ଶାଶ୍ୱତ ପ୍ରେମ
ଶାଶ୍ୱତ ପ୍ରେମ


ଅମର ଆଉ ବୀଣା ଏ ଦୁଇଜଣଙ୍କର ପ୍ରେମ କାହାଣୀ ସବୁଆଡେ ଚର୍ଚ୍ଚା ।ସ୍କୁଲ ସମୟରୁ ପାଚେରୀରୁ ଆରମ୍ଭ କରି କଲେଜ କାନ୍ଥ ଯାଏ ସବୁଆଡେ ଦୁହିଁଙ୍କ ନାମ।ପ୍ରଥମେ ପ୍ରଥମେ ତ କିଛି ଜଣା ପଡୁନଥିଲା ।କିନ୍ତୁ ଯେତେବେଳେ ଏ କଥା ବୀଣାର ଘର ଲୋକ ଜାଣିବାକୁ ପାଇଲେ ତାଙ୍କ ଘରେ ଉଠିଥିଲା ଏକ ଝଡ ।ଯାହାର ପରିଣତି ଯେ ଏତେ ଭୟଙ୍କର ହୋଇଯିବ ସେ କେବେ ଭାବି ନଥିଲେ ।ବୀଣାର ହଟାତ କଲେଜ ଆସିବା ବନ୍ଦ ହୋଇଗଲା ।ଅମର ପୁରା ପାଗଳ ପ୍ରାୟ ତାକୁ ଖୋଜିଲା ।ବହୁତ ସାହସ ଜୁଟାଇ ତାଙ୍କ ଘର ପାଖକୁ ଗଲା ,କିନ୍ତୁ ଏ କଣ ଘରେ ତାଲା ପଡିଥିଲା ।ପଡ଼ିଶା ଘରୁ ବୁଝିଲା ଯେ ତାଙ୍କର କଣ ବ୍ୟକ୍ତିଗତ ଅସୁବିଧା ପାଇଁ ତାର ବାପା ଏଠାରୁ ବଦଳି କରାଇ ପଳେଇଛନ୍ତି ବୋଲି ଶୁଣିଲା।
ହଟାତ ତାର ପାଦ ତଳୁ ମାଟି ଖସି ଗଲା ପରି ଲାଗିଲା।ବୀଣା ଆଉ ତାର ଘଟିଥିବା ସବୁ ମୁହୂର୍ତ୍ତ ଗୁଡିକ ଆଖି ଆଗରେ ନାଚି ଉଠିଲା ।ଦୀର୍ଘ ଆଠ ବର୍ଷର ଭଲ ପାଇବା ।କେତେ ହସ କାନ୍ଦର ଅନୁଭୂତି ଆଉ କେତେ କଥା ଦିଆନିଆ ।ପାଗଳ ପ୍ରାୟ ହୋଇଯାଉଥାଏ ।ସେଦିନ math କ୍ଲାସ ରେ ଥିଲା ଶେଷ ଦେଖା ।ବୀଣା ମୁହଁରେ ଟିକିଏ ବି ହସ ନଥିଲେ ।ବୋଧ ହୁଏ ଏହା ଶେଷ ଦେଖା ବୋଲି ସେ ଜାଣି ସାରିଥିଲା ।କମନ ରୁମ ପାଖ ସାଇକଲ ଷ୍ଟାଣ୍ଡ ପାଖରେ ଅମରର ଛାତିରେ ଲୋଟିପଡି ବହୁତ କାନ୍ଦିଥିଲା ଆଉ ଏକମୁହାଁ ହୋଇ ଚାଲିଯାଇଥିଲା ।
ଅମର କିଛି ବୁଝିପାରିନଥିଲା ସେ ଦିନ ।କିନ୍ତୁ ଏବେ ସେ ପାଗଳ ପ୍ରାୟ ବୀଣା କୁ ଖୋଜି ଚାଲିଲା ।ମାତ୍ର ତାର କୌଣସି ଖବର ପାଇଲା ନାହିଁ।
ଏପଟେ ବୀଣା ବାପାଙ୍କୁ ଯେତେ ବୁଝାଇଲେ ବି ଜମା ବୁଝିଲେ ନାହିଁ । ବାପାଙ୍କର ଗୋଟିଏ ଜିଦ ନିଜ ଜାତି ତୁ ନିମ୍ନ ଜାତିର ଯୁବକ ସହ ତାହାର ବିବାହ କେବେ ବି କରାଇ ଦେବେନି। ବୀଣା ଥିଲା ବ୍ରାହ୍ମଣ ଓ ଅମର ଥିଲା ଜାତିରେ ଶୁଦ୍ର ।ଦୁଇ ପ୍ରେମପକ୍ଷୀ ଯେମିତି ଦୁଇ ଜଣକୁ ଝୁରୁଥିଲେ ତା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି ।ବୀଣା ନିଷ୍ପତ୍ତି ନେଲା ଜୀବନରେ କେବେ ଆଉ ବିବାହ କରିବନାହିଁ ।
