STORYMIRROR

Subhasmita Sahu

Abstract

3  

Subhasmita Sahu

Abstract

ସେହି ଅଭୁଲା ସ୍ମୃତି ରଖିଛି ମୁଁ ସାଇତି

ସେହି ଅଭୁଲା ସ୍ମୃତି ରଖିଛି ମୁଁ ସାଇତି

2 mins
246

ପିଲାଦିନ ଧୂଳି ଖେଳ ସାଙ୍ଗ ମେଳ

ୟାକୁ କଣ କେହି କେବେ ଭୁଲି ପାରେ

ରାତି ନପାହୁଣୁ ମୋ ବୋଉ ର ଡାକ

ଆରେ ଦିନ ଆସି ଦୁଇ ଘଡି ହେଲାଣି ଉଠି ଯା......

ତା ସଙ୍ଗେ ମୋ ବାପାଙ୍କର ତାଗିଦ ରାତି ଡେରିରେ ପଢ଼ା ସାରିଥିବ ଆଉ ଟିକେ ଯାଉ


ଦାନ୍ତ ଘସୁ ଘସୁ ...........

ସକାଳୁ ସକାଳୁ ଗାଁ ଦାଣ୍ଡରେ କେତେ ଯେ ଖବର

ସନା ଭାଇ ର ଗାଈ ଟି ଆଜି ଗୁଲୁ ଗୁଲିଆ ବାଛୁରୀ ଟେ ଜନ୍ମ କରିଛି

ଆର ସାହୀ ଦିନା ବୋଉ କୁ ମା ସାରଳା ପ୍ରସନ୍ନ ହେଇଛନ୍ତି

ଏମିତି କାହିଁ କେତେ ଖବର

ଆମ ଶିବ ମନ୍ଦିର ନନାଙ୍କ ଘଣ୍ଟି

ନନ୍ଦିଆ ନନା ର ମା ଥାନପତିକଂର ର ଆଳତୀ

ଏମିତି ଆରମ୍ଭ ହେଉ ଥିଲା ଆମ ଦୈନ୍ୟଦିନ ଜୀବନ ଟି|


ବହି ବସ୍ତାନୀ ବୋହି ଆମେ ଦୁଇ ଭଉଣୀ ଯେବେ ବାହାରୁ ସ୍କୁଲ ଅଭିମୁଖେ

କୁଆଖିଆ ଫଳ ଦୋକାନୀ ମୋ ବାପାଙ୍କୁ କୁହନ୍ତି --

ଆରେ ବିନ ଭାଇ ପିଲାଙ୍କ ଓଜନ ଠୁ ଅଧିକ ୟେ ବସ୍ତାନି

ଆହାଃ ପିଲା ଦୁଇଟା ପାଠ ବୋଝରେ କୁଜ| ହୋଇ ଯିବେ


ସନ୍ଧ୍ୟା ବେଳେ ସ୍କୁଲରୁ ଫେରି ସିଧା ଯାଇ ଆମ ଘର ପଛ ପଡିଆରେ ଛୋଟୀ ପାରା ଆଉ କେତେ ଯେ ଖେଳ

ଖେଳ ପଡିଆରେ ପଡ଼ି ଆଂଠୁ ଛିଡେଇବା ଆଉ ତାକୁ ବୋଉ ପାଖରୁ ଲୁଚେଇବା

ଗୋଧୂଳି ଲଗନେ ଗାଈ ଗୋରୁଙ୍କ ଘର ବାହୁଡା ରଡି

ପକ୍ଷୀ ମାନଙ୍କର କୋଳାହଳ

ଧୀର ମନ୍ଥର ଗତି ରେ ସନ୍ଧ୍ୟା ନଇଁ ଆସେ ମୋ ଘର ପଛପଟ ପାଟ ବିଲ ଦେଇ


ମୋ ବୋଉ ର ସନ୍ଧ୍ୟା ଧୂପ ଦୀପ ,ଗୋଡ଼ ହାତ ଧୋଇ ଠାକୁରଙ୍କୁ ମୁଣ୍ଡିଆ ମାରି ପାଠପଢି ବସିବା

ରାତି ଅଧ ଯାଏ ବାପାଙ୍କ ଫେରିବା ବାଟକୁ ଅନାଇ ବସିବା

ଏକା ସଙ୍ଗେ ବାପାଙ୍କ ପାଖରେ ବସି ରାତ୍ରୀ ଭୋଜନ କରିବା

ଆଉ ଖାଉ ଖାଉ ପୁରା ଦିନର ବିବରଣୀ ଅନାୟାସ ରେ ଗପି ପକେଇବା


ଖରା ଦିନ ଛୁଟିରେ ମୋ ବଡ ବାପାଙ୍କ ସହ ଆମ ଗାଁ ଗଣ୍ଡ କୁ ଗାଧୋଇ ଯିବା

ବିଲରୁ କସି କାକୁଡି ଚିଡେଇ ଖାଇବା

ଆମ ଘର ଦାଣ୍ଡ ରେ ପଖାଳ କଂସା ଧରି ମୋ ବଡ ବୋଉ ହାତର ଆଳୁ ଚକଟା

ପାଇଁ ଭାଇ ଭଉଣୀ ସଭିଙ୍କର ଲୋଲୁପ ଦୃଷ୍ଟି


ଶୀତଦିନେ ଆମ ଥାନପତି ମନ୍ଦିର ବେଢାରେ ଗାଁ ପିଲାଙ୍କର ଡ୍ରାମା ଦେଖିବା

ଜେଜେମା ପାଖରେ ବସି ବାଦାମ,ମଟର ଖାଉ ଖାଉ ଡ୍ରାମା ଦେଖିବା କମ ଓ ଢ଼ୋଲେଇ ଶୋଇବା

ଅଗିରା ପୁର୍ଣିମା ର ଅଗି , କୁମାର ପୁର୍ଣିମାର ଚାନ୍ଦ

ଶୀତ ସଖାଳ ର ନିଆଁ ପୁଇଁବା ,ଭାଲୁକୁଣି ଓଷାର ଫୁଲ ତୋଳିବା

ବର୍ଷା ଋତୁର ପ୍ରଥମ ସ୍ପର୍ଶରେ ମୋ ଗାଁ ମାଟିର ଭିଜା ଭିଜା ବାସ୍ନା


ମନେ ପଡ଼େ ଆଜି ସବୁ ସେହି ସ୍ମୃତି

ସେହି ସ୍ମୃତି ଯାହା ମୋର ଚିର ସ୍ମରଣୀୟ

ଆଜି ଭାବି ବସେ ଆହାଃ ମିଲିପାରନ୍ତାକି ସେହି ଅନୁଭବରୁ ଚେନାଏ ଆଜି ବି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract