STORYMIRROR

Ranjit Sahu

Tragedy

3  

Ranjit Sahu

Tragedy

ସଢୁ ଭାଇ

ସଢୁ ଭାଇ

1 min
508

ବିଷମ ପରିସ୍ଥିତିଟିଏ ସୃଷ୍ଟି ହୋଇଛି ଆଜି, ବନ୍ଧୁତ୍ଵର ପରୀକ୍ଷା ଆଉ ପ୍ରେମର ମଧ୍ୟ କିଏ ଭାବିଥିଲା ନୂଆ ଜୀବନ    ଆରମ୍ଭ କଲା ବେଳେ ଭାଗ୍ୟ ଏମିତି ଏକ ଅଭାବନୀୟ ମୋଡରେ ଜୀବନଙ୍କ ଅଟକେଇ ଦେବ ? ଉଭୟ ପ୍ରକାଶ ଏବଂ ଉଦୟ କାଲି ରାତିର ଘଟଣା ପରେ ମର୍ମାହତ ଯେତିକି, ସେତିକି ବିଡମ୍ବନାର ମଧ୍ୟ I ନିଜର ବନ୍ଧୁତ୍ଵକୁ ଚିରଦିନ ଲାଗି ପରିବାରରେ ପରିବର୍ତ୍ତନ କରିବା ଲାଗି ଦୁହେଁ ନିଷ୍ପତି କରିଥିଲେ ଗୋଟିଏ ଘରେ ହିଁ ବାହା ହେବେ I ଦଇବ ମଧ୍ୟ ସହାନଭୂତି ଦେଖେଇକି ଏଲିନା ଆଉ ଜସ୍ମିନ ଜାଆଁଳା ଭଉଣୀଙ୍କୁ ସେମାନଙ୍କୁ ଉପହାର ଦେଇଥିଲା I ଏଲିନା ଓ ଜସ୍ମିନ ମଧ୍ୟରେ କୌଣସି  ପାର୍ଥକ୍ୟ ନଥିଲା I ଥିଲା କେବଳ ଏକ ମାତ୍ର ଫରକ ଏଲିନା ସୁନ୍ଦର ଗୀତ  ବୋଲେ ଏବଂ ଜସ୍ମିନ ସୁନ୍ଦର ଚିତ୍ର ଆଙ୍କେ I 

ଗତ ରାତିରେ ଅକସ୍ମାତ ଦୁର୍ଘଟଣାର ଶିକାର ହୋଇଛନ୍ତି ଦୁଇ ଭଉଣୀ ଏବଂ ଆଜି ସେମାନଙ୍କ ମଧ୍ୟରୁ ଜଣେ ମୃତା

ଦ୍ଵିତୀୟ ଜଣଙ୍କର ଦୃଷ୍ଟି ସହିତ ବାକ  ଶକ୍ତି ଚାଲି ଯାଇଛି ଯଦିଓ ସିଏ ଜୀବିତା  ଅକସ୍ମାତ ସୁନ୍ଦର ହସ ଖୁସିର ପରିବାରଟିଏ ଶୋକର ଘେରରେ I କିନ୍ତୁ ଅଧିକ ଚିନ୍ତା ଏବେ ଘାରିଛି ଦୁହିଁ ସଢୁଙ୍କୁ ଯିଏ ଜୀବିତ ସିଏ କାହାର ପତ୍ନୀ ଆଉ ଭାଉଜ କାହାର ? ବେଳେ ବେଳେ  ବଞ୍ଚିବାରେ ମଧ୍ୟ ଅନେକ ଦ୍ଵନ୍ଦ ରହି ଯାଏ I ଆଜି ସେହି ଜୀବନ ଆଉ ମୃତ୍ୟୁର ମାୟାଜାଲରେ ଦୁଇ ସଢୁ ଭାଇ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy