Lingraj Majhi

Romance Others

2  

Lingraj Majhi

Romance Others

ସାଧବ ବୋହୂ

ସାଧବ ବୋହୂ

1 min
182


ଦ୍ୱିପାଦେ ଅଳତା

ଦ୍ଵିହାତେ ମେହେନ୍ଦୀ...

ଝଲସୁଥିବ ଗୋରା ଦେହ

ଖାଲି ହଳଦୀ ହଳଦୀ ।


ସଙ୍ଗୀତର ସରଗମ ରେ

ବିବାହ ବେଦିରେ 

ନାଚି ଉଠୁଥିବ ତୁମ ମନମୟୂରୀ...

ନାଲି ଚୁଡି ନାଲି ଶାଢ଼ୀ

ନାଲି ଓଢଣାରେ ସଜହେଇ

ବସିଥିବ ପ୍ରିୟା ତମେ ବାଟ ଚାହିଁ ।


ମଥାରେ ସିନ୍ଦୁର ଢାଳି 

ଫେରିଯିବ ରାଜକୁମାର 

ତୁମକୁ ସାଙ୍ଗରେ ନେଇ...

ଶୁଭ ମହୁରୀର ତାନରେ 

ସାହାନାଇ ର ଝଙ୍କାର ରେ

ଚାଲିଯିବ ତମେ ପ୍ରିୟା 

ତା ହାତେ ନିଜ ହାତ ଦେଇ ।


ଭଲପାଇବାର ଶିଶିରବିନ୍ଦୁରେ 

ହଁ ଭରିଠୁଥିବ ତୁମ ମନ ଅଗଣା,

ସପନର ସେପାରିରେ ଯଦି କେବେ ଫୁରସତ୍ ମିଳେ

ମୁଁ ମନେ ତ ପଡ଼ିବି ନା ।।



Rate this content
Log in

More oriya story from Lingraj Majhi

Similar oriya story from Romance