STORYMIRROR

Sunanda Mohanty

Tragedy Action Inspirational

3  

Sunanda Mohanty

Tragedy Action Inspirational

ଶାଶୁ

ଶାଶୁ

1 min
348


ସହଜେ ପ୍ରତିକଥାରେ ଚିଡୁଥିବା ଶାଶୁ ଆଜିକାଲି ବେଶୀ ଚିଡିଚିଡି ହେଉଛନ୍ତି. ଶଶୁର ତ ନିଦାବିଷ୍ଣୁ, ତାଙ୍କର ସାହିତ୍ୟ ଆସର ଚାଲିଛି ତ ସେ ଠିକଠାକ ଅଛନ୍ତି, ଏଣେ ଘର ତୋଳା ଚାଲିଛି ତ ଘରକୁ ଆସୁଥିବା ମିସ୍ତ୍ରୀ ଓ ଶ୍ରମିକଙ୍କ କଥା ବୁଝିବାକୁ ପଡେ ଶାଶୁଙ୍କୁ l

   ଦ୍ୱିପହରେ ବେଳାରେ ମିସ୍ତ୍ରୀ ଶ୍ରମିକ ମାନେ ଘର ଖାଦ୍ୟ ଖାଇବା ଏକ ପରମ୍ପରା ଏ ପରିବାରର ହେଲେ କରିନପାରି ଶାଶୁଙ୍କ ବଳବୟସ କମୁଥିବାରୁ ରନ୍ଧାବଢ଼ା ଆଉ ସହଜ ସାଧ୍ୟ ନୁହେଁ ତାଙ୍କ ପାଇଁ ତ ଚୁଡା କଦଳୀ ନଡ଼ିଆ ବ୍ୟବସ୍ଥା ତାଙ୍କ ପାଇଁ ହୁଏ ସତ ହେଲେ ବି ଚିଡି ଚିଡି ହୁଅନ୍ତି ଶାଶୁ 

  ପୁଣି ଘୋର ଅସୁବିଧା ହୁଏ ପଇସା ବା ମଜୁରୀ ଦେଲାବେଳକୁ ସେମାନଙ୍କୁ. ଆଗରୁ ଚଳି ଆସୁଥିବା ଶହେ, ଦୁଇଶହ, ପାଞ୍ଚଶହ ଟଙ୍କା ଗୁଡିକର ନବକଳେବର ହୋଇଯାଇଛି, ଏମିତିକି ଦଶ, କୋଡିଏ ଓ ପଚାଶ ଟଙ୍କା ଗୁଡିକ ବି ନୂଆ ତ ଜାଣିନପାରି କାହାକୁ କଣ ଦେଲେ ନଦେଲେ ହିସାବ କରି କରି ବିରକ୍ତ ହେଇଯାଉଥିବା ଶାଶୁ ହଠାତ ଅସୁସ୍ଥ ହୋଇପଡିଲେ l

   ଦୀର୍ଘ ପନ୍ଦର ଦିନ ଆଈ ସି ୟୁ ରେ ରାହିବାକୁ ପଡିଲା ତାଙ୍କୁ, ଏମିତିକି ସେ ସୁସ୍ଥ ହୋଇ ଘରକୁ ଫେରିବେ ଏ ଆଶା ବି ନଥିଲା କିନ୍ତୁ ଅଳ୍ପ ସୁସ୍ଥ ହେଲାପରେ ସମ୍ପୂର୍ଣ୍ଣ ବଦଳି ଉଦାସୀନ ହୋଇଯାଇଛନ୍ତି ସେ, ଆଉ ଘର ତୋଳା କଥା ବା ସେମାନଙ୍କ ଖାଇବା ପିଇବା କଥା କି ଟଙ୍କା ପଇସାର ହିସାବ କଥା, ହେଲେ ମିସ୍ତ୍ରୀ ଓ ଶ୍ରମିକ ମାନେ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ତଥା ସେ ପୁଣି ପୂର୍ବବତ ହୁଅନ୍ତୁର ସୁକାମନା କରୁଥିଲେ, ଶାଶୁ ଏକଦମ ନିର୍ବିକାର, ମନ ଛଟପଟ ହେଉଥିଲା କେହି କାହା କାମକୁ ଶାନ୍ତିରେ ଫେରିବା ସମ୍ଭବ ହେଉନଥିଲା l


Rate this content
Log in

Similar oriya story from Tragedy