କିଛିଦିନ ଅନ୍ତରାଳେ ବାପା ମାଙ୍କର ମନ ରକ୍ଷା କରିବାକୁ ଯାଇ ଅମର ବିବାହ କରିଲା । ବିବାହର ଦୁଇ ବର୍ଷ ପରେ ଅମର ପତ୍ନୀ ମା ହେବାକୁ ଯାଉଛି ଜାଣି ଅମରର ଖୁସି ବହୁତ ବଢି ଯାଇଥିଲା ।କିନ୍ତୁ ଯେତେବେଳେ ମେଡିକାଲ ବେଡ଼ରେ ତାଙ୍କର ପତ୍ନୀ ପ୍ରସବ ବେଦନାରେ ଝଟପଟ ହେଉଥିଲା ସେ ସହି ପାରୁନଥିଲେ। ବହୁତ ଚେଷ୍ଟା କରି ମଧ୍ୟ ଡାକ୍ତର ତାଙ୍କର ପତ୍ନୀଙ୍କୁ ବଞ୍ଚାଇ ପାରିଲେ ନାହିଁ ।ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇ ସେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ।
ନିଜର ପ୍ରେମିକା ଆଉ ସ୍ତ୍ରୀ କୁ ହରାଇ ଅମର ପୁରା ଭାଙ୍ଗି ପଡ଼ିଥିଲେ ।ତଥାପି ପିଲାଟିକୁ ମଣିଷ କରିବା ପାଇଁ ସବୁ ଦୁଃଖକୁ ଭୁଲି ତାର ଲାଳନ ପାଳନରେ ଲାଗିଗଲେ।
ଝିଅ ଟିର ନାଁ ରଖିଲେ ବୀଣା ।ବୀଣାକୁ ଯେତେବେକେ ତିନି ବର୍ଷ ହେଲା ତାକୁ ପ୍ଲେ ସ୍କୁଲରେ ନାମ ଲେଖେଇଦେଲେ।
ସେଦିନ ଅଫିସରେ ଥିବା ବେଳେ ହଠାତ ଫୋନ ଆସିଲା କି ଝିଅ ର ସ୍କୁଲ van ରାସ୍ତାରେ ଓଲଟି ପଡିବାରୁ ସବୁ ଛୁଆ ଆହତ ହୋଇଛନ୍ତି ।ପାଗଳ ପ୍ରାୟ କିଂକର୍ତବ୍ୟମୃଢ ହୋଇ ଯାଇ ସେଠାରେ ପହଁଚି ଝିଅକୁ ମେଡିକାଲ ନେଲେ।ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇ ଝିଅ ଚେତାଶୂନ୍ୟ ହୋଇଯାଇଥାଏ । ଡାକ୍ତର କହିଲେ ଅଧା ଘଣ୍ଟା ଭିତରେ ଅପରେସନ ନହେଲେ ଆଉ କିଛି କରିହେବନି ।ସେଥିପାଇଁ ଝିଅର O ନେଗେଟିଭ ରକ୍ତ ଦରକାର ।ଆଉ ମେଡିକାଲର ସେ ଗ୍ରୁପ ର ରକ୍ତ ନଥିବାରୁ ଜଲଦି ସଂଗ୍ରହ କରି ଆଣିବାକୁ କହିଲେ ।
ଅମର ସବୁ ବଡ଼ ବଡ଼ bloodbank କୁ call କରି ନିରାଶ ହେବା ପରେ ରାସ୍ତାରେ ଯାଇ ବିଭିନ୍ନ ଲୋକଙ୍କୁ ପଚାରି ନେହୁରା ହେଲେ ଓ ରକ୍ତ ଦେବାକୁ ଅନୁରୋଧ କଲେ ,କିନ୍ତି କେହି ହେଲେ ତାଙ୍କ କଥା ଶୁଣିଲେ ନାହିଁ ।।ଏଟିକି ବେଳକୁ ପ୍ରାୟ ଏକ ଘଣ୍ଟା ଅତିବାହିତ ହୋଇଯାଇଥାଏ ।
ଅମର mobile ର ରିଙ୍ଗ ବାଜି ଉଠିଲା ।ଆରେ ମେଡିକାଲ ରୁ call ଆସିଛି।ଭୟ ଆଉ ଆଶଙ୍କାରେ ଅମର କାନ୍ଦି କାନ୍ଦି call ଟିକୁ ରିସିଭ କଲେ ।ସେ ପଟୁ ଶୁଣାଗଲା ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ ଜଣେ ଭଦ୍ର ମହିଳା ଝିଅକୁ blood ଦେଇ ବଞ୍ଚାଇଛନ୍ତି ।ସେ ଆପଣଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ।ଆପଣ ତୁରନ୍ତ ମେଡିକାଲକୁ ଆସନ୍ତୁ।
କିଛି ସମୟ ପରେ ଯାଇ ଅମର ପହଁଚିଛନ୍ତି ମେଡିକାଲରେ ଆଉ ଦୌଡ଼ି ଯାଇଛନ୍ତି ଝିଅର ବେଡ଼ ପାଖକୁ ।କିଏ ସେ ଦେବୀ ମାନବୀ ରୂପରେ ଆସି ତାଙ୍କ ଜୀବନ ଧନକୁ ବଞ୍ଚାଇଛନ୍ତି ।।
ଦ୍ୱାର ପାଖରେ ଆସି ପହଂଚିଛନ୍ତି ଅମର ,ଦେଖିଛନ୍ତି ଜଣେ ମହିଳା ପଛ କରି ଠିଆ ହୋଇଛନ୍ତି।ସିଧାଯାଇ ତାଙ୍କ ପାଦତଳେ ଲୋଟିପଡି କୃତଜ୍ଞତା ଜ୍ଞାପନ କରିବାକୁ ଉଦ୍ୟତ ହେଉଥିବା ସମୟରେ ବୁଲି ପଡିଛନ୍ତି ମହିଳା ଜଣକ।
ଆରେ ବୀଣା ତମେ.........
ଅମର ତମେ........
ଆଶ୍ଚର୍ଯ୍ୟର ସୀମା ରହିନାହିଁ ଦୁହିଁଙ୍କର ଏମିତି ହଟାତ ଯେ ଦେଖା ହେବ ସେ କେବେ ଭାବି ନଥିଲେ ।ଦୁହିଁଙ୍କ ଆଖିରୁ ଝର ଝର ହୋଇ ବହି ଯାଇଛି ଲୁହର ଯମୁନା।ଅମରର ଛାତିରେ ଲୋଟିପଡି ସବୁ ଅଭିମାନକୁ ବ୍ୟକ୍ତ କରିବାକୁ ଇଛା କରି ମଧ୍ୟ ନିଜକୁ ସମ୍ଭାଳିଛି ବୀଣା ।ଅମର ଯେ ଆଉ କାହାର ସ୍ୱାମୀ।
ହଟାତ ଡାକ୍ତର ଆସି କହିଛନ୍ତି ଏଇ ମ୍ୟାଡ଼ମଙ୍କ ପାଇଁ ଆଜି ଆପଣଙ୍କ ଝିଅ ଜୀବନ ପାଇଲା ।ନିଜର ହିମାଗ୍ଲୋବିନ କମ ଥାଇ ମଧ୍ୟ ଆମର ବାରଣ ସତ୍ତ୍ୱେ ସେ ରକ୍ତ ଦେଇ ତୁମର ଝିଅର ଜୀବନ ବଞ୍ଚାଇଛନ୍ତି।ଏହା କେବଳ ଏକ ମା ହିଁ କରିପାରେ ।
ପରସ୍ପର ବହୁତ କଥାବାର୍ତ୍ତା ହୋଇଛନ୍ତି ।ଅମର ସବୁ କଥାକୁ ଗୋଟି ଗୋଟି କରି କହିଛି ଆଉ ବୀଣା ମଧ୍ୟ ।
ବୀଣା କହୁଛି ଅମର ତମର ମନେ ଅଛି କଲେଜର ସେ ବିରାଟ ବର ଗଛ ମୂଳେ ମତେ କଣ କହିଥିଲ...
ରାଗରେ ରାଗରେ ହାତ କାଟିଦେଇଥିଲି ବୋଲି ବହୁତ ବ୍ୟସ୍ତ ହୋଇ ଭଗବାନଙ୍କୁ ଗାଳି କରିଥିଲ କାହିଁକି ମତେ ଏମିତି ଗୋଟିଏ ବ୍ଲଡ଼ ଗ୍ରୁପ ଦେଲେ ଯାହାକି ସହଜେ ମିଳେନି।କିନ୍ତୁ ଆଜି ଭଗବାନଙ୍କୁ ଧନ୍ୟବାଦ ଦେଉଛି ତୁମ ଝିଅର ଜୀବନ ମୁଁ ବଞ୍ଚାଇ ପାରିଛି।
ଜଣେ ସମାଜ ସେବୀ ହିସାବରେ ମେଡିକାଲ ପରିଦର୍ଶନରେ ଆସିଥିଲି ହଟାତ ଝିଅର କଥା ଶୁଣି ଦୌଡ଼ି ଆସିଲି କାରଣ ଆମେ କଥା ହୋଇଥିଲେ ଆମର ଗୋଟିଏ ଝିଅ ହେବ ଆଉ ତମେ ଫୁଲୁଆ ହୋଇ କହିଥିଲ ତାର ନାମ ମୋ ନାମ ଅନୁସାରେ ବୀଣା ଦେବ ବୋଲି।କାହିଁକି କେଜାଣି ସେ ନାଁ ମତେ ଟାଣି ଆଣିଲା ଝିଅ ପାଖକୁ।
ତୁମଠାରୁ ଦୂରକୁ ଗଲାପରେ ମୁଁ ନିଜକୁ ବହୁତ କଷ୍ଟରେ ସମ୍ବାଳିଛି ।ଗୋଟିଏ ଗାଡି ଦୁର୍ଘଟଣାରେ ବାପା ମା ଚାଲିଗଲେ ।।ବିବାହ ନ କରି ସମାଜସେବାର ନିଜକୁ ସାମିଲ କଲି।ସେ ଅଭୁଲା ଦିନ ଗୁଡିକ ଆଜିବି ସ୍ମୃତି ହୋଇ ମୋ ମନ ଆକାଶରେ ଉଙ୍କି ମାରୁଛି ।ହଟାତ ନର୍ସ ଆସି ଡାକିଲା ଝିଅର ଚେତା ଆସିଛି।ଆଉ ଏବେ ତା ସହ ଆପଣ କଥା ହୋଇ ପାରିବେ।ଦୁଇ ଜଣ ଯାକ ଏକ ନିଶ୍ୱାସରେ ରୁମ ଭିତରକୁ ପ୍ରବେଶ କରିଛନ୍ତି।
ଅପଲକ ନୟନରେ ଚାହିଁଛି ବୀଣାଙ୍କୁ କୁନି ଝିଅଟି ଆଉ ବହୁତ କଷ୍ଟରେ କହିଛି aunty ଆପଣଙ୍କୁ ମୁଁ ମା ଡାକିପାରିବି। ଲଜ୍ଜ୍ୟା ଆଉ ସଙ୍କୋଚରେ ଅମର ମୁଣ୍ତ ତଳକୁ କରିବା ବେଳକୁ ବୀଣା କୋଳେଇ ନେଇଛନ୍ତି ଝିଅକୁ ,ଆଉ ତାର କପାଳକୁ ଚୁମ୍ବନ ଦେଇ କହିଛନ୍ତି ଖାଲି ଡାକିବୁନି ଲୋ ଧନ ଆଜିଠୁ ତୁ ତୋର ଏ ମା ପାଖରେ ରହିବୁ।ବାପା ତୁ ଆଉ ମୁଁ ଆମେ ସାଙ୍ଗ ହୋଇ ରହିବା।ଝିଅ କହୁଛି ମା ବାପା ସବୁବେଳେ କହନ୍ତି ତମେ ଜହ୍ନ ରାଇଜରେ ଅଛବୋଲି ।କଣ ମୋ ଦେହ ଖରାପ ଶୁଣି ଆସିଛନ୍ତି ନା। ମତେ କଥା ଦିଅ ଆଉ ମତେ କି ମୋ ବାପାଙ୍କୁ ଛାଡି କୁଆଡେ ଯିବନି। ନା ଲୋ ଧନ ତତେ ଛାଡି ଆଉ କୁଆଡେ ଯିବିନି ବୋଲି କହି ବୀଣା ଅମରଙ୍କ ସମ୍ମତିକୁ ଚାହିଁଛନ୍ତି ।
ଅମର ସ୍ମିତ ହସଟିଏ ଦେଇ କହିଛନ୍ତି ଆଜିଠାରୁ ମୋ ବୀଣାର ମା ର ଦାୟିତ୍ୱ ତୁମର ।
ବାସ୍ତବର ଶାଶ୍ୱତ ପ୍ରେମର ମୃତ୍ୟୁ ନଥାଏ ।ପ୍ରକୃତରେ ହୃଦୟରୁ ଭଲ ପାଇବା ଥିଲେ ନିଶ୍ଚିତ ଭାବେ ମିଳିଥାଏ ।