ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ସବୁ ମୁଖେ ପରିସ୍ରା କରେ

ସବୁ ମୁଖେ ପରିସ୍ରା କରେ

1 min
678


ଦିନେ ଗୋପାଳ ଭାଣ୍ଡ ତାର ସମୁଦି ଦୁହିଁଙ୍କି ସଙ୍ଗରେ ଘେନି ଘରକୁ ଆସୁ ଥାଏ । ବାଟରେ ପରିସ୍ରା ମାଡିବାରୁ ସେ ଦକ୍ଷିଣକୁ ମୁଖ କରି ପରିସ୍ରା କଲା । ତା’ର ଏପରି ଘଟଣା ଦେଖି ବଡ ସମୁଦି କହିଲା, ତୁମେ କ’ଣ କରୁଛ ସମୁଦି, ଦିନରେ ପରା ଦକ୍ଷିଣକୁ ମୁହଁ କରି ପରିସ୍ରା କଲେ ଘୋର ପାପ ହୁଏ । ତୁମେ କ’ଣ ଜାଣନା । ଛୋଟ ସମୁଦି ମଧ୍ୟ ବଡ ସମୁଦିଙ୍କ କଥାରେ ତାଳ ଦେଇ କହିଲା – ଖାଲି ଦକ୍ଷିଣ କାହିଁକି ପୂର୍ବକୁ ବି ମୁଖ କରି ପରିସ୍ରା କରନ୍ତି ନାହିଁ । ଗୋପାଳ ସଙ୍ଗେ ସଙ୍ଗେ ଉତ୍ତର ଦେଲା ।

ଏ ସବୁ ବ୍ରାହ୍ମଣ ପଣ୍ଡିତ ମାନଙ୍କର କଥା ସମୁଦି । ମୁଁ ତ ମୁର୍ଖ ଲୋକ । ମୁର୍ଖ ହିସାବରେ ସବୁ ମୁଖରେ ପରିସ୍ରା କରେ । ବଡ ସମୁଦି ଯେ ମୁଖେ କହିଲେ ସେ ମୁଖେ ପରିସ୍ରା କରେ । ସାନ ସମୁଦି ଯେ ମୁଖେ କହିଲେ – ସେ ମୁଖେ ମଧ୍ୟ ପରିସ୍ରା କରେ ।

ଗୋପାଳର କଥା ଶୁଣି ସମୁଦି ଦୁଇ ଜଣ ଲଜ୍ଜାରେ ଉତ୍ତର ଦେଲେ ନାହିଁ ।


Rate this content
Log in

Similar oriya story from Children