STORYMIRROR

Eshani Samal

Romance

3  

Eshani Samal

Romance

ସେଦିନ

ସେଦିନ

1 min
580

ସେଦିନ,

ମୋ ପାଇଁ ତୁମର ସେ ବ୍ୟାକୁଳତା

ସମର୍ପଣ ରେ ସନ୍ତପ୍ତ ତୁମର ସେ କେଇଟୋପା ଲୁହ

ଆଉ କିଛି ନଜାଣିଲା ପରି ତୁମ ସେ ନୀରିହ ଚାହାଣୀ

ମୋର ଆଜି ବି ମନେଅଛି

ଯାହା ମତେ ତୁମଠାରେ ନିଜକୁ ଅର୍ପଣ କରିଵାକୁ ଵାଧ୍ୟ କରିଥିଲା

ଆଉ ମୁଁ ନିମିଷେକ ମଧ୍ୟ ରେ ନିଜକୁ ତୁମଠାରେ ହଜାଇ ଦେଇଥିଲି

ଆଉ କିଛିକ୍ଷଣ ପରେ ଆଖି ଖୋଲି ଦେଖେ ତ-

ମୁଁ ଥିଲି ତୁମ ଵାହୁଵନ୍ଧନ ରେ

ଆଉ ସେଠି ଥିଲା ସ୍ୱର୍ଗରାଜ୍ୟ ର ଅନୂଭୁତି

ଆଉ ପରିପୂର୍ଣତା ର ଆଭାସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Eshani Samal

ସେଦିନ

ସେଦିନ

1 min ପଢ଼ନ୍ତୁ

Similar oriya story from Romance