Shradhanjali Dash

Abstract

4.2  

Shradhanjali Dash

Abstract

ସାଉଁଟା ଫୁଲ

ସାଉଁଟା ଫୁଲ

2 mins
184


ସେମାନେ ଜିଦ୍ ଧରିଥିଲେ,

ସେମାନେ ଜିଦ୍ ଧରିଲେ ସାଉଁଟା ଫୁଲଟିର ପୁଣି ମର୍ଯ୍ୟାଦା?

ତାର ଗୋଟେ ମହତ୍ତ୍ଵ?

ସାଉଁଟା ଫୁଲଟିଏ କେବେ କଣ ଦେବତାର ଗଳାରେ ପୂଜା ପାଇପରେ?

ମୁଁ ସଙ୍କୁଚିତ ହୋଇ ନିଜକୁ ଦେଖୁଥିଲି।

ନିନ୍ଦା ଅପମାନ ଆଉ ତାତ୍ସଲ୍ୟରେ ତୀକ୍ଷ୍ଣ ଶରବିଦ୍ଧ ଶରୀର, ହୃଦୟ,ଆଉ ଆତ୍ମା ମୋର ବିଳାପ କରୁଥିଲେ ନୀରବରେ।

ସୁନ୍ଦରନୀଳ ଆଖି ଦୁଇଟି ଅସହାୟ କ୍ଲାନ୍ତ ଆଉ ଅବସ ହୋଇ ଅଶ୍ରୁ ଝାରାଇ ବାକୁ ମଧ୍ୟ ଅସମର୍ଥ ହୋପଡ଼ିଥିଲେ। ଫେରି ଯାଉଥିଲି ଅତୀତକୁ। ଦିନେ ନିଜ ରୂପର ସୌନ୍ଦର୍ଯ୍ୟ ରେ ନିଜେ ଲାଜେଇ ଯାଉଥିଲି। ସତରେ କେତେ ଖୁସି ଥିଲି ମୁଁ।

ମୋ ନରମ କଅଁଳ ସୁନ୍ଦର ପାଖୁଡ଼ା ଗୁଡିକୁ ଧୀରେ ଧୀରେ ଖୋଲୁଥିଲି।

ନିଜ ସୁଗନ୍ଧ ରେ ବିଭୋର ହୋଇ ପାଖୁଡ଼ା ତଳର ସ୍ବପ୍ନ ରେ ମଜ୍ଜି ଯାଉଥିଲି।କେଉଁ ଅଜଣା ଦେବତାଙ୍କ ଗଳାରେ ଦିନେ ଶୋଭା ପାଇବି।

ସନ୍ତର୍ପଣରେ ନିଜକୁ ସଜାଇ ରଖି ଥିଲି।

ହେଲେ ମୁଁ କଣଜାଣିଥିଲି?ଦିନେ ମୋ ରୂପ ଆଉ ସୁଗନ୍ଧରେ ଆକୃଷ୍ଟ ହୋଇ ଭଁଅର ଟିଏ ଆସି ମୋତେ ଏମିତି ଖିନଭିଁନ କରି ସବୁ ମଧୁ ଶୋଷି ନେବବୋଲି? ପ୍ରତିବାଦ କରିଥିଲି! ହେଲେ ମୋ ପ୍ରଦିବାଦର ସ୍ୱର ମୋ ପାଖକୁ ଫେରି ଆସିଥିଲା।

ଝାଉଁଳି ଗଲିମୁଁ। ତଥାପି ଅପେକ୍ଷା କଲି...।

କଲେ କେଉ ଦେବତାଙ୍କ ଚରଣ ତଳେ ଟିକେ ସ୍ଥାନ ପାଇଯିବି!

ସବୁ ସ୍ବପ୍ନ ମୋର ଭାଙ୍ଗିଗଲା..

ଯେତେବଳେ ବାଟୋଇ ଟିଏ ମୋତେ ବୃନ୍ତ-ଚ୍ୟୁତ କରି ନେଇଗଲା।

ମନଭରି ଆଘ୍ରାଣ କଲା ମୋତେ।

ମୋ ଝାଉଁଳିପଡ଼ିଥିବା ପାଖୁଡ଼ା ଗୁଡିକର ନରମ ପରସ କୁ ଢେର୍ ଅନୁଭବ କଲା।ଆଉ ତାପରେ ଫିଙ୍ଗି ଦେଲା ରାସ୍ତାକଡ କୁ।

ଆଉ ମୁଁ ପଡ଼ିରହିଲି,ସେଇ ପୁଟିଗନ୍ଧମୟ ରାସ୍ତା କଡ଼ରେ ଏକ କୁତ୍ସିତ ଅତୀତ କୁନେଇ। ପ୍ରତୀକ୍ଷା ଏକ ଅନିଶ୍ଚିତ ଭବିଷ୍ୟତକୁ।


ଦିନେ ମୋ ବହୁ ପ୍ରତିକ୍ଷିତ ଦେବତା ଆସିଲେ।

ଯତ୍ନରେ ସାଉଁଟି ନେଲେ ମୋତେ। ଆଦରରେ ଝାଡ଼ିଦେଲେ ମୋ ପାଖୁଡ଼ାରେ ଲାଗିଥିବା ଧୁଳି ସବୁ। ପୁଣି ସତେଜ ହୋଇ ଉଠିଲି ମୁଁ। ପରସ୍ତ ପରସ୍ତ କରି ଖୋଲିଦେଇ ଥିଲି ସବୁ ପାଖୁଡ଼ା କୁ ମୋର। ଉନ୍ମୁକ୍ତ କରି ଦେଇଥିଲି ନିଜକୁ ସେଦିନ ତାଙ୍କ ନିକଟରେ।ସେ ପଢ଼ିଥିଲେ ମୋ ନରମ ପାଖୁଡ଼ା ରେ ଅଙ୍ଗାର କାଳିରେ ଲେଖା କଳଙ୍କିତ ଇତିହାସ ମୋର। ସବୁ କଳଙ୍କିତ କାଳିମା କୁ ଧୋଇ ଦେଇଥିଲେ ତାଙ୍କ ପବିତ୍ର ପ୍ରେମର ଅମୃତ ଧାରାରେ।

ବଞ୍ଚି ବାର ଆଶା ଟିଏ ଅଙ୍କୁରିତ ହେଉଥିଲା ମୋଭିତରେ।


Rate this content
Log in

More oriya story from Shradhanjali Dash

Similar oriya story from Abstract