ଦୁଇ ହାତରେ ବାଜେ,ଜୀବନର ଯାତ୍ରା ମଧ୍ୟ ଦୁଇ ଜଣ ଙ୍କୁ ନେଇ କି ଚାଲେ।ଦେଖିବାକୁ ଗଲେ ଶେଫାଳିର ମଧ୍ୟ କିଛି ଭୂଲ ନ ଥିଲା। ଖୁସ୍ ମିଜାଜ ର ଝିଅ ସେ, କୁଆଁରୀ ମନର ସ୍ବପ୍ନ ସହିତ ଅସରନ୍ତି ଭଲପାଇବା ନେଇ ଶେଫାଳି ବିବାହ କରିଛି ସମର କୁ ।ସମର ଜଣେ ସରକାରୀ କର୍ମଚାରୀ ,ସେ ବାପା ମାଆ ସମସ୍ତଙ୍କ ପାଖରେ ଭଲ ପୁଅ,ଭଲ ମଣିଷ, ଭଲସାଙ୍ଗ, ଆଉ ଭଲ ସ୍ବାମୀ ହେବାର ଚେଷ୍ଟା ବି କରିଛନ୍ତି ।କିନ୍ତୁ ଏମିତି କିଛି ଅକୁହା କଥାରହି ଯାଇଛି,ଯାହା ପାଇଁ ଶେଫାଳିର ମୁହଁରେ ହସ ନାହିଁ କି ସମର ମଧ୍ୟ ସନ୍ତୁଷ୍ଟ ନୁହଁନ୍ତି।ସ୍ବାମୀ ସ୍ତ୍ରୀ ବହୁତ ଭଲ ନାଟକ କରନ୍ତି ସମାଜକୁ ଦେଖାନ୍ତି ,ସତେଯେମିତି ସେ ଦୁଇଜଣ ଗୋଟିଏ ଆତ୍ମା ଦୁଇଟି ଶରୀର ,ବିବାହକୁ ୨ ବର୍ଷ ପୁରି ଗଲାଣି ଆଜି ଯାଏ ସନ୍ତାନ ଟିଏ ସେମାନଙ୍କର ହୋଇପାରିଲା ନାହିଁ। ସମର ଘର ଲୋକଙ୍କୁ ବୁଝାଇବା ପାଇଁ ବହୁତ ଥର ମେଡିକାଲ ଯାଇଛନ୍ତି, ସ୍ବାମୀ ଙ୍କ ସମ୍ମାନ ପଦାରେ ନ ପକାଇବା ପାଇଁ ଶେଫାଳି ମଧ୍ୟ ତାଙ୍କ ସହିତ ତାଳ ମିଳାଇ ମେଡିକାଲ ଯାଇଛନ୍ତି ।ସବୁ ପରେ ବି ସେମାନେ ବିଫଳ।ନଦୀରେ ବନ୍ୟାଜଳ ବନ୍ଧକୁ ଛୁଇଁଲା ପରି

ଶେଫାଳି ମନରେ ଅସରନ୍ତି କୋହ,ଭଲ ପାଇବା ହେଲେ ସେ ବ୍ୟକ୍ତ କରିପାରେନା,ସେ ଦେଖିବାକୁ ସୁନ୍ଦର ସୁସ୍ଥ ଆଉ ସମରଙ୍କୁ ବହୁତ ବିଶ୍ୱାସ କରେ,ହେଲେ ସମର ନିଜ କଲେଜ ବେଳକୁ ଶାଳୀନି ବୋଲି ଗୋଟେ ଝିଅ କୁ ଭଲ ପାଉ ଥିଲେ କିନ୍ତୁ ସେ ଛୋଟ ଜାତିର ହୋଇ ଥିବାରୁ ଘର ଲୋକ ତାଙ୍କ ସମ୍ପର୍କକୁ ରାଜି ହେଲେ ନାହିଁ।ଶାଳୀନି ଏବେ ବିବାହିତା ତା ସ୍ବାମୀ ବିଦେଶରେ ରୁହନ୍ତି ।ସାଧାରଣତଃ ଯଦି ନାରୀ ମାନଙ୍କୁ ବୁଝାଯାଏ ତେବେ ଜଣେ ନାରୀ ଯଦି ପୁରୁଷର ସ୍ପର୍ଶ ପାଇନି ତେବେ ସେ ଆଜୀବନ ଏକୁଟିଆ ରହିଯାଇପାରେ,କିନ୍ତୁ ଥରେ ପୁରୁଷ ର ସାନିଧ୍ୟ ପାଇଲେ ନିଜକୁ, ନିଜ ହୃଦୟକୁ,ଆଉ ନିଜ ଭାବନାକୁ ଦବାଇ ରଖିବା କଷ୍ଟକର ହୋଇ ପଡେ।ଶାଳୀନି ସହିତ ସମ୍ପର୍କ ଏ ଯାଏ ବି ଭୁଲି ନାହାଁନ୍ତି ସମର ।ନିଜ ପ୍ରେମକୁ ଆଉ ପୌରୁଷତ୍ବକୁ ସେ ଶାଳୀନି ସହିତ ପ୍ରତିଟି ମୁହୂର୍ତ୍ତକୁ ବେଶ ଭଲ ଭାବରେ କଟାଇଛନ୍ତି।ସମର ବିବାହର ପ୍ରଥମ ଦିନରୁ ଶେଫାଳିକୁ କହିଥିଲେ ମୋର କିଛି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସ୍ବାମୀ ସ୍ତ୍ରୀ ସମ୍ପର୍କ ରଖିବାକୁ ମୁଁ ଅକ୍ଷମ,ଯଦି ତମେ ମୋତେ ଛାଡିକି ଯିବାକୁ ଚାହିଁବ ତେବେ ଛାଡିକି ଯାଇ ପାର, ନତୁବା ଏମିତି ମୋ ସହିତ ରହି ପାର।ସେତେବେଳେ ସମର କଥାକୁ ଶେଫାଳି ସତ ଭାବି ସ୍ବାମୀ ଙ୍କ ଖୁସିରେ ଖୁସି ହୋଇ ଥିଲା ।ହେଲେ ଧିରେ ଧିରେ ଯେତେବେଳେ ସେ ଜାଣିଲା ସମରଙ୍କ ସତ୍ୟ ସେ ଭାଙ୍ଗି ପଡିଲା।

ସେ ବହୁତ ବୁଝାଇବାକୁ ଚେଷ୍ଟା କରିଛି ସମରଙ୍କୁ, ରାତି ରାତି ଛଟପଟ ହୋଇ କଟାଇଛି,ହେଲେ ସମର ନଛୋଡବନ୍ଧା, ସେ ସବୁବେଳେ ଶେଫାଳିକୁ କହିଛନ୍ତି ମୁଁ ଭଲ ସାଙ୍ଗ ହୋଇ ପାରିବି ତମର କିନ୍ତୁ ସ୍ବାମୀ ନୁହେଁ।କାରଣ ମୋ ଉପରେ କେବଳ ଶାଳୀନି ର ଅଧିକାର ଅଛି ।ଶେଫାଳି କେବେ କାହାକୁ କହିନି ଯେ ସମର ଆଉ ତା ଭିତରେ କିଛି ସମ୍ପର୍କ ନାହିଁ ।ଗୋଟିଏ ଘରେ ଗୋଟିଏ ଖଟରେ ରାତି କାଟିଲେ ମଧ୍ୟ ମଝିରେ ଥିବା ତକିଆର ପାଚେରୀ ସମର କେବେ ଅତକ୍ରମ କରିନାହାନ୍ତି ଆଉ ଶେଫାଳିର ଇଚ୍ଛା ଥିଲେ ମଧ୍ୟ ସେ ତକିଆ ପାଚେରୀ ଭାଙ୍ଗିବାକୁ ସମର ଅନୁମତି ଦେଇ ନାହାଁନ୍ତି। ସମର ଶାଳୀନିକୁ ସବୁବେଳେ ଦେଖାକରନ୍ତି ,ଅଫିସର ଟୁର ପଡିଛି କହି ତା ସହିତ ରାତ୍ରି ଯାପନ କରନ୍ତି।ଏ ସବୁ ଶେଫାଳି ଜାଣିଲେ ବି କାହା ଆଗରେ ପ୍ରକାଶ କରି ପାରେନା।ନିଜକୁ ସେ ବୁଝାଇବାକୁ ଚେଷ୍ଟା କରେ ଯେ ଯାହା ମୋ କପାଳରେ ଭୋଗ କରିବାକୁ ନାହିଁ ତାକୁ ଆଶା କରି ,ତା ବାଟ ଚାହିଁ ମୁଁ ଛଟପଟ ହେବି କାହିଁକି। ସମର କିନ୍ତୁ ନିଜ ଯିଦ୍ ରେ ଅଟଳ।ଶେଫାଳିକୁ ବୋହୁ ଭାବରେ ପାଇ ସମସ୍ତେ ଖୁସି ହେଲେ କେହି ତା ଯନ୍ତ୍ରଣା ବୁଝିପାରନ୍ତି ନାହିଁ କାରଣ ସମର ସମସ୍ତଙ୍କୁ ଦେଖାଇଦିଅନ୍ତି ଯେ ସେ ଶେଫାଳି ବିନା ଗୋଟେ ମୁହୂର୍ତ୍ତ ଏକା ରହି ପାରିବେନି।ସତରେ ଶେଫାଳି ସମରଙ୍କ ଏଭଳି ଛଳନାରେ ଅଣନିଶ୍ବାସୀ ହୋଇ ଯାଏ ହେଲେ କାହାକୁ କିଛି କହିପାରେନା ।ସଞ୍ଜ ବତୀ ଦେଲାବେଳେ ଶେଫାଳି ଚଉରା ପାଖରେ ମୁଣ୍ଡିଆ ମାରି ଗୁହାରି କରେ,ମାଆ ମୁଁ କଣ ପାପୀ,ମୋ ସ୍ୱାମୀ କଣ ମୋତେ କେବେବି ସ୍ପର୍ଶ କରିବେନି, ମୋତେ ବି କଷ୍ଟ ହୁଏ, ମୁଁ ସବୁ ଜାଣୁଛି ମାଆ ହେଲେ ମୁଁ ଆଉ ସହି ପାରୁନି।ଶେଫାଳିକୁ ଚଉରା ପାଖରେ କାନ୍ଦିବର ଦେଖି ସମସ୍ତେ ଭାବନ୍ତି ପିଲା ପିଲି ନାହାଁନ୍ତି ସେଥିପାଇଁ ସେ ମନ ଦୁଃଖ କରୁଛି।ଆଉ ଶେଫାଳିକୁ ବୁଝାନ୍ତି।ତୁ ମନ ବ୍ୟସ୍ତ କରନି,ସମର ଭଳି ପିଲା ତତେ କୋଉଥିରେ ହେଳା କରିନି ।ପଦକୁ ପୟର ସବୁ ଖଞ୍ଜି ଦେଇଛି ।ଆଜି ପିଲା ହୋଇନି କାଲି ହବ ତୁ କାହିଁକି ମନ ଉଣା କରୁଛୁ। ଶେଫାଳି ସେତେବେଳେ ନିରୁପାୟ ହୋଇଯାଏ ଆଉ ଭଗବାନଙ୍କୁ ପ୍ରାର୍ଥନା କରେ ଯେ କୋଉ ଜନ୍ମର ପାପ ମୁଁ ଭୋଗୁଛି ,ନା ମୁଁ ଚଢାଫୁଲ ହୋଇ ପାରିଲି ,ନା ଛଡା ଫୁଲ ହୋଇ ପାରିଲି, ମୋର ବାକ୍ ଶକ୍ତି ନାହିଁ ବୋଲି ମୋ ମନ କଥା କାହାକୁ ମୁଁ କହିପାରୁନି ଯନ୍ତ୍ରଣାରେ ଜଳି ଜଳି ଜୀବନଟା ମୋର ଅଧା ପ୍ରାଣ ହେଲାଣି,ବାପା ମାଆ ଶେଫାଳି ନାଆଁ ଦେଇଥିଲେ ସେଥିପାଇଁ ବୋଧେ ମୁଁ କେବଳ ଝଡାଫୁଲ ହୋଇ ରହିଗଲି........


Rate this content
Log in

Similar oriya story from Tragedy